ଖଜୁରେଶ୍ୱର ଦେଉଳସମୂହ

ଉଇକିପିଡ଼ିଆ‌ରୁ
ଖଜୁରେଶ୍ୱର (ଦେଉଳସମୂହ)
ଖଜୁରେଶ୍ୱର ଦେଉଳସମୂହ ବେଢ଼ା ।
ଖଜୁରେଶ୍ୱର ଦେଉଳସମୂହ ବେଢ଼ା ।
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Location
ସ୍ଥାନସେରଗଡ଼
Countryଭାରତ

ଖଜୁରେଶ୍ୱର ଦେଉଳସମୂହ ଓଡ଼ିଶାରେ ଏକ ବେଢ଼ା ଭିତରେ ଥିବା କେତେକ ଶୈବ-ଶାକ୍ତ ଦେଉଳ । ଏହା ବାଲେଶ୍ୱର ଜିଲ୍ଲାର ସେରଗଡ଼ ଗାଁରେ ଅବସ୍ଥିତ ।[୧] ଦେଉଳଟି ୯ମରୁ ୧୦ମ ଶତକ ମଧ୍ୟରେ ତୋଳାଯାଇଥିଲା ।[୨] ଦେଉଳ ବେଢ଼ାରେ ଥିବା ୯ମ ଦଶକରେ ତୋଳାଯାଇଥିବା ବିଭିନ୍ନ ଛୋଟବଡ଼ ଦେଉଳ ଭିତରେ ଭିନ୍ନ ଭିନ୍ନ ଦେବଦେବୀ ପୂଜିତ । ଏହି ଦେଉଳମାନଙ୍କ ମଧ୍ୟରୁ ବିଶାଳତମ ଦେଉଳଟି ଥିଲା ଖଜୁରେଶ୍ୱର । ଏହା ଧ୍ୱଂସ ହୋଇଯାଇଛି । ପରେ ବିଗ୍ରହଗୁଡ଼ିକୁ ଏକ ନୂଆ ଦେଉଳ ତୋଳାଯାଇ ସେଠାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦେଉଳସମୂହରେ ଦେବଦେବୀ ହେଲେ ଶିବ, ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀପୁରୁଷୋତ୍ତମ । ଦେଉଳସମୂହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତୋଳାଯାଇଛି । ବେଢ଼ା ଭିତରେ ଅକ୍ଷୁର୍ଣ୍ଣ ଥିବା ଦେଉଳସମୂହ ୯ମ ଶତକରେ ଖାକର ଶୈଳୀରେ ଓ କେବଳ ଗୋଟିଏ ଦେଉଳ ରେଖ ଶୈଳୀରେ ତୋଳାଯାଇଥିଲା । ନୂତନ ଦେଉଳଟି ପୀଢ଼ ଶୈଳୀରେ ତୋଳାଯାଇଛି । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି । ମୂର୍ତ୍ତିଗୁଡ଼ିକ ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ।[୩]

ଅବସ୍ଥିତି[ସମ୍ପାଦନା]

ଦେଉଳଟି ବାଲେଶ୍ୱର ଜିଲ୍ଲାର ସେରଗଡ଼ ଅନ୍ତର୍ଗତ ଖଜୁରସାହିର ମଧ୍ୟଭାଗରେ ଏକ ଅଳ୍ପ ଉଚ୍ଚ ମୁଣ୍ଡିଆରେ ଅବସ୍ଥିତ ।[୪]

ଦେବଦେବୀ[ସମ୍ପାଦନା]

ଦେଉଳ ବେଢ଼ାରେ ବିଭିନ୍ନ ଅଲଗା ଅଲଗା ଦେବଦେବୀ ପୂଜିତ ୯ମ ଶତକର ଦେଉଳସବୁ ରହିଛି । ଏଥି ଭିତରେ ବିଶାଳତମ ଓ ମୁଖ୍ୟ ଖଜୁରେଶ୍ୱର ଦେଉଳଟି ଧ୍ୱଂସ ପାଇଯାଇଛି । ଦେଉଳ ବେଢ଼ାରେ ଶିବ ବ୍ୟତୀତ ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ (ଦୁର୍ଗା ଦେଉଳ ଭିତରେ) ଓ ଏକ ଛୋଟ ଛାତ ତଳେ ପୁରୁଷୋତ୍ତମ ମୂର୍ତ୍ତି ରହିଛି ।[୩]

ସ୍ଥାପତ୍ୟକଳା[ସମ୍ପାଦନା]

ଉଭୟ ବିମାନ ଓ ଜଗମୋହନ କଳିଙ୍ଗ ସ୍ଥାପତ୍ୟ ଅନୁସାରେ ତୋଳା । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି ଓ ଅଧୁନା ଉପାସିତ ।[୪] ଅଧୁନା ଦେଉଳଟି ଏକ ପୀଢ଼ ଦେଉଳ ଓ ନୂତନ ଭାବେ ତୋଳାଯାଇଛି । ବେଢ଼ାରେ ଅକ୍ଷୁର୍ଣ୍ଣ ଥିବା ଦେଉଳସବୁ ୯ମ ଶତକର ଓ ଖାକର ଶୈଳୀ ଓ ଗୋଟିଏ ରେଖ ଶୈଳୀରେ ତୋଳାଯାଇଥିଲା । ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ଏହି ଦେଉଳସମୂହ ତତ୍କାଳୀନ ବାଲେଶ୍ୱର ଅଞ୍ଚଳର ଏକ ପ୍ରମୁଖ ସ୍ଥାପତ୍ୟ ଭାବେ ପରିଚିତ ଥିଲା । ଦେଉଳକୁ ଲାଗିଥିବା ଶଶଧର ସେନାପତିଙ୍କ ଘର କାନ୍ଥରେ ୧୦ମ ଶତକରେ ଗଢ଼ା ଏକ ବୌଦ୍ଧ ଅମାହାଭାୟା ତାରାଙ୍କ ମୂର୍ତ୍ତି ରହିଛି ।[୩] ପ୍ରତ୍ନତତ୍ତ୍ୱବିତ୍‍ ଦେବଳା ମିତ୍ର ‘ଏପିଗ୍ରାଫିଆ ଇଣ୍ଡିକା’ ବହିରେ ଏହି ଦେଉଳର ଗଠନ ଶୈଳୀ ବାବଦରେ ବର୍ଣ୍ଣନା କରିଛନ୍ତି ।[୫]

ଧ୍ୱଂସ[ସମ୍ପାଦନା]

ମୂଳ ଦେଉଳଟି ଭୁଷୁଡ଼ି ପଡ଼ିବା ପରେ ଏକ ନୂତନ ସିମେଣ୍ଟ ତିଆରି ଦେଉଳ ତୋଳାଯାଇଥିଲା । ଦେଉଳ ପରିସର ମଧ୍ୟରେ ୮ମ ଶତକରେ ତିଆରି ଖାକର ଦେଉଳଟି ଅକ୍ଷୁର୍ଣ୍ଣ ରହିଛି ।[୩]

ପର୍ବପର୍ବାଣି[ସମ୍ପାଦନା]

ଏହି ଦେଉଳରେ ପାଳିତ ଏକ ମୁଖ୍ୟ ପର୍ବ ହେଉଛି ଜାଗର ଯାତ୍ରା । ଏହି ଦିନ ଦେଉଳ ଆଗ ପଡ଼ିଆରେ ଏକ ମେଳା ପଡ଼ିଥାଏ । ଏହି ମେଳାରେ ଯାତ୍ରା ଓ ଦୋକାନ ବଜାର ଆଦି ଲାଗିଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "List of Ancient Monuments and Archaeological Sites and Remains of Orissa". Archaeological Survey of India. Retrieved 24 December 2015.
  2. "Protected Monuments: Odisha State Archaeology, Govt. of Odisha". Orissaculture.gov.in. Archived from the original on 16 January 2016. Retrieved 24 December 2015.
  3. ୩.୦ ୩.୧ ୩.୨ ୩.୩ Mishra, Umakant (2009). Vajrayāna Buddhism : study in social iconography (1st ed. ed.). Delhi: Pratibha Prakashan. ISBN 9788177021899. {{cite book}}: |edition= has extra text (help)
  4. ୪.୦ ୪.୧ "Documentation format for Archaeological / Heritage Sites / Monuments" (PDF). INDIRA GANDHI NATIONAL CENTRE FOR THE ARTS Janpath, New Delhi -110 001, www.ignca.gov.in. Retrieved 24 December 2015.
  5. ତ୍ରିପାଠୀ, ଭାଗବତ. ଓଡ଼ିଶାର ବିପନ୍ନ କଳା ସ୍ଥାପତ୍ୟ.

ଅଧିକ ପଠନ[ସମ୍ପାଦନା]