ଖୋରଖୋଗ

ଉଇକିପିଡ଼ିଆ‌ରୁ
Khorkhog meal. Note the metal milk jug, the black stone, and the piece of boiled meat; the metal milk jug is where the cooking takes place.
Khorkhog meal. Served in a restaurant in Ulaanbaatar

ଖୋରଖୋଗ ଏକ ମଙ୍ଗୋଲୀୟ ବାର୍ବେକ୍ୟୁ ଖାଦ୍ୟ ଅଟେ । ଖୋରଖୋଗ ଏକ ମଧ୍ୟ ଏସୀୟ ଭୋଜନ ହିସାବରେ ଜଣାଯାଏ । ଏହାକୁ ମଙ୍ଗୋଲୀୟ ଭାଷାରେ କ୍ଜୋପକ୍ଜୋର ମଧ୍ୟ କୁହାଯାଏ । ମାଂସ ଟୁକୁଡାମାନଙ୍କୁ ଏକ ପାତ୍ରରେ ଭରାଯାଏ ଯେଉଁଥିରେ ଗରମ ପଥର ଖଣ୍ଡ ମାନ ଏବଂ ଗରମ ପାଣି ରହିଥାଏ ଏବଂ ପ୍ରାୟତଃ ଏହାକୁ ବାହାରୁ ମଧ୍ୟ ଗରମ କରାଯାଇଥାଏ ।[୧][୨]

ପ୍ରସ୍ତୁତି[ସମ୍ପାଦନା]

ଖୋରଖୋଗକୁ ପ୍ରସ୍ତୁତ କରିବା ପାଇଁ ମେଣ୍ଢା ଛୁଆ ମାଂସ(ଏହା ବଦଳରେ ଛେଳିର ମାଂସର ମଧ୍ୟ ବ୍ୟବ‌ହାର କରାଯାଇ ପାରିବ) ବ୍ୟବ‌ହାର କରାଯାଏ । ପ୍ରଥମେ ମାଂସକୁ ସମାନ ମଧ୍ୟମ ଟୁକୁଡାରେ କଟା ଯାଏ ଯେଉଁଥିରେ ମାଂସ ସ‌ହିତ ହାଡ ମଧ୍ୟ ରହିଥାଏ । ଏହାପରେ ୧୦ରୁ ୨୦ଟି ହାତ ମୁଠା ଆକାରର ପଥରକୁ ନିଆଁ ଉପରେ ଗରମ କରାଯାଏ । ଯେତେବେଳେ ପଥରଗୁଡ଼ିକ ଅତ୍ୟଧିକ ଗରମ ହୋଇ ଯାଆନ୍ତି ଏହା ପରେ ଏକ ପାତ୍ରରେ ଗରମ ପଥର ଏବଂ ମାଂସକୁ ଏକାଠି ରଖାଯାଏ। ପରମ୍ପରା ଅନୁସାରେ ଧାତବ କ୍ଷୀର ପାତ୍ରରେ ଏହାର ପ୍ରସ୍ତୁତି ହୋଇଥାଏ । ଏହି ଧାତବ କ୍ଷୀର ପାତ୍ରର ଆକାର ବଡ଼ ହୋଇଥାଏ ଜେପରିକି ସେଥିରେ ଆବଶ୍ୟକ ମୁତାବକ ମାଂସ ରହିପାରିବ । ଏହି ଧାତବ କ୍ଷୀର ପାତ୍ରରେ ପଥର ଭଲରେ ରହିଥାଏ ଏବଂ ଖାଦ୍ୟ ସ‌ହଜରେ ପ୍ରସ୍ତୁତ ହୋଇଥାଏ ।

ଏହାପରେ ରୋଷେୟା ସେ‌ହି ପାତ୍ରରେ ଅନ୍ୟ ସାମଗ୍ରୀମାନ ତ‌ଥା ଗାଜର, କୋବି, ଆଳୁ ପକାଇ ରାନ୍ଧନ୍ତି ।ଏହାପରେ ସେଥିରେ ଲୁଣ ଏବଂ ଅଲଗା ମସଲା ସାମଗ୍ରୀ ପକାଇ ତାକୁ ରାନ୍ଧନ୍ତି । ସମସ୍ତ ସାମଗ୍ରୀକୁ ପାତ୍ରରେ ସ୍ତର କରି ରଖାଯାଏ ଏବଂ ଏହାର ଉପର ସ୍ତରରେ ପନିପରିବା ରଖାଯାଏ ।[୩] ସର୍ବଶେଷରେ ସେ‌ଥିରେ ପର୍ଯ୍ୟାପ୍ତ ପାଣି ପକାଇ ବାମ୍ଫ ଦିଆଯାଏ । ଏହାପରେ ସେ‌ହି ଧାତବ ପାତ୍ରରେ ଢାଙ୍କୁଣି ଦିଆଯାଏ ।

ପଥରର ଉତ୍ତାପ ଏବଂ ପାଣିର ବାମ୍ଫ ପାତ୍ର ମଧ୍ୟରେ ମାଂସକୁ ରାନ୍ଧିଥାଏ । ଯଦି ପଥରର ଉତ୍ତାପଦ୍ୱାରା ପାତ୍ର ଗରମ ନ ହୁଏ ଏହା ବଦଳରେ ପାତ୍ରକୁ ନିଆଁ କିମ୍ବା ସ୍ଟୋବରେ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଇ ପାରିବ । ଏହପରେ ପଥର ଗରମ ହୋଇ ଏବଂ ମାଂସରୁ ଚର୍ବି ଅଂଶ ଗ୍ରହଣ କରି କଳା ପଡିଯାଏ । ଏହାପରେ ପାତ୍ରର ଢାଙ୍କୁଣି କାଢି ଦେଖାଯାଏ ମାଂସ ପ୍ରସ୍ତୁତ ହୋଇଛି କି ନାହିଁ । ପଥରରେ ଖୋରଖୋଗ ପ୍ରସ୍ତୁତ କରିବା ପାଇଁ ପ୍ରାୟତଃ ୧ ଘଣ୍ଟାରୁ ୧ ଘଣ୍ଟା ୩୦ ମିନିଟ ସମୟ ଲାଗେ।ଏହାପରେ ପାତ୍ରରୁ ମାଂସ ସ‌ହିତ ପଥର ଗୁଡିକୁ କଢା ଯାଏ ଏବଂ ଦୁଇ ହାତର ବ୍ୟବ‌ହାର କରି ମାଂସ ଓ ପଥରକୁ ଅଲଗା କରାଯାଇ ପରସା ଯାଏ ।[୪][୫]

ଏହାକୁ ହାତରେ ଖାଆନ୍ତି । ଖାଇବା ସମୟରେ ମାଂସ ଓ ହାଡକୁ ଅଲଗା କରିବା ପାଇଁ ଛୁରୀର ମଧ୍ୟ ବ୍ୟବ‌ହାର ହୋଇଥାଏ ।

ଖୋରଖୋଗ ଏକ ମଧ୍ୟ ଏସୀୟ ଖାଦ୍ୟ ହିସାବରେ ଲୋକପ୍ରିୟ ଅଟେ କିନ୍ତୁ ଏହା ସାଧାରଣତଃ ଭାବରେ ରେସ୍ତୋରାଁ ମାନଙ୍କରେ ପରସା ଯାଏନାହିଁ ।.[୬]

ଟିପ୍ପଣୀ :- ଏଥିରେ ପନିପରିବାର ବ୍ୟବ‌ହାରରୁ ଏହାର ସ୍ୱାଦ ବଢିଥାଏ ।

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Thrift, Eric (2001). The cultural heritage of Mongolia. Naranbulag printing.
  2. Sanders, Alan J.K.; J. Bat-Ireedui (1995). Mongolian phrasebook. Lonely Planet. p. 99. ISBN 978-0-86442-308-5. Retrieved 11 December 2010.
  3. "e-Mongol.com - Culture of Mongolia : cooking recipes". Archived from the original on 2019-05-17. Retrieved 2017-11-02.
  4. Khorkhog - Meat cooked with hot stones - Mongolian Recipes
  5. Vicariously.Through.Me: A Khourhog For Me :-)
  6. Savour Asia - What to Try