ସିଆଲୋଲିଥିଆସିସ

ଉଇକିପିଡ଼ିଆ‌ରୁ
Sialolithiasis
Salivary calculi, salivary stones, sialoliths
Salivary gland stones removed from the sublingual gland
ବିଭାଗENT surgery
ଲକ୍ଷଣPain and swelling of the affected gland with meals[୧]
ଆକ୍ରାନ୍ତ ସମୟ30–60 yrs old[୧]
କାରଣUnclear[୧]
ବିପଦ କାରକDehydration, decreased food intake, anticholinergics, diuretics, gout[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିExamination, medical imaging[୧]
ସଠିକ ରୋଗ ନିର୍ଣ୍ଣୟCancer, dental abscess, cellulitis[୧]
ଚିକିତ୍ସାMassage of the gland, NSAIDs, substances to increase saliva production, endoscopic removal[୧][୨]
PrognosisGood[୧]
ପୁନଃପୌନିକ1 in 20,000 a year[୧]

ସିଆଲୋଲିଥିଆସିସ (ଇଂରାଜୀ ଭାଷାରେ Sialolithiasis ବା ଲାଳ ଗ୍ରନ୍ତି ପଥର) ରୋଗରେ ଲାଳ ଗ୍ରନ୍ତିର ନିଷ୍କସନ ନଳୀରେ ପଥର ତିଆରି ହୋଇଯାଏ । ଏହି ରୋଗ ସବମାଣ୍ଡିବୁଲାର ଗ୍ରନ୍ଥି, ପାରୋଟିଡ ଗ୍ରନ୍ଥି ଓ ସବଲିଙ୍ଗୁଆଲ ଗ୍ରନ୍ଥିରେ ହୋଇପାରେ । [୧] ଏହାର ଲକ୍ଷଣରେ ଖାଦ୍ୟ ଖାଇଲା ବେଳେ ସାଧାରଣତଃ ପ୍ରଭାବିତ ଗ୍ରନ୍ଥିରେ ଯନ୍ତ୍ରଣା ଏବଂ ଫୁଲା ହୁଏ ଯାହାକି କିଛି ଘଣ୍ଟା ମଧ୍ୟରେ ଉପଶମ ହୋଇଥାଏ | [୧] [୩] ରୋଗ ଜଟିଳ ହେଲେ ଗ୍ରନ୍ଥି ସଂକ୍ରମଣ କିମ୍ବା ଆବସେସ୍ ବା ପୁଞ୍ଜିତ ପୂଜ ହୋଇପାରେ ।[୧] [୪]

ଅଧିକାଂଶ କ୍ଷେତ୍ରରେ କାରଣ ଅସ୍ପଷ୍ଟ ଅଟେ | [୧] ବିପଦ କାରକଗୁଡ଼ିକ ମଧ୍ୟରେ ନିର୍ଜଳନ, ଖାଦ୍ୟ ଗ୍ରହଣ ହ୍ରାସ, ଆଣ୍ଟିକଲିନର୍ଜିକ ବା ଡାଇୟୁରେଟିକ ଔଷଧ ବ୍ୟବ‌ହାର ଏବଂ ଗାଉଟ ଉଲ୍ଲେଖନୀୟ ହୋଇପାରେ । [୨] [୩] ଏହା ସ‌ହିତ ଜୋଗ୍ରେନ ସିଣ୍ଡ୍ରୋମ୍‌‌ର କୌଣସି ସମ୍ପର୍କ ନାହିଁ | [୩] ଡାକ୍ତରୀ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ପ୍ରାରମ୍ଭିକ ଚିକିତ୍ସାରେ ଗ୍ରନ୍ଥି ମାଲିସ୍, ଏନଏସଏଆଇଡି/NSAID ଏବଂ ଲେମ୍ବୁ ଭଳି ଲାଳ ଉତ୍ପାଦନ‌କାରୀ ପଦାର୍ଥ ଦିଆଯାଏ | [୧] [୨] ଯଦି ସଂକ୍ରମଣର ଲକ୍ଷଣ ଥାଏ, ତେବେ ଆଣ୍ଟିବାୟୋଟିକ ଦେବାକୁ ସୁପାରିଶ କରାଯାଏ | [୧] ଏଥିରେ ଉପଶମ ନହେଲେ ଏଣ୍ଡୋସ୍କୋପିକ ଅପସାରଣ ଓ ବାହ୍ୟ ଶକ୍‌ୱେଭ୍ ଲିଥୋଟ୍ରିପ୍ସୀ କରାଯାଏ | [୧] ଅସ୍ତ୍ରୋପଚାର କରି ଗ୍ରନ୍ଥିର ସର୍ଜିକାଲ୍ ଅପସାରଣ କରିବା ଏହାର ଏକ ଶେଷ ଉପାୟ | [୧]

ପ୍ରାୟ ୨୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ବର୍ଷକୁ ପ୍ରଭାବିତ ହୋଇଥାଏ | [୧] ଏହା ସାଧାରଣତଃ ୩୦-୬୦ ବର୍ଷ ବୟସରେ ହୋଇଥାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଲାଳ ଗ୍ରନ୍ଥି ଫୁଲିବାର ଏହା ସବୁଠାରୁ ସାଧାରଣ କାରଣ ଅଟେ | [୧] ଏହାର ପ୍ରାରମ୍ଭିକ ବର୍ଣ୍ଣନା ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରେଟସ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Hammett, JT; Walker, C (January 2021). "Sialolithiasis". PMID 31751035. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ "Salivary Stones - Ear, Nose, and Throat Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 12 April 2021.
  3. ୩.୦ ୩.୧ ୩.୨ ୩.୩ Kraaij, S.; Karagozoglu, K. H.; Forouzanfar, T.; Veerman, E. C. I.; Brand, H. S. (December 2014). "Salivary stones: symptoms, aetiology, biochemical composition and treatment". British Dental Journal. 217 (11): E23–E23. doi:10.1038/sj.bdj.2014.1054.
  4. Capaccio, P; Torretta, S; Ottavian, F; Sambataro, G; Pignataro, L (August 2007). "Modern management of obstructive salivary diseases". Acta Otorhinolaryngologica Italica. 27 (4): 161–72. PMC 2640028. PMID 17957846.
  5. Rankow, Robin M.; Polayes, Irving M. (1976). Diseases of the Salivary Glands (in ଇଂରାଜୀ). Saunders. p. 2. ISBN 978-0-7216-7453-7.