ରାମଚନ୍ଦ୍ର ପଟ୍ଟନାୟକ
ରାମଚନ୍ଦ୍ର ପଟ୍ଟନାୟକ | |
---|---|
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ପୂର୍ବ ଅଧିକାରୀ | ଜୟକୃଷ୍ଣ ମହାନ୍ତି |
ପର ଅଧିକାରୀ | ବନମାଳି ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅପ୍ରେଲ ୪, ୧୯୨୦ |
ମୃତ୍ୟୁ | ୧୩ ମଇ ୧୯୯୧ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ହୀରାମଣି ପଟ୍ଟନାୟକ |
ବାପା/ବୋଉ | ବିଶ୍ୱମ୍ବର ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମଚନ୍ଦ୍ର ପଟ୍ଟନାୟକ (୪ ଅପ୍ରେଲ ୧୯୨୦ - ୧୩ ମଇ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାମଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମଚନ୍ଦ୍ର ପଟ୍ଟନାୟକ ୧୯୨୦ ମସିହାର ଅପ୍ରେଲ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଶ୍ୱମ୍ବର ପଟ୍ଟନାୟକ ଓ ପତ୍ନୀଙ୍କ ନାମ ହୀରାମଣି ପଟ୍ଟନାୟକ ।[୧] ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବାଣିଜ୍ୟରେ ଇଣ୍ଟରମିଡିଏଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାମଚନ୍ଦ୍ର ପଟ୍ଟନାୟକ ୧୯୯୧ ମସିହାର ମଇ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।