ଖୁଆ
ଦେଖଣା
ଅନ୍ୟ ନାମ | ଖୋଆ, ମାୱା |
---|---|
ଅଞ୍ଚଳ ବା ରାଜ୍ୟ | ଭାରତୀୟ ଖାଦ୍ୟ, ଓଡ଼ିଶା ପ୍ରସିଦ୍ଧ |
ମୁଖ୍ୟ ଉପାଦାନ | କ୍ଷୀର |
|
ଭାରତୀୟ ଉପ-ମହାଦ୍ୱୀପ, ଓଡ଼ିଶା, ନେପାଳ, ବଙ୍ଗଳାଦେଶ ଗୁଡିକୁ ସାମିଲ କରି ଖୁଆ ଭାରତୀୟ ଉପ-ମହାଦ୍ୱୀପର ବ୍ୟଞ୍ଜନରେ ବ୍ୟାପକ ରୂପେ ବ୍ୟବହାର ହେଉଥିବା ଉତ୍ପାଦ ଅଟେ । ଏହା ସାଧାରଣତଃ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ।[୧]
ପ୍ରସ୍ତୁତି ପ୍ରଣାଳୀ
[ସମ୍ପାଦନା]- ଖୁଆ ପ୍ରସ୍ତୁତି ପାଇଁ ସର୍ବପ୍ରଥମେ ଖୀରକୁ ଏକ ପାତ୍ରରେ ଗରମ କରିଦିଆ ଯିବ ।
- ଏହାକୁ କମ ଆଞ୍ଚରେ ଧିରେ ଧିରେ ଖୀର ଗରମ ହୋଇ କ୍ରମଶଃ ଫୁଟିବାକୁ ଲାଗିବ ।
- କିଛି ସମୟ ପରେ ଏକ ବଡ଼ ଚାମଚରେ ଧିରେ ଧିରେ ଘାଣ୍ଟିଦିଆ ଯାଉ ଯାହାଦ୍ୱାରା ଖୀର ପାତ୍ରରେ ନ ଲାଗିଯାଉ ।
- ଖୀର ସମ୍ପୁର୍ଣ୍ଣ ଋପେ ବହଳିଆ ହେବା ପର୍ଯ୍ୟନ୍ତ ଘଣ୍ଟାଯିବ ।
- କିଛି ସମୟପରେ ଏହା ସମ୍ପୁର୍ଣ୍ଣ ଭାବେ ଜମାଟ ବାନ୍ଧିବା ପରି ହୋଇଯିବ ।
- ପରେ ଏହାକୁ ପାତ୍ରରୁ କାଢି ଥଣ୍ଡା କରିଦିଆ ଯିବ । ଥଣ୍ଡା ହେବା ପରେ ଏହା ଦାନା ଶଦୃସ ହୋଇଯିବ । ଯାହା ଏବେ ବ୍ୟବହାର ଯୋଗ୍ୟ ।
ଆଧାର
[ସମ୍ପାଦନା]- ↑ indiacurry.com Fuzzy Math for reducing milk Archived 2007-10-12 at the Wayback Machine. Retrieved 2008-02-24.