ପ୍ରିୟନାଥ ନନ୍ଦୀ

ଉଇକିପିଡ଼ିଆ‌ରୁ
(Priyanath Nandyରୁ ଲେଉଟି ଆସିଛି)
ପ୍ରିୟନାଥ ନନ୍ଦି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ଦାସ
ପର ଅଧିକାରୀବିଜୟ କୃଷ୍ଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-12-12)୧୨ ଡିସେମ୍ବର ୧୯୧୨
ମୃତ୍ୟୁ୨ ଫେବୃଆରୀ ୧୯୯୦(1990-02-02) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପୂର୍ଣ୍ଣ କୁମାରୀ ନନ୍ଦି
ସନ୍ତାନ୫ ପୁଅ, ୩ ଝିଅ
ବାପା/ବୋଉଗୋବିନ୍ଦ ପ୍ରସାଦ ନନ୍ଦି (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରିୟନାଥ ନନ୍ଦୀ (୧୨ ଡିସେମ୍ବର ୧୯୧୨ - ୨ ଫେବୃଆରୀ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରିୟନାଥ ନନ୍ଦୀ ୧୯୧୨ ମସିହାର ଡିସେମ୍ବର ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପ୍ରସାଦ ନନ୍ଦୀ । ପ୍ରିୟନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପୂର୍ଣ୍ଣ କୁମାରୀ ଦେବୀ

ରାଜନୈତି ଜୀବନ[ସମ୍ପାଦନା]

ପ୍ରିୟନାଥ ୧୯୫୫ ମସିହାରେ ବିଧିବଦ୍ଧ ଭାବରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ବାଲେଶ୍ୱର ପୌରପାଳିକାକୁ ଲଗାତର ତିନିଥର ନିର୍ବାଚିତ ହୋଇଥିଲେ ।[୧] ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ପ୍ରିୟନାଥ ୧୯୯୦ ମସିହାର ଫେବୃଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ସ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Late Priyanath Nandy". odishaassembly.nic.in. Odisha Assembly. Retrieved 22 May 2019. {{cite web}}: Cite has empty unknown parameter: |dead-url= (help)