ଗଜାନନ ମିଶ୍ର
ଗଜାନନ ମିଶ୍ର | |
---|---|
ଜନ୍ମ | ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର | ୩ ଅପ୍ରେଲ ୧୯୬୦
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପିତାମାତା(s) | ଭଗବାନ ମିଶ୍ର, ରାଧିକା ଦେବୀ |
ଗଜାନନ ମିଶ୍ର ଜଣେ ଓଡ଼ିଆ ଭାଷାକର୍ମୀ ଓ ସାହିତ୍ୟିକ ।[୧] ଓଡ଼ିଶାରେ ଅଦାଲତର ଭାଷା ଓଡ଼ିଆ ହେବାପାଇଁ ସେ ସଂଗ୍ରାମ କରିଛନ୍ତି ଓ ଏଥିପାଇଁ ୨୦୧୫ ମସିହାରେ ଆମରଣ ଅନଶନ ମଧ୍ୟ କରିଛନ୍ତି ।[୨] ଓକିଲାତିକୁ ସେ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗଜାନନ, ୧୯୬୦ ମସିହାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଟିକାପାଲିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମିଶ୍ର ଓ ମାତାଙ୍କ ନାମ ରାଧିକା ଦେବୀ । ବୃତ୍ତିରେ ସେ ଜଣେ ଓକିଲ ।
ସାହିତ୍ୟ ସର୍ଜନା ଓ ଭାଷା ସଂଗ୍ରାମ
[ସମ୍ପାଦନା]ଗଜାନନ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ଲେଖନୀ ଚାଳନା କରିଛନ୍ତି । ସେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ରଚନା କରନ୍ତି । ତାଙ୍କର ବହୁ ଲେଖା ହିନ୍ଦୀ ଭାଷାକୁ ଅନୁବାଦିତ ହୋଇଛି । ଓଡ଼ିଶାର ଅଦାଲତମାନଙ୍କରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବା ନିମନ୍ତେ ସେ ବହୁ ବର୍ଷ ଧରି ସଂଗ୍ରାମ କରିଆସିଛନ୍ତି । ୨୦୧୫ ମସିହା ଜୁଲାଇ ପହିଲାରୁ ସେ ଓଡ଼ିଆ ଭାଷାକୁ ଅଦାଲତର ଭାଷାକରିବା ପାଇଁ ଆମରଣ ଅନଶନ କରିଥିଲେ ।[୩]
ଟିଟିଲାଗଡ଼ର ସିରୋଲଠାରେ ପିଲାମାନଙ୍କ ମଧ୍ୟରେ ଭାଷାପ୍ରେମ ଉଦ୍ରେକ କରିବା ନିମନ୍ତେ ସେ ତପୋବନ ଏକାଡେମୀ ନାମରେ ଏକ ସଂସ୍ଥା ଗଠନ କରିଛନ୍ତି ।[୪]
ରଚନାବଳୀ
[ସମ୍ପାଦନା]- ସର୍ବନାମ
- ନଥିବା ଚିତ୍ର
- ଷ୍ଟେସନ
- କବିତାଘର
- ଅହନିର୍ଶୀ
- ଚରୈବେତୀ
- ଗୋଟାପଣେ
- କାଳକାଳ
- ନାବ
- ମହାରେଖା
- ସଙ୍କେତ ଉଦ୍ଧବ
- ପଞ୍ଚରାମା
- କୁଶେର ପନା
- ଦେଖନାବାଲା ଏକ୍ଲା
- ଅମୃତ ସବୁ
- ନଥିବା ଚିତ୍ର
- ଅବ୍ଗି ନୂଆଁ
- ଓଡ଼ିଆରେ ଓକିଲାତି
- ଅବ୍ୟୟ
- ଦେୱାନୀ ଏବଂ ଫୌଜଦାରୀ
- ଅନଲି ହିଅର
- କଣ୍ଟିଲୋ ଭାୟା[୫]
- ସମୁଦ୍ର ବିଜୟ ୨୦୧୭
ଆଧାର
[ସମ୍ପାଦନା]- ↑ "ଗଜାନନ ମିଶ୍ର". www.odiasahitya.com. odiasahitya.com. Archived from the original on 2 December 2021. Retrieved 2 December 2021.
- ↑ "ତପୋବନର ତପସ୍ୱୀ". www.bhashaandolan.com. bhashaandolan.com. Archived from the original on 2 December 2021. Retrieved 2 December 2021.
{{cite web}}
:|archive-date=
/|archive-url=
timestamp mismatch; 25 ସେପ୍ଟେମ୍ବର 2020 suggested (help) - ↑ "Odisha's language limbo: How Naveen Patnaik foiled a 300-day old agitation for use of Odia in official business". www.firstpost.com. firstpost. Archived from the original on 2 December 2021. Retrieved 2 December 2021.
{{cite web}}
:|archive-date=
/|archive-url=
timestamp mismatch; 21 ନଭେମ୍ବର 2020 suggested (help) - ↑ "କବିତା ହୃଦୟରୁ ହୃଦୟକୁ ସଞ୍ଚରିତ ହୁଏ : ଗଜାନନ ମିଶ୍ର". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 2 December 2021. Retrieved 2 December 2021.
- ↑ "ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ". www.dharitri.com. ଧରିତ୍ରୀ. Archived from the original on 2 December 2021. Retrieved 2 December 2021.