ଦୂରଦୃଷ୍ଟି

ଉଇକିପିଡ଼ିଆ‌ରୁ
ଦୂରଦୃଷ୍ଟି (Far-sightedness)
ଇଂରାଜୀ ଭାଷାରେ ପ୍ରତିଶବ୍ଦ - Hypermetropia, hyperopia, longsightedness, long-sightedness[୧]
ଦୂରଦୃଷ୍ଟି ଲେନ୍ସ ବିନା ଓ ଲେନ୍ସ ସ‌ହିତ Far-sightedness without (top) and with lens correction (bottom)
ବିଭାଗଚକ୍ଷୁ ରୋଗ ବିଜ୍ଞାନ (Ophthalmology)
ଲକ୍ଷଣପାଖରେ ଥିବା ବସ୍ତୁର ଝାପ୍‌ସା (blurry ଦେଖାଯାଏ ।[୨]
କାରଣଛୋଟ ଡୋଳା, ବିକୃତ ଲେନ୍ସ ଓ କର୍ନିଆ (cornea)[୨]
ବିପଦ କାରକପାରିବାରିକ ଇତିହାସ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଚକ୍ଷୁ ପରୀକ୍ଷା (Eye exam)[୨]
ସଠିକ ରୋଗ ନିର୍ଣ୍ଣୟଆମ୍ବ୍ଲିଓପିଆ (Amblyopia), ରେଟ୍ରୋବଲ୍ବାର ଅପଟିକ ନିଉରୋପାଥି (retrobulbar optic neuropathy), ରେଟିନାଇଟିସ ପିଗମେଣ୍ଟୋସା ସାଇନ ପିଗମେଣ୍ଟୋ (retinitis pigmentosa sine pigmento)[୩]
ଚିକିତ୍ସାଚଷମା (Eyeglasses, କଣ୍ଟାକ୍ଟ ଲେନ୍ସ (contact lenses), surgery[୨]
ପୁନଃପୌନିକ~7.5% (US)[୨]

ଦୂରଦୃଷ୍ଟି (ଇଂରାଜୀ ଭାଷାରେ Far-sightedness, also known as hyperopia) ଏକ ମାନବ ଚକ୍ଷୁ (eye) ସମସ୍ୟା ଯେଉଁଥିରେ ଆଲୋକ ରଶ୍ମୀ ରେଟିନା (retina) ଉପରେ ଫୋକସ ନ ହୋଇ ତାହା ପଛରେ ଫୋକସ ହୁଏ ।[୨] ଫଳରେ ପାଖରେ ଥିବା ବସ୍ତୁ ଝାପସା (blurry) ଦେଖାଯାଏ କିନ୍ତୁ ଦୂରରେ ଥିବା ବସ୍ତୁ ଠିକ ଦେଖାଯାଏ ।[୨] ଏହା ଯୋଗୁ ମୁଣ୍ଡ ବିନ୍ଧା ଓ ଚକ୍ଷୁ ସମସ୍ୟା (eye strain) ହୁଏ ।[୨] ଅନେକ ଲୋକଙ୍କର ଆକମୋଡେସନ ଅସୁବିଧା (Accommodative dysfunction), ଉଭୟ ଦୃଷ୍ଟି ଅସୁବିଧା (binocular dysfunction), ଦୃଷ୍ଟିମାନ୍ଦ୍ୟ (amblyopia), ଟେରା ଦୋଷ (strabismus) ଇତ୍ୟାଦି ଅସୁବିଧା ହୁଏ । [୪]

ଗଠନ ଜନିତ ଅସୁବିଧା ଯୋଗୁ ଏହି ରୋଗ ହୁଏ ।[୨] ଚକ୍ଷୁ ଡୋଳା ଛୋଟ ହୋଇଗଲେ, ଚକ୍ଷୁ ଲେନ୍ସ (lens) ଓ ସ୍ୱଚ୍ଛ ପଟଳ ବା କର୍ନିଆ (cornea) ଆକୃତି ସଠିକ ନ ରହିଲେ ଏହି ଅସୁବିଧା ହୁଏ । [୨] ଏହି ଅବସ୍ଥାର ପାରିବାରିକ ଇତିହାସ ଥିଲେ, ମଧୁମେହ, କେତେକ ଔଷଧ ଯୋଗୁ ଓ ଚକ୍ଷୁ ପାର୍ଶ୍ୱରେ ଅର୍ବୁଦ ବା ଟ୍ୟୁମର (tumors) ଥିଲେ ଏହି ସଙ୍କଟ ରହେ ।[୨][୩] ଦୂରଦୃଷ୍ଟି ଚକ୍ଷୁର ଏକ ପ୍ରତିସରଣ ଦୋଷ (refractive error) ।[୨] ଚକ୍ଷୁ ପରୀକ୍ଷା (eye exam) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଚଷମା (Eyeglasses, କଣ୍ଟାକ୍ଟ ଲେନ୍ସ (contact lenses), ଓ ଅପରେଶନ କରି ଏହାର ଚିକିତ୍ସା କରାଯାଏ । [୨] ଚଷମା ବ୍ୟବ‌ହାର ଅତି ସ‌ହଜ କିନ୍ତୁ କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କଲେ ଦୃଷ୍ଟି ପରିସର (field of vision) ଅଧିକ ହୁଏ ।[୨] ସ୍ୱଚ୍ଛ ପଟଳର ଆକୃତି ବଦଳେଇବା ପାଇଁ ଅପରେଶନ କରାଯାଏ ।[୨] ସାଧାରଣତଃ ବଡ଼ ପିଲାଙ୍କର ଏହି ବେମାରୀ ହୁଏ; ୬ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରୁ ୮%, କିନ୍ତୁ ୧୫ ବର୍ଷ ବୟସ୍କ କିଶୋରମାନଙ୍କ ମଧ୍ୟରୁ ପ୍ରାୟ ୧% ଏହି ରୋଗରେ ଆକ୍ରାନ୍ତ ରହନ୍ତି । [୫] ଚାଳିଶ ବର୍ଷ ବୟସରୁ ଆରମ୍ଭ ହେବା ପରେ ଏହା ଜନ ସଂଖାର ୫୦% ଲୋକଙ୍କର ଏହି ସମସ୍ୟା ଥାଏ ।[୩]

ଆଧାର[ସମ୍ପାଦନା]

  1. Lowth, Mary. "Long Sight (Hypermetropia)". Patient. Patient Platform Limited. Archived from the original on 2016-03-03. Retrieved 2016-02-26.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ "Facts About Hyperopia". NEI (in ଇଂରାଜୀ). July 2016. Archived from the original on 8 July 2017. Retrieved 11 July 2017.
  3. ୩.୦ ୩.୧ ୩.୨ Kaiser, Peter K.; Friedman, Neil J.; II, Roberto Pineda (2014). The Massachusetts Eye and Ear Infirmary Illustrated Manual of Ophthalmology E-Book (in ଇଂରାଜୀ). Elsevier Health Sciences. p. 541. ISBN 9780323225274. Archived from the original on 2017-09-08.
  4. Moore, Bruce D.; Augsburger, Arol R.; Ciner, Elise B.; Cockrell, David A.; Fern, Karen D.; Harb, Elise (2008). "Optometric Clinical Practice Guideline: Care of the Patient with Hyperopia" (PDF). American Optometric Association. pp. 2–3, 10–11. Archived (PDF) from the original on 2006-07-17.
  5. Castagno, VD; Fassa, AG; Carret, ML; Vilela, MA; Meucci, RD (23 December 2014). "Hyperopia: a meta-analysis of prevalence and a review of associated factors among school-aged children". BMC Ophthalmology. 14: 163. doi:10.1186/1471-2415-14-163. PMC 4391667. PMID 25539893.{{cite journal}}: CS1 maint: unflagged free DOI (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ