Jump to content

ଗୋପନାରାୟଣ ଦାସ

ଉଇକିପିଡ଼ିଆ‌ରୁ
ଗୋପନାରାୟଣ ଦାସ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀଅରୁଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-03-01)୧ ମାର୍ଚ୍ଚ ୧୯୪୮
ମୃତ୍ୟୁ୧୫ ସେପ୍ଟେମ୍ବର ୨୦୨୨(2022-09-15) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବୀଣାପାଣି ଦାସ
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉସତ୍ୟ ନାରାୟଣ ଦାସ
ବୃତ୍ତିରାଜନୀତିଜ୍ଞ

ଗୋପନାରାୟଣ ଦାସ (୧ ମାର୍ଚ୍ଚ ୧୯୪୮ - ୧୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ ପରିବାର ଓ ଶିକ୍ଷା

[ସମ୍ପାଦନା]

ଗୋପନାରାୟଣ ଦାସ ୧୯୪୮ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସତ୍ୟ ନାରାୟଣ ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳା ଏବଂ ବିଜ୍ଞାନରେ ସ୍ନାତକ ଏବଂ ଓକିଲାତି । ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ବୀଣାପାଣି ଦାସ । ତାଙ୍କର ୨ ପୁଅ ଓ ୧ ଝିଅ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ଗୋପନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

ଗୋପନାରାୟଣ ଦାସ ୨୦୨୨ ମସିହାର ସେପ୍ଟେମ୍ବର ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨][୩] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

  1. ↑ "Shri Gopanarayan Das". odishaassembly.nic.in. Odisha Assembly. Retrieved 26 May 2019.
  2. ↑ "ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ". Odisha Bhaskar. ବାଲେଶ୍ୱର. 15 September 2022. Archived from the original on 16 September 2022. Retrieved 16 September 2022.
  3. ↑ "ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ, ୧୯୮୫ରୁ ୧୯୯୦ ଯାଏଁ ବାଲେଶ୍ୱର ସଦରରୁ ଥିଲେ ବିଧାୟକ". Prameyanews7. ବାଲେଶ୍ୱର. 15 September 2022. Archived from the original on 16 September 2022. Retrieved 16 September 2022.