ଗାନ୍ଧୀ ତିରୋଧାନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗାନ୍ଧୀ ତିରୋଧାନ
Gandhi Memorial.jpg
ରାଜ ଘାଟ – ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଶବଦାହ ଚିହ୍ନଟକାରୀ ସ୍ମୃତିସ୍ତମ୍ଭ
ସ୍ଥାନ ନୂଆଦିଲ୍ଲୀ
ତାରିଖ ୩୦ ଜାନୁଆରୀ ୧୯୪୮
ଭାରତୀୟ ମାନକ ସମୟ (ସନ୍ଧ୍ୟା ୫:୧୭)
ଲକ୍ଷ୍ୟ ମୋହନଦାସ କରମଚାନ୍ଦ ଗାନ୍ଧୀ
ଅସ୍ତ୍ରଶସ୍ତ୍ରs Beretta M 1934 Semi-automatic pistol
ମୃତ୍ୟୁ ୧ (ଗାନ୍ଧୀ)
Perpetrators ନାଥୁରାମ ବିନାୟକ ଗଡସେ

ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀ ମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା । ପୁର୍ବରୁ "ନାଥୁରାମ ଗଡସେ" ୫ ଥର ହତ୍ୟା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ପ୍ରଥମେ ୧୯୩୪ରେ ହତ୍ୟା ପାଇଁ ପ୍ରୟାସ କରିଥିଲେ ।

ରାଜ ଘାଟ - ମହାତ୍ମା ଗାନ୍ଧୀଙ୍କ ଶବଦାହ ଚିହ୍ନଟକାରୀ ସ୍ମୃତିସ୍ତମ୍ଭ

ମହାତ୍ମାଙ୍କ ହତ୍ୟା[ସମ୍ପାଦନା]

ହତ୍ୟାର ଗୋଟେ ଦିନ ପୂର୍ବର ଦୁର୍ଲଭ ଚିତ୍ର , ଏଥିରେ ଗାନ୍ଧିଜୀ ; ଆଭା ଏବଂ ମନୁଙ୍କ ସହ ଯାଉଛନ୍ତି ।

୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ "ନାଥୁରାମ ବିନାୟକ ଗଡସେ" ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ । ବାପୁଙ୍କ ନିକଟରେ ସେତେବେଳେ ଥିଲେ ତାଙ୍କ ପ୍ରିୟ ନାତୁଣୀ "ମନୁ ଗାନ୍ଧୀ" । ପାଦ ଛୁଇଁବା ଆଳରେ "ନାଥୁରାମ" ଅତି ନିକଟରୁ ବାପୁଜୀଙ୍କୁ ଗୁଳି କରିଥିଲେ । ପ୍ରଥମ ଗୁଳିଟି ତାଙ୍କ ପେଟରେ ବାଜିଥିଲା । ସେ ସେହିମୁହୁର୍ତ୍ତରେ ଚିତ୍କାର କରି "ହେ' ରାମ" ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା । ଘଟଣାଟି ଏତେ ଅପ୍ରତ୍ୟାଶିତ ଥିଲା ଯେ , "ମନୁ ଗାନ୍ଧୀ" ଏବଂ ଅନ୍ୟମାନେ କିଛି ଜାଣିବା ଓ ବୁଝିବା ପୂର୍ବରୁ ଭାରତର ସୂର୍ଯ୍ୟଙ୍କୁ ଅସ୍ତମିତ କରିଦିଆଗଲା । ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ , ସଂଜ୍ଞାହୀନ ବାପୁଙ୍କୁ ତାଙ୍କ ରହଣୀସ୍ଥଳ ବିରଳା ଭବନକୁ ନିଆଗଲା । ସେଠାରେ ଗାନ୍ଧୀଙ୍କ ଶରୀରକୁ ଏକ ସଫା ଚଦରରେ ଘୋଡ଼ାଇ ଦିଆଯାଇଥିଲା । କିନ୍ତୁ ଯେତେବେଳେ , ତାଙ୍କ ସାନ ପୁତ୍ର "ଦେବଦାସ ଗାନ୍ଧୀ" ସେଠାରେ ପହଞ୍ଚିଲେ । ସେ ତୁରନ୍ତ ମହାତ୍ମାଙ୍କ ଉପରୁ ସେ ସଫା ଚଦର କାଢ଼ିନେଲେ । କାରଣ , ଏ ସମସ୍ତ ସମାଜ ଶାନ୍ତି ଆଉ ଅହିଂସାର ପୂଜାରୀଙ୍କ ସହ ହୋଇଥିବା ହିଂସାକୁ ଦେଖିପାରନ୍ତୁ ।[୧]ମାତ୍ର ୨୦ ମିନିଟ୍ ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ଶୋକାତୁର ଜନତା[ସମ୍ପାଦନା]

ବ୍ରିଟିଶ ଶାସକମାନଙ୍କଦ୍ୱାରା ବନ୍ଦିନୀ ଭାରତମାତାଙ୍କୁ ମୁକ୍ତ କରି ଦେଶରେ ସ୍ୱାଧୀନତା ଫେରାଇ ଆଣିଥିବା ମହାନ ଯୋଦ୍ଧା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଦେଶ ସ୍ୱାଧୀନତାର ୬ମାସ ନ ପୁରୁଣୁ ଶୋଚନୀୟ ମହାପ୍ରୟାଣ ଦେଶ ଓ ବିଶ୍ୱର କୋଣ ଅନୁକୋଣରେ ବିଷାଦର କରୁଣଛାୟା ଖେଳାଇ ଦେଇଥିଲା । ଦେଶ ଓ ମାନବ ଜାତି ପାଇଁ ୭୮ ବର୍ଷ , ୩ ମାସ , ୨୮ ଦିନର ସଂଗ୍ରାମମୟ ଜୀବନର ଅବସାନ ଘଟିଲା । ଅହିଂସାର ପୂଜାରୀ ହିଂସାର ଅଗ୍ନିବାଣରେ ନିହତ ହେବା ଖବର କ୍ଷଣିକ ମଧ୍ୟରେ ବିଶ୍ଵସାରା ବ୍ୟାପିଗଲା । ବିଶ୍ୱ ସମୁଦାୟ ଚକିତ , ମର୍ମାହତ ହୋଇ ଏପରି ବର୍ବରୋଚିତ କାଣ୍ଡକୁ ଘୋର ନିନ୍ଦା କରିଥିଲେ । ଜାତିର ପିତା ଆଉ ନାହାନ୍ତି , ଏହି ବାର୍ତ୍ତା ଶୁଣିବା ମାତ୍ରେ ଦେଶବାସୀଙ୍କର ହଂସା ଉଡିଯାଇଥିଲା । ସେ ରାତି ସାରା ଦେଶର ଲୋକେ ଖାଇବା , ଶୋଇବା ଭୁଲିଯାଇଥିଲେ । ଦିଲ୍ଲୀ ପାଖାପାଖି ଦୁଇଶହ କିଲୋମିଟର ଦୂରଦୂରାନ୍ତରୁ ହଜାର ହଜାର ଲୋକ ଅନ୍ତିମ ଦର୍ଶନ ନିମନ୍ତେ ରୁଣ୍ଡ ହୋଇଥିଲେ । ସୈନ୍ୟବାହିନୀ ବିରଳା ଭବନ ଚତୁଃପାର୍ଶ୍ୱ ଜଗି ରହିଥାନ୍ତି । ରାତିସାରା ବାପୁଙ୍କ ମରଶରୀର ନିକଟରେ ବେଦପାଠ , ଗୀତାପାଠ , ଭଜନ ଓ ସ୍ତୃତି ଚାଲିଥାଏ । ତା' ପରଦିନ ସକାଳ ୬ଟାରେ ବିରଳା ଭବନର ଗେଟ୍ ଖୋଲି ଦିଆଯାଇଥିଲା । ବିପୁଳ ଦର୍ଶନାର୍ଥୀଙ୍କୁ ସେନା ପକ୍ଷରୁ ମାଇକଦ୍ୱାରା ନିବେଦନ କରାଗଲା ଯେ , ପ୍ରତ୍ୟେକ ବ୍ୟକ୍ତି ଶାନ୍ତିଶୃଙ୍ଖଳାର ସହ ଧାଡିବାନ୍ଧି ବାପୁଙ୍କୁ ଦର୍ଶନ କରି ଫେରିବେ । ସମସ୍ତ ଜନତା ସେପରି ହିଁ କଲେ । ଶୋକାତୁର ଜନତା ଧାଡିବାନ୍ଧି ମହାତ୍ମା ଗାନ୍ଧୀଙ୍କୁ ଶେଷ ଦର୍ଶନ କଲେ । ଏହିଦିନ ଅପରାହ୍ଣ ୪:୩୦ ମିନିଟ୍ ସମୟରେ ବାପୁଜୀଙ୍କ ନଶ୍ଵର ଶରୀରକୁ ଚିତାଗ୍ନି ଦିଆଯିବା ନିମନ୍ତେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯମୁନାନଦୀ କୂଳରେ ଅନ୍ତିମ ସଂସ୍କାର କରାଯିବା ପାଇଁ ବ୍ୟବସ୍ଥା କରାଗଲା । ଯମୁନା କୂଳର ରାଜଘାଟଠାରେ ୪ଶହ ଗଜ ଲମ୍ବ ଓ ଦୁଇଶହ ଗଜ ଓସାରର ସ୍ଥାନଟିଏ ବଛା ଯାଇଥିଲା । ଚିତା ସ୍ଥଳରେ ୧୬ଫୁଟ ଲମ୍ବ , ୧୨ଫୁଟ ଚଉଡା ଓ ୩ଫୁଟ ଉଚ୍ଚରେ ଚନ୍ଦନ କାଷ୍ଠାସନ ନିର୍ମାଣ କରାଯାଇଥିଲା । ୬କୁଇଣ୍ଟାଲ ଚନ୍ଦନକାଠ , ୨ମହଣ ଗୁଆଘିଅ , ୧୫କି.ଗ୍ରା କର୍ପୁର , କେଶର ଓ କସ୍ତୂରୀ ପ୍ରସ୍ତୁତ କରି ରଖାଯାଇଥିଲା ।

ମହାତ୍ମାଙ୍କ ଶୋଭାଯାତ୍ରା[ସମ୍ପାଦନା]

ବିରଳା ଭବନଠାରୁ ଯମୁନାକୂଳର ଦୂରତ୍ୱ ୬କିଲୋମିଟର । ଏହି ସଡକ ପଥରେ ବାପୁଜୀଙ୍କ ଶବାଧାର ଯାଇ ସେଠାରେ ପହଞ୍ଚିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ସମୟ ଦିବା ୧୧:୪୫ ମିନିଟ୍ ସମୟରେ ବାପୁଜୀଙ୍କ ଶବକୁ ଶଙ୍ଖଧ୍ବନିରେ ରାମଧୂନଗାଇ ଗାଇ ଏକ ସୁସଜ୍ଜିତ ସାମରିକ ଗାଡ଼ିରେ ରଖାଗଲା । "ମହାତ୍ମା ଗାନ୍ଧୀ କି ଜୟ" , "ମହାତ୍ମା ଗାନ୍ଧୀ ଅମର ରହେ" ଧ୍ୱନି ଯେମିତି ଦିଲ୍ଲୀର ଆକାଶକୁ ପ୍ରକମ୍ପିତ କରୁଥିଲା । ସବୁ ଲୋକଙ୍କ ଚକ୍ଷୁରେ ଅଶ୍ରୁ ଭରିଯାଇଥିଲା । ଶୋଭାଯାତ୍ରା ଆଗକୁ ଗଡିବା ଆରମ୍ଭ ହେଲା । ମହାତ୍ମାଙ୍କ ପଦ ପାଖେ ତାଙ୍କ ସାନପୁଅ "ଶ୍ରୀରାମ ଦାସ ଗାନ୍ଧୀ" ଓ "ସର୍ଦ୍ଦାର ପଟେଲ" ମୌନ ହୋଇ ବସିଥିଲେ । "ପଣ୍ଡିତ ନେହେରୁ" ଓ "ସର୍ଦ୍ଦାର ବଳଦେବ ସିଂହ" ମହାତ୍ମାଙ୍କ ମୁଣ୍ଡ ପାଖେ ଛିଡା ହୋଇଥାନ୍ତି । ଶବ ଉପରେ ଏକ ଶୁଭ୍ର କପଡା ଘୋଡାଇ ଦିଆଯାଇଥିଲା ଓ ତା' ଉପରେ ଏକ ବଡ ଜାତୀୟ ପତାକା ଆଚ୍ଛାଦିତ କରାଯାଇଥିଲା । ଆଗ ଓ ପଛରେ ସାମରିକ ଗାଡ଼ିଗୁଡିକ ମହାତ୍ମାଙ୍କୁ ସଲାମୀ ଦେଇଚାଲିଥିଲେ । ଭାରତର ବିଶିଷ୍ଟ ନେତୃବୃନ୍ଦ ଏହି ଶୋଭାଯାତ୍ରାର ଅଗ୍ରଭାଗରେ ପାଦରେ ଚାଲି ଚାଲି ଯାଉଥିଲେ । "ଆଭା ଗାନ୍ଧୀ , ମନୁ ଗାନ୍ଧୀ , ଦେବଦାସ ଗାନ୍ଧୀ , ସରୋଜିନୀ ନାଇଡୁ , ଅମୃତ କାଉର , ରାଜ ଗୋପାଳଚାରୀ , ଚାନ୍ଦୁଲାଲ ତ୍ରିବେଦୀ , ଡ଼. ରାଜେନ୍ଦ୍ର ପ୍ରସାଦ , ଆଚାର୍ଯ୍ୟ କୃପାଳିନୀ , ପଣ୍ଡିତ ନେହେରୁ , ଲେଡି ଓ ଲର୍ଡ ମାଉଣ୍ଟବ୍ୟାଟେନ , ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥ , ମୌଲାନା ଆଜାଦ" ଭାରତ ସରକାରଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ , ଶାସକ ପ୍ରଶାସକ ଗୋଷ୍ଠୀ , ଜଳ , ସ୍ଥଳ , ଆକାଶ ବାହିନୀର ସୈନ୍ୟ ଓ ସେନାମୁଖ୍ୟ ପ୍ରମୁଖ ଆଗରେ ଚାଲିଥାନ୍ତି । ତା' ପଛକୁ ପଦାତିକ ବାହିନୀର ସୈନିକମାନେ ବାପୁଙ୍କର ପ୍ରିୟ ରଘୁପତି ରାଘବ ରାଜାରାମ ଭଜନର କାରୁଣ୍ୟ ତାଳରେ ବାଜା ବଜାଇ ମାର୍ଚିଂ କରାଇ ଗାନ୍ଧିଜୀଙ୍କ ଶବାଧାରରେ ପୁଷ୍ପବର୍ଷା , ଗଙ୍ଗାଜଳ ସିଞ୍ଚନ କରୁଥାନ୍ତି । ଲକ୍ଷ ଲକ୍ଷ ଜନତା ସଡକ ପାର୍ଶ୍ୱରେ ଛିଡା ହୋଇ ବାପୁଜୀଙ୍କ ଶେଷ ଦର୍ଶନ କରୁଥାନ୍ତି । ଏକ ଶଙ୍ଖଳିତ ଜନସମୁଦ୍ର ଭିତରୁ ଗୁରୁଗମ୍ଭୀର ସ୍ୱରରେ ଭାସି ଆସୁଥିଲା ଗାନ୍ଧିଜୀଙ୍କ ପ୍ରିୟ ମାର୍ମିକ ଭଜନର ଅନ୍ତିମ ପଦ - "ଈଶ୍ୱର ଆଲ୍ଲା ତେରୋ ନାମ୍ , ସବକୋ ସନମତି ଦେ ଭଗବାନ୍" ।

ଗାନ୍ଧୀଙ୍କ ଅନ୍ତିମ ସଂସ୍କାର[ସମ୍ପାଦନା]

ପୂର୍ବବର୍ତ୍ତୀ ସ୍ମୃତିସମ୍ବନ୍ଧୀୟ ବିରଳା ଭବନ, ନୂଆଦିଲ୍ଲୀ

ପ୍ରାୟ ସାଢ଼େ ୪ଘଣ୍ଟା ପରେ ଶୋଭାଯାତ୍ରା ଯମୁନା କୂଳରେ ପହଞ୍ଚିଥିଲା । ଜୟ ଜୟ ଗାନ , ବେଦ ପାଠ , ଶଙ୍ଖନାଦ କରାଇ ବାପୁଙ୍କ ଶବକୁ ପୂର୍ବରୁ ପ୍ରସ୍ତୁତ ଥିବା ଚନ୍ଦନ କାଷ୍ଠ ଆସନରେ ଶୁଆଇ ଦିଆଗଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ସଂସ୍କୃତ ଅଧ୍ୟାପକ "ପଣ୍ଡିତ ରାମାଧନ ଶାସ୍ତ୍ରୀ" ବେଦ , ମନ୍ତ୍ର , ସ୍ତୋତ୍ର ଆଦି ପଠନର ମୁଖ୍ୟ ଭୂମିକା ତୁଲାଇଥିଲେ । ବାପୁଙ୍କ କନିଷ୍ଠ ପୁତ୍ର "ଦେବଦାସ ଗାନ୍ଧୀ" ମୁଖାଗ୍ନି ଦେଇଥିଲେ । ଫେବୃଆରୀ ମସିହା ୧୨ ତାରିଖରେ ପବିତ୍ର ତ୍ରିବେଣୀ ସଂଗମ ଜଳରେ ବାପୁଙ୍କ ଚିତାଭସ୍ମ ବିସର୍ଜିତ ହେଲା ।

ସର୍ଦ୍ଦାର ପଟେଲଙ୍କ ସହ ଶେଷ ଦେଖା[ସମ୍ପାଦନା]

ଦେଶକୁ ଆଜାଦ ହେବାର ମାତ୍ର ୫ମାସ ହିଁ ବିତିଛି , ମିଡ଼ିୟାରେ "ପଣ୍ଡିତ ନେହେରୁ" ଏବଂ "ସର୍ଦ୍ଦାର ପଟେଲ"ଙ୍କ ମଧ୍ୟରେ ମତଭେଦ , ମତାନ୍ତରର ଖବର ଆସିବାରେ ଲାଗିଲା । ଗାନ୍ଧୀଙ୍କ ପାଖକୁ ଏହିପରି ଖବର ଆସିବା ହେତୁ ସେ ବହୁ ଦୁଃଖୀ ଥିଲେ ଏବଂ ସେ ଏସବୁର ଜବାବ ଦେବାକୁ ଚାହୁଁଥିଲେ । ସେ ଏହା ମଧ୍ୟ ଚାହୁଁଥିଲେ କି , ନିଜେ ସ୍ୱୟଂ "ସର୍ଦ୍ଦାର ପଟେଲ"ଙ୍କୁ ଇସ୍ତଫା ଦେବାପାଇଁ କହିବେ ଯାହା ଫଳରେ କି , "ନେହେରୁ" ସରକାରଙ୍କ ପୁରା କାମକାର୍ଯ୍ୟ ଦେଖନ୍ତୁ । କିନ୍ତୁ ଏହିପରି କିଛି ମଧ୍ୟ ହେଲାନାହିଁ । ମହାତ୍ମା ୩୦ ଜାନୁଆରୀ ୧୯୪୮ ମସିହା ଦିନ ପଟେଲଙ୍କ ସହ କଥାବାର୍ତ୍ତା ହେବ ପାଇଁ ସନ୍ଧ୍ୟା ୪ଟାରେ ଡାକିଥିଲେ ଏବଂ ପ୍ରାର୍ଥନା ଶେଷ ହେବାପରେ ଏହି ବିଷୟରେ କଥାବାର୍ତ୍ତା ହେବାପାଇଁ କହିଲେ । କିନ୍ତୁ ପ୍ରକୃତିକୁ ଏହା ଇଚ୍ଛା ନଥିଲା । ପଟେଲ ନିଜ ଝିଅ "ମଣିବେନ"ଙ୍କ ସହ ସେହି ସମୟରେ ଗାନ୍ଧୀଙ୍କ ପାଖେ ପହଞ୍ଚିଯାଇଥିଲେ । ପଟେଲଙ୍କ ସହ ଆଲୋଚନା କରିବା ପରେ ପ୍ରାର୍ଥନା ପାଇଁ ଯିବା ସମୟରେ ମହାତ୍ମା ଗାନ୍ଧୀ "ଗଡେସ୍"ଙ୍କ ଗୁଳିର ଶିକାର ହୋଇଥିଲେ ।[୨]

ସୁରକ୍ଷା[ସମ୍ପାଦନା]

ମୂଳ ଲେଖା: ସୁରକ୍ଷା

ଗାନ୍ଧୀ କହୁଥିଲେ ଯେ , ତାଙ୍କ ଜୀବନ ଈଶ୍ୱରଙ୍କ ହାତରେ ଅଛି ଏବଂ ଯଦି ତାଙ୍କୁ ମରିବାକୁ ହୁଏତ କେହି ମଧ୍ୟ ବଞ୍ଚେଇପାରିବେନି । ସେ ଗୋଟେଥର କହିଥିଲେ କି - "ଯାହାକୁ ଆଜାଦୀରେ ବଞ୍ଚିବା ହେତୁ ସୁରକ୍ଷା ଦରକାର ସେମାନଙ୍କୁ ବଞ୍ଚିବା ପାଇଁ କିଛିବି ଅଧିକାର ନାହିଁ ।" ଯାହା ହେଲେବି "ବିରଳା ଭବନ"ର ଗେଟ୍ ବାହାରେ ପ୍ରତ୍ୟେକଦିନ ଗୋଟେ ଜଗୁଆଳୀ ରହୁଥିଲା । ତତ୍କାଳରେ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ମଧ୍ୟ ବିରଳା ଭବନ ବାହାରେ ଜଣେ ହେଡ଼ କନସ୍ଟ୍ରେବଳ ଏବଂ ୪ କନସ୍ଟ୍ରେବଳଙ୍କୁ ଜଗିରହିବା ପାଇଁ ଆଦେଶ ଦେଇଥିଲେ। ଗାନ୍ଧୀଙ୍କ ପ୍ରାର୍ଥନା ସମୟରେ ପୁଲିସ ବିରଳା ଭବନ ସାମ୍ନାରେ ସାଧା ବସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖୁଥିଲେ ଏବଂ ସନ୍ଦେହ ବ୍ୟକ୍ତିଙ୍କ ଉପରେ ତନାଘନା କରୁଥିଲେ । ଏହାମଧ୍ୟ ପୋଲିସ ଚିନ୍ତା କଲେକି , ଯଦି ପ୍ରାର୍ଥନା ସଭାରେ ଯୋଗଦାନ କରୁଥିବା ଲୋକମାଙ୍କର ସଠିକ ତଦାରଖ କରି ଭିତରକୁ ପଠାଯାଏ ତେବେ ଅଧିକ ଭଲ ହୁଅନ୍ତା । କିନ୍ତୁ ମହାତ୍ମାଙ୍କୁ ପୋଲିସ ମାନଙ୍କ ଏହି ପ୍ରସ୍ତାବ ଗ୍ରହଣ କରିନଥିଲେ । ପୋଲିସ ଡ଼ି. ଆଇ.ଜି.ର ଅଫିସର ମଧ୍ୟ ଗାନ୍ଧୀଙ୍କ ସହ ଏହିବିଷୟରେ କଥା ହେଲେ ଏବଂ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଥାଇପାରେ , କିନ୍ତୁ ମହାତ୍ମା ତାଙ୍କ କଥା ମାନିଲେ ନାହିଁ । ବାପୁଙ୍କ ହତ୍ୟା ପରେ "ନନ୍ଦଲାଲ ମେହେତାଙ୍କ"ଙ୍କଦ୍ୱାରା ଜାରିକରିଥିବା ଏଫ.ଆଇ.ଆରର ମୁତାବିକ ତାଙ୍କ ମୁଖରୁ ବାହାରିଥିବା ଅନ୍ତିମ ଶବ୍ଦ "ହେ'ରାମ" ଥିଲା । କିନ୍ତୁ ସ୍ୱତନ୍ତ୍ରତା ସେନା ଏବଂ ଗାନ୍ଧୀଙ୍କ ନିଜର ସଚିବଙ୍କ କଥା ଅନୁସାରେ ଏବଂ ତାଙ୍କ ପାଖେ କାର୍ଯ୍ୟ କରୁଥିବା "କଲ୍ୟାଣମ୍"ଙ୍କ କଥା ଅନୁସାରେ ଏହିକଥା ସତ୍ୟ ନୁହେଁ ।[୨] ସେହି ଘଟଣା ସମୟରେ ଗାନ୍ଧୀଙ୍କ ଠିକ ପଛରେ ଠିଆ ହୋଇଥିବା "କଲ୍ୟାଣମ୍"କହିଲେ କି , ଗୁଳି ମହାତ୍ମାଙ୍କ ଶରୀରରେ ବାଜିବା ପରେ ତାଙ୍କ ମୁଖରୁ ଗୋଟେ ବି ଶବ୍ଦ ବାହାରିବାର ପ୍ରଶ୍ନ ହିଁ ଉଠୁନି । ହୁଏତ ଗାନ୍ଧୀ ସର୍ବଦା କୁହନ୍ତି କି , ଯେବେ ସେ ମରିବେ ସେବେ ତାଙ୍କ ମୁଖରୁ କେବଳ "ରାମନାମ" ହିଁ ଥିବ । ଯଦି ତାଙ୍କର କିଛି ଦେହ ଖରାପ ହେଲା କି , ସେ ଶଯ୍ୟାରେ ଖାଲି ପଡିକରି ରହିଲେ ତ ତାଙ୍କ ମୁହଁରୁ ନିଶ୍ଚୟ "ରାମନାମ" ବାହାରିଥା'ନ୍ତା । ଗାନ୍ଧୀଙ୍କ ହତ୍ୟାର ଯାଞ୍ଚ ପାଇଁ ଗଠିତ ଆୟୋଗ ସେ ଦିନ ରାଷ୍ଟପିତାଙ୍କ ପାଖ ଲୋକଙ୍କୁ ପଚାରିବା ପାଇଁ ମଧ୍ୟ ଜରୁରୀ ଭାବିଲେନି । ଏହାସତ୍ଵେ ବି ଏ କଥା ଦୁନିଆରେ ପ୍ରଚଳିତ ହେଇଗଲା କି , ଗାନ୍ଧୀଙ୍କ ମୁହଁରୁ ବାହାରିଥିବା ଅନ୍ତିମ ଶବ୍ଦ "ହେ'ରାମ" ଥିଲା । କିନ୍ତୁ ଏହାକୁ କେବେ ବି ପ୍ରମାଣ କରାଯାଇପାରିଲା ନାହିଁ ।[୨] ଏହି କଥାର ମଧ୍ୟ କିଛି କାରଣ ଖୋଜାଗଲାନି କି , ଗୁଳି ବାଜିବା ପରେ ମଧ୍ୟ ତାଙ୍କୁ ଡାକ୍ତରଖାନା ନେବା ବଦଳରେ "ବିରଳା ଭବନ"କୁ ହିଁ କାହିଁକି ଫେରାଇ ନିଆଗଲା ?[୧]

ଆହୁରି ମଧ୍ୟ ଏକ ସତ୍ୟତା ଜଣାପଡିଛି ଯେ , ମହାତ୍ମା ଗାନ୍ଧୀଙ୍କ ଜଣେ ପାରିବାରିକ ମିତ୍ର ; ତାଙ୍କ 'ଅସ୍ଥି'କୁ ହାରାହାରି ୬୨ ବର୍ଷ ପର୍ଯ୍ୟନ୍ତ ଗୋପନୀୟ ସ୍ଥାନରେ ରଖିଥିଲେ । ପରେ ୩୦ ଜାନୁଆରୀ ୨୦୧୦ ଶନିବାର ଦିନ ପବିତ୍ର ସମୁଦ୍ରରେ ବିସର୍ଜନ କରାଗଲା ।

ଆଲବର୍ଟ ଆଇନଷ୍ଟାଇନ[ସମ୍ପାଦନା]

ମୂଳ ଲେଖା: ଆଇନଷ୍ଟାଇନ

ଆଇନଷ୍ଟାଇନ ବାପୁଙ୍କ ନାମରେ ଲେଖିଥିଲେ କି , ମହାତ୍ମା ଗାନ୍ଧୀଙ୍କ ଉପଲବ୍ଧି ଗୁଡିକ ରାଜନୈତିକ ଇତିହାସରେ ଉଦ୍ଧୃତ ହୋଇଛି । ସେ ଦେଶକୁ ଦାସତ୍ବରୁ ମୁକ୍ତ କରିବା ପାଇଁ ସଂଘର୍ଷର ଏମିତି ଏକ ମାର୍ଗ ବାଛିଲେ ଯାହା ମାନବୀୟ ଏବଂ ଅତି ଆଶ୍ଚର୍ଯ୍ୟଜନକ ଅଟେ । ଏହା ଏମିତି ଏକ ମାର୍ଗ ଅଟେ ଯିଏ ପୁରା ସଂସାରର ସଭ୍ୟ ସମାଜକୁ ମାନବିକତା ପାଇଁ ଚିନ୍ତା କରିବାରେ ବାଧ୍ୟ କରାଇ ଦିଏ । ସେ ଲେଖିଥିଲେ କି , ଆମକୁ ପ୍ରସନ୍ନ ହେବ ଦରକାର କି ,ଭାଗ୍ୟ ଆମକୁ ଆମ ସମୟରେ ଜଣେ ଏମିତି ବ୍ୟକ୍ତିଙ୍କୁ ଉପହାରରେ ଦେଲେ ଯିଏ , ଆସୁଥିବା ପିଢ଼ି ପାଇଁ ପଥ ପ୍ରଦର୍ଶକ ହେବେ ।

କଂଗ୍ରେସ[ସମ୍ପାଦନା]

କଂଗ୍ରେସ ଗାନ୍ଧୀଙ୍କୁ ନିଜ ଆଦର୍ଶ ବୋଲି କହିପାରିବେନି , ଯେପରି କି ସେହି ପାର୍ଟିର ଲୋକମାନେ ଗାନ୍ଧୀ ବଞ୍ଚିଥିବା ଅବସ୍ଥାରେ ସର୍ବଦା ତାଙ୍କର ନିନ୍ଦା ଅପବାଦ କରୁଥିଲେ । ବିହାରର ତତ୍କାଳୀନ ଗଭର୍ନରଙ୍କ ଏକ ସଂକ୍ଷିପ୍ତ ବିବରଣୀରୁ ଏହା ସ୍ପଷ୍ଟ ହୋଇଯାଏ ।

"ଯଦି ମୋତେ କୌଣସି ପାଗଳ ମଣିଷର ଗୁଳିରେ ମରିବାକୁ ହୁଏ ତ ମତେ ହସି ହସି ମରିବା ଦରକାର । ମୋ ହୃଦୟ ଏବଂ ଓଠରେ କେବଳ ଭଗବାନଙ୍କ ନାମ ରହିବା ହିଁ ଦରକାର । ଆଉ ଯଦି ଏମିତି କେବେ କିଛି ହୁଏ ତ, ତୁମ୍ଭେମାନେ ଆଖିରୁ ବୁନ୍ଦାଟିଏ ବି ଲୁହ ଝରାଇବନି ।"(ଇଂରାଜୀ: If I’m to die by the bullet of a mad man, I must do so smiling. God must be in my heart and on my lips. And if anything happens, you are not to shed a single tear.)

ମୋହନଦାସ କରମଚାନ୍ଦ ଗାନ୍ଧୀ ୨୮ ଜାନୁଆରୀ ୧୯୪୮

ନେହେରୁ ଏବଂ ପଟେଲ ଦୋଷୀ[ସମ୍ପାଦନା]

କ'ଣ ଏ ଦାୟିତ୍ୱ ଜବାହରଲାଲ ନେହେରୁ ଯିଏ ଦେଶର ପ୍ରଧାନମନ୍ତ୍ରୀ ଥିଲେ , ଅଥବା ସରଦାର ପଟେଲ ଯିଏ ଗୃହମନ୍ତ୍ରୀ ଥିଲେ ତାଙ୍କର ନ ଥିଲା ? ଶେଷରେ ୨୦ ଜାନୁଆରୀ ୧୯୪୮ ମସିହାରେ ପାହବାଦ୍ୱାରା ଗାନ୍ଧିଜୀଙ୍କ ପ୍ରାର୍ଥନା ସଭାରେ ବୋମା-ବିସ୍ଫୋଟକର ଠିକ ୧୦ ଦିନ ପରେ ସେହି ପ୍ରାର୍ଥନା ସଭାରେ ସେହି ସମୂହରେ ଏକ ସଦସ୍ୟ ନାଥୁରାମ ଗଡସେ ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇ ତାଙ୍କୁ ସଦା ସର୍ବଦା ପାଇଁ ସମାପ୍ତ କରିଦେଲେ । ହତ୍ୟାରିଣ ରାଜନୀତି[୩] ଶୀର୍ଷକରେ ଲିଖିତ ଏକ କବିତାରେ ଏହି ପ୍ରଶ୍ନ ("ସାଜିସର ପ୍ରଥମ ଶିକାର "ସୁଭାଷ"ହେଲେ , ଯାହାଙ୍କୁ ବିମାନ-ଦୁର୍ଘଟଣାରେ ମାରିଦିଆଗଲା ; ପରେ ମତ-ବିଭ୍ରାନ୍ତ କାରଣରୁ ଗାନ୍ଧୀଙ୍କ ଶରୀରକୁ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଦେଲା ?") ବହୁ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ପରେ ୧୯୮୪ ମସିହା [୪][୫]ରେ ହିଁ ଉଠାଯାଇଥିଲା ଯାହା ଆଜିବି ଅନୁନ୍ତରିତ ଅଛି ।

ଷଡଯନ୍ତ୍ର କାରୀ[ସମ୍ପାଦନା]

ନ୍ୟାୟାଳୟରେ ନାଥୁରାମ ଗଡସେଙ୍କଦ୍ୱାରା ଦିଆଯାଇଥିବା ସମସ୍ତ ଶାକ୍ଷ ଏବଂ ପ୍ରମାଣକୁ ଭିତ୍ତି କରି କୁହାଯାଇଥିଲା ଯେ , ଯେଉଁ ବନ୍ଧୁକରୁ ସେ "ମହାତ୍ମା"ଙ୍କୁ ଗୁଳି ଚଳାଇଥିଲେ ତାକୁ ସେ ଦିଲ୍ଲୀର ଜଣେ ବ୍ୟବସାୟୀ ଯେକି' ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ବିକ୍ରୟ କରୁଥିଲେ , ତାଙ୍କ ଠାରୁ କିଣିଥିଲେ ।[୬]

ନାଥୁରାମ ବିନାୟକ ଗଡସେ (ଅଦାଲତରେ ହତ୍ୟା ମାମଲା ଚାଲୁଥିବା ସମୟରେ)

ଗାନ୍ଧୀଙ୍କ ହତ୍ୟାକରିବା ଅପରାଧରେ ମୁଖ୍ୟ ଅଭିଯୁକ୍ତ "ନାଥୁରାମ ଗଡସେ"ଙ୍କ ସହ ଆହୁରି ୮ଜଣ ବ୍ୟକ୍ତିଙ୍କୁ ହତ୍ୟାକାରୀ ରୂପେ ଦୋଶୀ ସାବ୍ୟସ୍ତ କରାଯାଇଥିଲା । ସେମାନଙ୍କ ନାମ ହେଲା :

ଅଦାଲତ'ର ଅନ୍ତିମ ଶୁଣାଣୀ[ସମ୍ପାଦନା]

ଅଦାଲତର ଏହି ମୁକଦମାରେ "ଶଙ୍କର କିସ୍ତୌୟା , ଗୋପାଳ ଗୌଡ଼ସେ , ମଦନଲାଲ ପାହବା , ଦିଗମ୍ବର ବଡଗେ , ନାରାୟଣ ଆପ୍ଟେ , ବୀର ସାବରକର , ବିଷ୍ଣୁ ରାମକୃଷ୍ଣ କରକରେ ଏବଂ ନାଥୁରାମ ବିନାୟକ ଗଡସେ" ସମ୍ପୂର୍ଣ୍ଣ ୮ ଜଣ ବ୍ୟକ୍ତିଙ୍କୁ ହତ୍ୟା ଯୋଜନାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ୮ଜଣ ହତ୍ୟାକାରୀଙ୍କ ମଧ୍ୟରୁ "ଦିଗମ୍ବର ବଡଗେ"ଙ୍କୁ ସରକାରୀ ସାକ୍ଷୀ ହୋଇଥିବାରୁ ଛାଡିଦିଆଗଲା । "ବୀର ସାବରକର"ଙ୍କ ନାମରେ କୌଣସି ପ୍ରମାଣ ନମିଳିବା କାରଣରୁ ତାଙ୍କୁ ମଧ୍ୟ ଛାଡିଦିଆଗଲା । "ଶଙ୍କର କିସ୍ତୌୟା"ଙ୍କୁ ଆଜୀବନ କାରାଦଣ୍ଡର ଶୁଣାଣୀ ହୋଇଥିଲା କିନ୍ତୁ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯିବାରୁ ତାଙ୍କ ଦୋଷ କ୍ଷମା କରିଦିଆଗଲା । ଶେଷରେ ବଞ୍ଚିଥିବା ୫ଜଣ ଦୋଷୀଙ୍କ ମଧ୍ୟରୁ "ଗୋପାଳ ଗୌଡ଼ସେ ,ବିଷ୍ଣୁ ରାମକୃଷ୍ଣ କରକରେ , ମଦନଲାଲ ପାହବା"ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । "ନାଥୁରାମ ବିନାୟକ ଗଡସେ ଏବଂ ନାରାୟଣ ଆପ୍ଟେ"ଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "क्या आप जानते हैं क्यों गोली लगने के बाद भी अस्पताल नहीं ले जाए गए राष्ट्रपिता!". दैनिक भास्कर. 30 जनवरी 2013. Retrieved 20 नवम्बर 2013.  Check date values in: |date=, |accessdate= (help)
  2. ୨.୦ ୨.୧ ୨.୨ "'हे राम' नहीं थे गांधी के आखिरी शब्‍द, जानिए आखिरी समय की कहानी". दैनिक भास्कर. 30 जनवरी 2013. Retrieved 20 नवम्बर 2013.  Check date values in: |date=, |accessdate= (help)
  3. हत्यारिन राजनीति
  4. स्वदेश (हिन्दी समाचारपत्र), ग्वालियर में प्रकाशित
  5. राष्ट्रधर्म (साप्ताहिक), लखनऊ में प्रकाशित
  6. क्रान्त, मदनलाल वर्मा (୨୦୦୬). स्वाधीनता संग्राम के क्रान्तिकारी साहित्य का इतिहास (in Hindi) (୧ ed.). नई दिल्ली: प्रवीण प्रकाशन. p. ୭୬୦. ISBN ୮୧-୭୭୮୩-୧୨୧-୬. Retrieved ୨୩ नवम्बर ୨୦୧୩. दिल्ली में मुझे एक शरणार्थी मिला जो शस्त्र बेचता था। उसने मुझे एक पिस्तौल दिखायी। मुझे वह पिस्तौल पसन्द आ गयी और मैंने उसे खरीद लिया। यही वह पिस्तौल थी जिससे मैंने गान्धीजी को अपना निशाना बनाया।  Check date values in: &#୧୨୪;accessdate= (help)