ଗାଲୁଆ
ଗାଲୁଆ | |
---|---|
ବିଭାଗ | Infectious disease |
ଆଇସିଡ଼ି-୧୦ | B26. |
ଆଇସିଡ଼ି-୯-ସିଏମ୍ | 072 |
ରୋଗ ଡାଟାବେସ | 8449 |
ମେଡ଼ିସିନ-ପ୍ଲସ | 001557 |
ଇ-ମେଡ଼ିସିନ | emerg/324 emerg/391 ped/1503 |
Patient UK | ଗାଲୁଆ |
MeSH | D009107 |
ଗାଲୁଆ ବା ମମ୍ପ୍ସ ବା ଏପିଡେମିକ ପରୋଟାଇଟିସ (ଇଂରାଜୀରେ mumps ବା epidemic parotitis ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍ସ ଭୁତାଣୁ ଯୋଗୁ ହୁଏ ।[୧] ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ । [୨] ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ ।[୩] ଭୂତାଣୁ ସଂସ୍ପର୍ଶ ଆସିବାର ୧୬ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ଦିନରେ ଭଲ ହୋଇଯାଏ । [୧][୨] ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ ।[୨] ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । [୨] ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣ୍ଣ କାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ । [୨] ମହିଳାମାନଙ୍କର ଓଭାରି ଫୁଲା ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ୱ ହୁଏ ନାହିଁ ।[୩]
ଗାଲୁଆ ଏକ ଭୟାବହ ଡିଆଁ ରୋଗ ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ । [୪] ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । [୧] ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । [୨] ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । [୧] ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । [୨] ପୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ ।[୫] ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ । [୧] ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟୁନାଇଜ କରାଯାଇଥାଏ । [୧]
ଗାଲୁଆ ରୋଗକୁ ଦୁଇ ଡୋଜ ମମ୍ପ ଟିକା ଦେଇ ପ୍ରତିରୋଷ କରାଯାଇପାରିବ । ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ ମିଳିମିଳା ଟିକା, ଜର୍ମାନୀ ମିଳିମିଳା ଟିକା ସହିତ ମମ୍ପ ଟିକା ଦିଆଯାଉଛି । [୨] ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ । [୩] ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [୨] କଷ୍ଟ ନିବାରଣ ନିମନ୍ତେ ଆସେଟାମିନୋଫେନ ଦିଆଯାଏ । ଜଟିଳ କେଶରେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସାହାଯ୍ୟକାରୀ ହୁଏ ।[୩] ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । [୪][୫] ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ । [୨]
ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନଦ୍ୱାରା ଏହି ରୋଗ ୯୦ % କମିଯାଇଛି । ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ । [୬] ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । [୩] ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ ଶୈଶବ ରୋଗ ଥିଲା । ପ୍ରତ୍ୟେକ ୨ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା । [୨] ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ । [୩] ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ । [୨] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗର ବର୍ଣ୍ଣନା କରିଥିଲେ । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Atkinson, William (May 2012). Mumps Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. Chapter 14. ISBN 9780983263135.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Mumps virus vaccines" (PDF). Weekly epidemiological record. 82 (7): 49–60. 16 Feb 2007. PMID 17304707.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hviid A, Rubin S, Mühlemann K (March 2008). "Mumps". The Lancet. 371 (9616): 932–44. doi:10.1016/S0140-6736(08)60419-5. PMID 18342688.
{{cite journal}}
: CS1 maint: multiple names: authors list (link) - ↑ ୪.୦ ୪.୧ Gupta, RK; Best, J; MacMahon, E (14 May 2005). "Mumps and the UK epidemic 2005". BMJ (Clinical research ed.). 330 (7500): 1132–5. doi:10.1136/bmj.330.7500.1132. PMC 557899. PMID 15891229.
- ↑ ୫.୦ ୫.୧ Sen2008 SN (2008). "Mumps: a resurgent disease with protean manifestations". Med J Aust. 189 (8): 456–9. PMID 18928441.
{{cite journal}}
: CS1 maint: numeric names: authors list (link) - ↑ Junghanss, Thomas (2013). Manson's tropical diseases (23rd edition ed.). Oxford: Elsevier/Saunders. p. 261. ISBN 9780702053061.
{{cite book}}
:|edition=
has extra text (help)