ଗାଲୁଆ ରୋଗ

ଉଇକିପିଡ଼ିଆ‌ରୁ
Sialadenitis
Sialoadenitis
Micrograph showing chronic sialadenitis. H&E stain.
ବିଭାଗENT surgery
ଲକ୍ଷଣAcute: Sudden onset of one sided pain, fever, and swelling[୧][୨]
Chronic: Recurrent episodes of tenderness and swelling, often with eating[୧]
ଆକ୍ରାନ୍ତ ସମୟ50s to 70s[୨][୩]
କାରଣAcute: Bacterial infection, mumps[୧]
Chronic: Duct narrowing, salivary stone[୧]
ବିପଦ କାରକSalivary stones, chronic illness, Sjögren syndrome, anorexia[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, may be supported by medical imaging[୨]
ସଠିକ ରୋଗ ନିର୍ଣ୍ଣୟSialadenosis, Mikulicz syndrome, salivary gland tumor[୪]
ଚିକିତ୍ସାAntibiotics, rehydration, gland message, lemon drops, surgery[୪][୧]

ଗାଲୁଆ ରୋଗ ବା ସିଆଲାଡେନାଇଟିସ ରୋଗରେ ଲାଳ ଗ୍ରନ୍ଥିର ପ୍ରଦାହ ହୁଏ । [୫] ସାଧାରଣତଃ ଏହା ପାରୋଟିଡ, ସବମାଣ୍ଡିବୁଲାର ବା ସବଲିଙ୍ଗୁଆଲ ଗ୍ରନ୍ଥିମାନଙ୍କରେ ହୁଏ । [୬] ଦୁଇଟି ମୁଖ୍ୟ ପ୍ରକାରରେ ଏହା ହୁଏ ଯଥା:- ତୀବ୍ର ଏବଂ ଦୀର୍ଘକାଳୀନ ବା କ୍ରନିକ୍ ।[୪] ତୀବ୍ର ରୋଗରେ ସାଧାରଣତଃ ଏକପାଖିଆ ଯନ୍ତ୍ରଣା, ଜ୍ୱର ଏବଂ ଫୁଲା ହଠାତ୍ ଆରମ୍ଭ ହୁଏ ।[୭] [୨] କ୍ରନିକ୍ ରୋଗରେ ସାଧାରଣତଃ ବାରମ୍ବାର ଦରଜ ହୁଏ, ଖାଇବା ବେଳେ ଫୁଲିଯାଏ ।[୧] ରୋଗ ଜଟିଳ ହେଲେ କ୍ୱଚିତ୍ ଆବସେସ୍ ଗଠନ ହୋଇପାରେ । [୧]

ତୀବ୍ର ରୂପ ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହୁଏ ଓ ଭୂତାଣୁ ସଂକ୍ରମଣରୁ ହେଲେ ତାହାକୁ ମମ୍ପସ କୁହାଯାଏ । [୭] ସଂକୀର୍ଣ୍ଣ ଡକ୍ଟ ବା ନଳୀ ଅଥବା ସିଆଲୋଲିଥିଆସିସ, କାରଣରୁ ରୋଗ କ୍ରନିକ ହୋଇଯାଏ ।[୧] ବିପଦର କାରଣଗୁଡ଼ିକ ମଧ୍ୟରେ ଲାଳୁଆ ପଥର, କ୍ରନିକ୍ ରୋଗ, ଜୋଗ୍ରେନ ସିଣ୍ଡ୍ରୋମ୍, କିଛି iଔଷଧ ଏବଂ ଆନୋରେକ୍ସିଆ ରୋଗ ଗୁଡ଼ିକ ଉଲ୍ଲେଖନୀୟ ।[୬] [୮] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ । [୨] ନଳୀଦ୍ୱାରରୁ ପୂଜ ବାହାରିବା ଦେଖାଯାଇପାରେ | [୨] ସମାନ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ସିଆଲୋଡେଡେନୋସିସ, ମିକୁଲିଜ ସିଣ୍ଡ୍ରୋମ ଓ ଲାଳଗ୍ରନ୍ଥି ଅର୍ବୁଦ । [୫]

ତୀବ୍ର ରୋଗକୁ ସାଧାରଣତଃ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । [୭] ରିହାଇଡ୍ରସନ, ଗ୍ରନ୍ଥି ମାଲିସ, ଲେମ୍ବୁ ବୁନ୍ଦା ଓ ଭିଟାମିନ୍ ସି ମଧ୍ୟ ସହାୟକ ହୋଇପାରେ ।[୫] [୧] କ୍ରନିକ ରୋଗର ମୂଳ କାରଣକୁ ସିଆଲୋଡେନୋସ୍କୋପି ସମାଧାନ କରିବାରେ ସକ୍ଷମ ହୋଇପାରେ | [୧] ଅଧିକ ଜଟିଳ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୪] ୫୦ରୁ ୭୦ଦଶକରେ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି ।[୬] [୯] ପ୍ରତି ୧୦,୦୦୦ ହସ୍ପିଟାଲ ଆଡମିଶନରେ ଏହାର ସଂଖ୍ୟା ପ୍ରାୟ ୧ରୁ ୨ଟି ଥାଏ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Wilson, KF; Meier, JD; Ward, PD (1 June 2014). "Salivary gland disorders". American family physician. 89 (11): 882–8. PMID 25077394.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Sialadenitis - Ear, Nose, and Throat Disorders". Merck Manuals Professional Edition. Archived from the original on 5 May 2021. Retrieved 28 February 2021.
  3. ୩.୦ ୩.୧ Ferri, Fred F. (2019). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1262. ISBN 978-0-323-67977-0. Archived from the original on 2021-08-29. Retrieved 2021-02-28.
  4. ୪.୦ ୪.୧ ୪.୨ ୪.୩ "Sialadenitis". NORD (National Organization for Rare Disorders). 2005. Archived from the original on 10 June 2021. Retrieved 28 February 2021.
  5. ୫.୦ ୫.୧ ୫.୨ "Sialadenitis". NORD (National Organization for Rare Disorders). 2005. Archived from the original on 10 June 2021. Retrieved 28 February 2021.
  6. ୬.୦ ୬.୧ ୬.୨ "Sialadenitis - Ear, Nose, and Throat Disorders". Merck Manuals Professional Edition. Archived from the original on 5 May 2021. Retrieved 28 February 2021.
  7. ୭.୦ ୭.୧ ୭.୨ Wilson, KF; Meier, JD; Ward, PD (1 June 2014). "Salivary gland disorders". American family physician. 89 (11): 882–8. PMID 25077394.
  8. "Sialadenitis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 19 March 2021. Retrieved 28 February 2021.
  9. Ferri, Fred F. (2019). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1262. ISBN 978-0-323-67977-0. Archived from the original on 2021-08-29. Retrieved 2021-02-28.