କ୍ୟାମ୍ପ ହନୁମାନ ମନ୍ଦିର

Coordinates: 23°4′4″N 72°36′14″E / 23.06778°N 72.60389°E / 23.06778; 72.60389
ଉଇକିପିଡ଼ିଆ‌ରୁ
କ୍ୟାମ୍ପ ହନୁମାନ ମନ୍ଦିର
କ୍ୟାମ୍ପ ହନୁମାନ ଜୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀହନୁମାନ
Festivalsହନୁମାନ ଯାତ୍ରା
Location
ସ୍ଥାନଅହମଦାବାଦ
Stateଗୁଜରାଟ
Countryଭାରତ
କ୍ୟାମ୍ପ ହନୁମାନ ମନ୍ଦିର is located in Ahmedabad
କ୍ୟାମ୍ପ ହନୁମାନ ମନ୍ଦିର
Location in Ahmedabad, Gujarat
କ୍ୟାମ୍ପ ହନୁମାନ ମନ୍ଦିର is located in Gujarat
କ୍ୟାମ୍ପ ହନୁମାନ ମନ୍ଦିର
କ୍ୟାମ୍ପ ହନୁମାନ ମନ୍ଦିର (Gujarat)
ଭୌଗଳିକ ଅବସ୍ଥିତି23°4′4″N 72°36′14″E / 23.06778°N 72.60389°E / 23.06778; 72.60389
Website
Official website

ଶ୍ରୀ କ୍ୟାମ୍ପ ହନୁମାନ ମନ୍ଦିର ଭାରତରେ ଥିବା ବିରାଟ ହନୁମାନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ।[୧] ଭାରତର ଗୁଜରାଟ ପ୍ରଦେଶର ସାହିନବାଗ ଅଞ୍ଚଳରେ ଥିବା ଅହମଦାବାଦ କାଣ୍ଟନମେଣ୍ଟରେ ଏହି ମନ୍ଦିର ଅବସ୍ଥିତ । ଶ୍ରୀମତୀ ଲଳିତାବେନ ଦାବେ ଓ ଶ୍ରୀମତୀ ଶିବଗଙ୍ଗାବେନ ତ୍ରିବେଦୀ ଏହି ମନ୍ଦିରର ମାଲିକାଣୀ ଥିଲେ । ମନ୍ଦିରର ସେବା ପୂଜା କରିବାକୁ ୧୯୨୦ ମସିହାରୁ ଶ୍ରୀ ଗଜାନନ୍ଦ ନିଯୁକ୍ତ ହୋଇଥିଲେ । ୧୯୫୨ ମସିହାରେ ମନ୍ଦିରର ମୂଳ ମାଲିକାଣୀମାନେ ଏହାର ପରିଚାଳନା ଭାର ଶ୍ରୀ ହନୁମାନଜୀ ମନ୍ଦିର କ୍ୟାମ୍ପ ଟ୍ରଷ୍ଟ, ଅହମଦାବାଦକୁ ଅର୍ପଣ କରିଦେଲେ । ସେହି ସମୟରୁ ଏ୧୪୨୭ ନାମରେ ରେଜିଷ୍ଟିଭୁକ୍ତ ହୋଇଥିବା ଶ୍ରୀ ହନୁମାନଜୀ ମନ୍ଦିର କ୍ୟାମ୍ପ ଟ୍ରଷ୍ଟ ଏହାର ମାଲିକ ଓ ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି । ସେଠାରେ ୭ ଜଣ ଟ୍ରଷ୍ଟି ସଭ୍ୟ କାମ କରନ୍ତି । ଅତୁଲଭାଇ, ହେମନ୍ତଭାଇ ବ୍ୟାସ, ଶ୍ରୀମତୀ ଶୋଭନାବେନ ତ୍ରିବେଦୀ ସହିତ ପାର୍ଥିବକୁମାର ଅଧ୍ୟାରୂ ପ୍ରମୁଖ ଟ୍ରଷ୍ଟୀ ଓ ଅରୁଣଭାଇ ଶାହ ଉପପ୍ରମୁଖ ଟ୍ରଷ୍ଟୀ ଥିଲେ । ଓକିଲ ସୁଧୀର ନାନାବତୀ ଏହାର ଓକିଲ ତଥା ଟ୍ରଷ୍ଟୀ ଅଛନ୍ତି ଓ ଲୋଚେନ ଖରୱାଲ ମଧ୍ୟ ଟ୍ରଷ୍ଟୀ ଅଟନ୍ତି ।[୨]

ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଇନ୍ଦିରା ଗାନ୍ଧୀ ଏହି ମନ୍ଦିର ପରିଦର୍ଶନ କରିଥିଲେ ।

ଇତିହାସ[ସମ୍ପାଦନା]

ରାମ ଓ ଅସୁସ୍ଥ ଲକ୍ଷଣ ଲକ୍ଷ୍ମଣଙ୍କ ପାଖକୁ ହନୁମାନ ଫେରିଆସି ପ୍ରାର୍ଥନା କରୁଛନ୍ତି

କିଷ୍କିନ୍ଧ୍ୟାରୁ ଆସିଥିବା ମର୍କଟ ସେନାର ଅଧିପତି ଥିଲେ ମହାଜ୍ଞାନୀ ହନୁମାନ ଯିଏ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବାରେ ରାମଙ୍କ ସହାୟତା କରିଥିଲେ ।[୩] ତାଙ୍କର ଅଗାଧ ଜ୍ଞାନ ଓ ନମ୍ରତା ଯୋଗୁ ସମସ୍ତେ ତାଙ୍କୁ ଭଲ ପାଆନ୍ତି । ରାମ ଓ ସୀତା ସାଂସାରିକ କାମ ଶେଷ କରି ଫେରିବା ବେଳେ ହନୁମାନଙ୍କୁ ସାଥିରେ ଯିବାକୁ ଡାକିଲେ । ଏହି ପୃଥିବୀରେ ଯେତେ ପର୍ଯ୍ୟନ୍ତ ରାମ ନାମ ଥିବ ସେତେ ପର୍ଯ୍ୟନ୍ତ ଏଠାରେ ରହିବାକୁ ଇଚ୍ଛା କରି ରାମଙ୍କ ସାଥିରେ ଯିବାକୁ ହନୁମାନ ମନା କଲେ ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

  • Shree Swaminarayan Mandir Kalupur (Gujarati: શ્રી સ્વામિનારાયણ મંદિર, અમદાવાદ, Devnagari: श्री स्वामिरायण मन्दिर, अहमदाबाद) is the first Temple of the Swaminarayan Sampraday, a Hindu sect.

ବାହ୍ୟ ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Relocate monkeys, Army tells Camp Hanuman temple". The Times of India. Retrieved 2 October 2012.
  2. "Camp Hanuman Temple". gujarattemple.blogspot.com. Retrieved 2 October 2012.
  3. Das, Subhamoy. "Lord Hanuman About the Simian God of the Hindus". about.com. Retrieved 2 October 2012.