ଗଙ୍ଗାଧର ଗରୁଡ଼

ଉଇକିପିଡ଼ିଆ‌ରୁ
ଗଙ୍ଗାଧର ଗରୁଡ଼
ଜାତୀୟତାଭାରତୀୟ
ପ୍ରସିଦ୍ଧିକବାଡ଼ି ଖେଳାଳି
ସନ୍ତାନସଞ୍ଜୁ,ଅଞ୍ଜୁ,ବେଞ୍ଜୁ,ରଣଜିତ


ଗଙ୍ଗାଧର ଗରୁଡ଼, ଓଡ଼ିଶା ପୁରୁଷ କବାଡ଼ି ଦଳର ପ୍ରଥମ ଅଧିନାୟକ ଓ ପ୍ରଶିକ୍ଷକ । ସେ ନିଜ ପ୍ରଚେଷ୍ଟାରେ କଟକରେ କବାଡ଼ି ଖେଳର ମୂଳଦୁଆ ପକେଇଥିଲେ । ଓଡ଼ିଶା କବାଡ଼ି ଆସୋସିଏଶନ ଗଠନ, ଓଡ଼ିଶାରେ ଜାତୀୟ କବାଡ଼ି ଚାମ୍ପିୟାନସିପ ଆୟୋଜନ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା ।

୧୯୬୦ମସିହା ପୂର୍ବରୁ କଟକ ମେଡ଼ିକାଲ କଲେଜ ପଡ଼ିଆରେ ସେ କବାଡ଼ି, ଫୁଟବଲ, କୁସ୍ତି, ଭାରତ୍ତୋଳନ ଆଦି ଖେଳ ଆରମ୍ଭ କରାଇଥିଲେ । ପରେ କବାଡ଼ି ଉପରେ ସେ ନିର୍ଦ୍ଧିଷ୍ଟ ଦୃଷ୍ଟିଦେଇ କ୍ଲବ, ଜିଲ୍ଲା ଓ ରାଜ୍ୟସ୍ଥରରେ କବାଡ଼ିକୁ ଲୋକପ୍ରିୟ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ୧୯୫୧ ମସିହାରେ ଓଡ଼ିଶା କବାଡ଼ି ଆସୋସିଏଶନ ଗଠନ କରାଯାଇଥିଲା । ହରେକୃଷ୍ଣ ମହତାବ ଏହାର ପ୍ରଥମ ସଭାପତି ରହିଥିଲେ । ଗଙ୍ଗାଧର ସେତେବେଳକୁ ସାରା ଓଡ଼ିଶାରେ ଜଣେ ଭଲ କବାଡ଼ି ଖେଳାଳି ଭାବରେ ପରିଚିତ ହୋଇସାରିଥିଲେ । ୧୯୫୧ରେ ଯେତେବେଳେ ପ୍ରଥମ ଓଡ଼ିଶା ରାଜ୍ୟ କବାଡ଼ି ଦଳ ଗଠନ କରାଗଲା, ଗଙ୍ଗାଧରଙ୍କୁ ଏହି ଦଳର ଅଧିନାୟକ ଓ ପ୍ରଶିକ୍ଷକଭାବରେ ବଛାଯାଇଥିଲା । ୧୯୮୪ ମସିହାରେ ଗଙ୍ଗାଧରଙ୍କୁ ରାଜ୍ୟ ବାଳକ ଦଳର ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଥିଲା ।

ଗଙ୍ଗାଧର ନିଜ ସନ୍ତାନମାନଙ୍କୁ ମଧ୍ୟ ଖେଳିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ଝିଅମାନଙ୍କୁ ନିଜେ କବାଡ଼ି ଖେଳର ପ୍ରଶିକ୍ଷଣ ଦେଇଛନ୍ତି । ୫ଜଣ ଝିଅଙ୍କ ମଧ୍ୟରୁ ୩ଜଣ ସଞ୍ଜୁଲତା, ଅଞ୍ଜୁଲତା ଓ ବେଞ୍ଜୁଲତା ଓଡ଼ିଶା ପାଇଁ କବାଡ଼ି ଖେଳିଛନ୍ତି । ପୁଅ ରଣଜିତ ଗରୁଡ଼ ମଧ୍ୟ ରାଜ୍ୟ ତରଫରୁ ଫୁଟବଲ ଖେଳିଛନ୍ତି ।[୧]

ଆଧାର[ସମ୍ପାଦନା]

  1. "କଟକ କବାଡିର ଜନକ, ଓଡ଼ିଶାର ଦଙ୍ଗଲ୍: ଗଙ୍ଗାଧର". ଧରିତ୍ରୀ ୧୨/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. Retrieved 12 December 2017.