ଗୋପୀନାଥ ବାଗ

ଉଇକିପିଡ଼ିଆ‌ରୁ
ଗୋପୀନାଥ ବାଗ
ଜନ୍ମ୮ ଜୁନ ୧୯୬୭ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିଲେଖକ, ପ୍ରଫେସର Edit this on Wikidata
ନିଯୁକ୍ତିଦାତା

ଗୋପୀନାଥ ବାଗ (ଜନ୍ମ: ୮ ଜୁନ ୧୯୬୭) ଜଣେ ଭାରତୀୟ ଅଧ୍ୟାପକ ଓ ଓଡ଼ିଆ-ଭାଷୀ ଦଳିତ ଲେଖକ । ସେ ଦଳିତ ଚେତନା ସମ୍ବଳିତ ତାଙ୍କର ସମକାଳୀନ ଓଡ଼ିଆ କବିତା ରଚନା ନିମନ୍ତେ "ଖଣ୍ଡର କବି" ନାମରେ ପରିଚିତ । ସେ ମୁଖ୍ୟତଃ ପ୍ରବନ୍ଧ, ସମାଲୋଚନା ଓ କବିତା ରଚନା ପାଇଁ ଜଣାଶୁଣା । ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ କିଛି କହିବାର ଅଛି, ଚନ୍ଦ୍ରସେଣା ଓ ୨୦୧୯ ମସିହାରେ ପ୍ରକାଶିତ କକରେ କଁ ଆଦି କବିତା ସଂକଳନ ତଥା ଅନ୍ତରଙ୍ଗ ଅନ୍ନେଷା, ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସର ଶୈଳୀ ଓ ସଂରଚନା, ଡମ ସଂସ୍କୃତି ଏବଂ ୨୦୧୬ ମସିହାରେ ପ୍ରକାଶିତ ଭୁବନେଶ୍ୱର ବେହେରା: ଜୀବନ ଓ ସୃଜନ ଆଦି ଆଲୋଚନା ପୁସ୍ତକ ଅନ୍ୟତମ । ସେ ବୃତ୍ତିରେ ଜଣେ ପ୍ରାଧ୍ୟାପକ ଓ ଅଧୁନା ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି । ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ସପ୍ତର୍ଷିର ପରିଚାଳନା ସମ୍ପାଦକ । ସେ ତାଙ୍କର ସାହିତ୍ୟ ଅବଦାନ ନିମନ୍ତେ ୨୦୧୭‌‌ରେ ରୁମ୍‌କୁ ଝୁମାନା ସାହିତ୍ୟ ସମ୍ମାନ, ୨୦୧୮ରେ ଶବ୍ଦ ସାହିତ୍ୟ ସଂସଦ ସମ୍ମାନ, ୨୦୨୧ରେ ମାଟିଲଗ୍ନଶ୍ରୀ ସମ୍ମାନ ଏବଂ ୨୦୨୨ରେ ସାହିତ୍ୟ ସାରଥୀ ସମ୍ମାନ ପାଇଛନ୍ତି ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ସେ ବୃତ୍ତିରେ ଜଣେ ଓଡ଼ିଆ ଭାଷା ବିଦ୍ୱାନ ଓ ପ୍ରାଧ୍ୟାପକ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ।[୧][୨]

ସାହିତ୍ୟ ରଚନା[ସମ୍ପାଦନା]

୧୯୯୧ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣେତା ଓ ସମାଜ ସଂସ୍କାରକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ପାଳନ କାଳରେ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟ ରଚନା ବଳବତ୍ତର ହୋଇଥିଲା । ଏହି ସମୟରେ ସମକାଳୀନ ଓଡ଼ିଆ କବିତା ରଚନା ପାଇଁ ଜଣା କବିମାନଙ୍କ ମଧ୍ୟରୁ ଗୋପୀନାଥ ବାଗ ଅନ୍ୟତମ ।[୩] ୨୦୧୯ ମସିହାରେ ତାଙ୍କ ରଚିତ କକରେ କଁ କବିତା ସଂକଳନରେ ସ୍ଥାନିତ ୪୬ ଗୋଟି କବିତାରେ ଦଳିତମାନଙ୍କ ଜୀବନ, ପ୍ରକୃତି ଓ ସଂସ୍କୃତିର ଚିତ୍ରଣ କରିଛନ୍ତି ।[୪] ତାଙ୍କ ୨୦୧୬ରେ ପ୍ରକାଶିତ ଭୁବନେଶ୍ବର ବେହେରା: ଜୀବନ ଓ ସୃଜନ ଗବେଷଣା ଗ୍ରନ୍ଥଟି ଓଡ଼ିଆ ଗାଳ୍ପିକ ଭୁବନେଶ୍ବର ବେହେରାଙ୍କ ସୃଷ୍ଟିସମୂହର ଏକ ତଥ୍ୟାତ୍ମକ ସମାଲୋଚନା । ଏହି ପୁସ୍ତକଟି ତାଙ୍କର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଡକ୍ଟରେଟ କାଳର ଗବେଷଣା ଥେସିସରୁ ସୃଷ୍ଟ । ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ସପ୍ତର୍ଷିର ପରିଚାଳନା ସମ୍ପାଦକ ।[୫]

ରଚନାବଳୀ[ସମ୍ପାଦନା]

  • ଭୁବନେଶ୍ୱର ବେହେରା: ଜୀବନ ଓ ସୃଜନ (୨୦୧୬), ପ୍ରବନ୍ଧ
  • କକରେ କଁ (୨୦୧୯), କବିତା ସଂକଳନ[୪]
  • କିଛି କହିବାର ଅଛି, କବିତା ସଂକଳନ
  • ଚନ୍ଦ୍ରସେଣା, କବିତା ସଂକଳନ
  • ଅନ୍ତରଙ୍ଗ ଅନ୍ନେଷା, ପ୍ରବନ୍ଧ
  • ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସର ଶୈଳୀ ଓ ସଂରଚନା, ପ୍ରବନ୍ଧ
  • ଡମ ସଂସ୍କୃତି, ପ୍ରବନ୍ଧ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରୁମ୍‌କୁ ଝୁମାନା ସାହିତ୍ୟ ସମ୍ମାନ (୨୦୧୭‌‌), ସୁବର୍ଣ୍ଣପୁର
  • ଶବ୍ଦ ସାହିତ୍ୟ ସଂସଦ (୨୦୧୮), ବୁର୍ଲା
  • ମାଟିଲଗ୍ନଶ୍ରୀ ସମ୍ମାନ (୨୦୨୧)
  • ସାହିତ୍ୟ ସାରଥୀ ସମ୍ମାନ (୨୦୨୨)

ଆଧାର[ସମ୍ପାଦନା]

  1. Shasakprashasak (2024-04-07). "ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଲୋଚନା ଚକ୍ର ଅନୁଷ୍ଠିତ l". Shasak Prashasak News - Odisha's No1. 24 x 7 Odia Newsportal. Retrieved 2024-04-08.
  2. ପ୍ରାଧନୀ, ସନତ କୁମାର (2024-02-03). "ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ, ଓଡ଼ିଆ ଭାଷାର ଅସ୍ମିତା ଦୁର ପ୍ରସାରୀ ହେଉ।". Odisha.News. Retrieved 2024-04-08.
  3. ଝରଣାରାଣୀ ଧାଙ୍ଗଡ଼ାମାଝି (୨୦୦୧), Theory And Praxis Of ‘Ambedkarism’ In The First Odia Dalit Novel Bheda (PDF) (in ଇଂରାଜୀ), vol. 9, pp. 42–51, Wikidata Q113251440
  4. ୪.୦ ୪.୧ ଚୁହାନ, ଧର୍ମେନ୍ଦ୍ର (2023-07-23). ""ଦଳିତ ଚେତନାର ଭିନ୍ନ ଏକ ସ୍ୱର: 'କକରେ କଁ'". Samadhwani. Retrieved 2024-04-08.
  5. "ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗଂଗାଧର ଜୟନ୍ତୀ: ଗୌରହରି, ଶତ୍ରୁଘ୍ନ, ରାମକୃଷ୍ଣ ପାଇଲେ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ". Sambad. 2022-08-11. Retrieved 2024-04-08.