କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଈସାବେଲାର ଦୃଶ୍ୟ

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା (Tropical cyclone) କ୍ରାନ୍ତୀୟ (Tropical) ଅଞ୍ଚଳରେ ହେଉଥିବା ବାତାବର୍ତ୍ତକୁ ବୁଝାଇଥାଏ । ଏହା ତୀବ୍ର ଗତିରେ ଆବର୍ତ୍ତନ କରୁଥିବା ଏକ ଚକ୍ରୀୟ ବ୍ୟବସ୍ଥା । ଏଥିରେ ଏକ ନିମ୍ନ ବାୟୁଚାପ ବିଶିଷ୍ଟ କେନ୍ଦ୍ର ଥାଏ ଏବଂ ଚାରିଆଡୁ ବାୟୁ କୁଣ୍ଡଳାକାର ଭାବେ କେନ୍ଦ୍ର ଦିଗକୁ ଧାବମାନ ହୁଅନ୍ତି ଓ ଘୁରି ବୁଲନ୍ତି । ସ୍ଥାନାନୁସାରେ ଏହା ବିଭିନ୍ନ ନାମରେ ଜଣା, ଯେପରି କି ଆଣ୍ଟଲାଟିକ ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ହରିକେନ (Hurricane) ବା ତୁଫାନ କୁହାଯାଏ[୧], ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘଟିଲେ ଏହାକୁ ଟାଇଫୁନ (Typhoon) କୁହାଯାଏ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରଏସିଆ ମହାଦେଶୀୟ ସାଗରକୁ କେବଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ବା ଗୁରୁତର ଚକ୍ରବାତୀ ଝଡ଼ କୁହାଯାଏ ।[୨]

ସାଧାରଣତଃ ଆନ୍ତରିକ ସ୍ଥାନ ଅପେକ୍ଷା ତଟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଅଧିକ ଅନୁଭୂତ ହୋଇଥାଏ । ଏହିପରି ସାମୁଦ୍ରିକ ଝଡ଼ର ପ୍ରମୁଖ ଉର୍ଜା କେନ୍ଦ୍ର ହେଉଛି ସମୁଦ୍ରର ଉଷ୍ମ ଜଳ । ଏଣୁ ଏଗୁଡ଼ିକ ସ୍ଥଳଭାଗ ଅପେକ୍ଷା ସମୁଦ୍ର ମଧ୍ୟରେ ତଥା ନିକଟରେ ଥିବା ସମୟରେ ଅଧିକ ପ୍ରଭାବଶାଳୀ ଥାନ୍ତି । ତଟଭାଗରେ ତୀବ୍ର ପବନ, ବର୍ଷା, ପବନ ଯୋଗୁ ଉଚ୍ଚ ସାମୁଦ୍ରିକ ତରଙ୍ଗ ଓ ଝଡ଼ ଏବଂ ଚକ୍ରବାତ (Tornado) ହେତୁ ଅନେକ କ୍ଷୟକ୍ଷତି ହୋଇଥାଏ । କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକ ନିକଟସ୍ଥ ବିସ୍ତୃତ ଅଞ୍ଚଳରୁ ଅଧିକ ପବନ ଆହରଣ କରି ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଯାନ୍ତି । ସେହି ଆକର୍ଷିତ ହୋଇଥିବା ବାୟୁରେ ଥିବା ଜଳ ଖୁବ ସ୍ୱଳ୍ପ ଜାଗା ମଧ୍ୟରେ କେନ୍ଦ୍ରୀଭୂତ ହୋଇଥାଏ ଏବଂ ନିରନ୍ତର ଭାବେ ସେଠାରେ ଥିବା ଆର୍ଦ୍ର ବାୟୁକୁ ନୂତନ ଆର୍ଦ୍ର ବାୟୁ ବିସ୍ଥାପିତ କରିଥାଏ, ଯଦ୍ଦ୍ୱାରା ପ୍ରବଳ ବର୍ଷା ଏବଂ ବନ୍ୟା ଘଟିଥାଏ ।

ଯଦିଓ ଘୂର୍ଣ୍ଣିବାତ୍ୟାର ପ୍ରଭାବ ମନୁଷ୍ୟଙ୍କ ପାଇଁ ଭୟଙ୍କର, ଏହା ମରୁଡ଼ି ପରି ସ୍ଥିତିକୁ ଏଡ଼ାଇଥାଏ ।[୩] ଏହି ବାତ୍ୟା କ୍ରାନ୍ତୀୟ ଅଞ୍ଚଳରୁ ତାପ ନେଇ ଶୀତୋଷ୍ଣ ଅଞ୍ଚଳରେ ପହଞ୍ଚେଇଥାଏ, ଯାହାକି ଭୂମଣ୍ଡଳୀୟ ଜଳବାୟୁରେ ସାମଗ୍ରିକ ସନ୍ତୁଳନ ସ୍ଥାପନ କରିଥାଏ ।[୪]

ଭୌତିକ ସଂରଚନା[ସମ୍ପାଦନା]

ଘୂର୍ଣ୍ଣିବାତ୍ୟାର ସଂରଚନା

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡିକ ପୃଥିବୀର ଟ୍ରପୋସ୍ପିୟର ତଥା ସ୍ଥିର ବାୟୁମଣ୍ଡଳରେ ଗଠିତ ହେଉଥିବା ନିମ୍ନ ବାୟୁଚାପବିଶିଷ୍ଟ ଅଞ୍ଚଳ । ସ୍ଥଳଭାଗରେ ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ଚାପ ଜଳଭାଗରେ ଥିବା ସମୟର ଚାପ ଠାରୁ ଅନେକ କମ ।[୫] ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳର ତାପମାତ୍ରା ଅନ୍ୟ ଅଞ୍ଚଳ ଠାରୁ ଅଧିକ ଥାଏ, ଏଣୁ ଏହାକୁ ଉତ୍ତପ୍ତ କେନ୍ଦ୍ରବିଶିଷ୍ଟ ବ୍ୟବସ୍ଥା (Warm Core System) କୁହାଯାଏ ।[୬]

ଘୂର୍ଣ୍ଣିବାତ୍ୟା ନେତ୍ର[ସମ୍ପାଦନା]

ପରିପକ୍ୱ ଘୂର୍ଣ୍ଣିବାତ୍ୟା କେନ୍ଦ୍ରରେ ବାୟୁ ଉର୍ଦ୍ଧକୁ ଗତି କରିବା ବଦଳରେ ନିମ୍ନଦିଗକୁ ଗତି କରିଥାଏ । ଏହାଦ୍ୱାରା ମେଘ ସୃଷ୍ଟି ହୋଇପାରେନାହିଁ ଏବଂ ଏକ ଶାନ୍ତ ଅଞ୍ଚଳ ଗଠିତ ହୁଏ । ଏହାକୁ ଘୂର୍ଣ୍ଣିବାତ୍ୟାର ନେତ୍ର (Eye) କୁହାଯାଏ, ଯାହାକି ଦେଖିବାକୁ ସାମାନ୍ୟ ଗୋଲାକାର ତଥା ନେତ୍ରାକାର । ଆକାରାନୁସାରେ ଏହା ପ୍ରାୟ ୩ କିଲୋମିଟର (୧.୯ ମାଇଲ)ରୁ ୩୭୦ କିଲୋମିଟର (୨୩୦ ମାଇଲ) ବିଶିଷ୍ଟ ହୋଇଥାଏ ।[୭][୮]

ଏହାର ବହିଃ ପରିସୀମାକୁ ନେତ୍ରଭିତ୍ତି (Eye Wall) କୁହାଯାଏ, ଯାହା କ୍ରମେ ବାହାରକୁ ବିସ୍ତୃତ ହୁଏ । ଏହିପ୍ରକାର ବିସ୍ତୃତି ଫଳରେ ଘୂର୍ଣ୍ଣିବାତ୍ୟା କେନ୍ଦ୍ରଟି ଫୁଟବଲ ପଡ଼ିଆ ପରି ଦେଖାଯାଏ, ଏଣୁ ଏହି ବିସ୍ତୃତି ପ୍ରକ୍ରିୟାକୁ ଷ୍ଟାଡିଅମ ଇଫେକ୍ଟ (Stadium Effect) କୁହାଯାଏ ।[୯]

ପବନ କ୍ଷେତ୍ର[ସମ୍ପାଦନା]

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ବିଶେଷତ୍ୱ ହେଉଛି, ଏଥିରେ ସ୍ଥଳଭାଗ ନିକଟରେ ଥିବା ବାୟୁ ତୀବ୍ର ବେଗରେ ଘୁରି କେନ୍ଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ବାତ୍ୟାର ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ଶାନ୍ତ ଥାଏ, ଯଦିଓ ପୃଥିବୀର ଆବର୍ତ୍ତନ ହେତୁ ଏହାର କୋୖଣିକ ସଂବେଗ (Angular momentum) କିଛି ରହିଥାଏ । ଯେତେବେଳେ ପବନ କେନ୍ଦ୍ର ଆଡ଼କୁ ପ୍ରବାହିତ ହେବାକୁ ଆରମ୍ଭ କରେ, କୋୖଣିକ ସଂବେଗର ସନ୍ତୁଳନ ପାଇଁ ଏହା ଚକ୍ରାକାରରେ ବୁଲିବାକୁ ଲାଗେ ।[୧୦]

ଆକାର[ସମ୍ପାଦନା]

କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ଆକାର ବିବରଣୀ
ବିସ୍ତୃତି ପ୍ରକାର
୨ ଡିଗ୍ରୀ ଅକ୍ଷାଂଶରୁ କମ ଅତି ଲଘୁ
ଅକ୍ଷାଂଶର ୨ରୁ ୩ ଡିଗ୍ରୀ ଲଘୁ
ଅକ୍ଷାଂଶର ୩ରୁ ୬ ଡିଗ୍ରୀ ମାଧ୍ୟମ
ଅକ୍ଷାଂଶର ୬ରୁ ୮ ଡିଗ୍ରୀ ଗୁରୁତର
ଅକ୍ଷାଂଶର ୮ ଡିଗ୍ରୀରୁ ଅଧିକ ଅତି ଗୁରୁତର [୧୧]

ଆକାର ଘୂର୍ଣ୍ଣିବାତ୍ୟାଦ୍ୱାରା ହେଉଥିବା କ୍ଷୟକ୍ଷତିର ମାପକ ସଦୃଶ । ବିଶାଳାକାରର ଘୂର୍ଣ୍ଣିବାତ୍ୟା ଅଧିକ ଅଞ୍ଚଳକୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ରାନ୍ତ କରିଥାଏ । ସ୍ଥଳଭାଗରେ ଅଧିକ ପବନ କ୍ଷେତ୍ର ରହିବା ହେତୁ, ଅଧିକ ପବନ ଆହରଣ କରିବାକୁ ସୁଯୋଗ ମିଳେ ଏବଂ ତୁଫାନର ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ ।[୧୨]

ଯଦି ୨ ଡିଗ୍ରୀ ଅକ୍ଷାଂଶରୁ କମ ତଥା ୨୨୦ କିଲୋମିଟର ମଧ୍ୟରେ ଆକାର ହୋଇଥାଏ, ତେବେ ଘୂର୍ଣ୍ଣିବାତ୍ୟାକୁ ଖୁବ ଛୋଟ ଆକାରର ବୋଲି ଗ୍ରହଣ କରାଯାଏ । ୩ରୁ ୬ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ ଘୂର୍ଣ୍ଣିବାତ୍ୟାକୁ ମାଧ୍ୟମ ଶ୍ରେଣୀର ଗ୍ରହଣ କରାଯାଏ । ବିଶାଳ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡ଼ିକର ଆକାର ୮ ଡିଗ୍ରୀ ଅକ୍ଷାଂଶ ଅର୍ଥାତ ୮୮୮ କିଲୋମିଟରରୁ ଅଧିକ ହୋଇଥାଏ ।[୧୧]

ଏହି ଉପାୟରେ ଲକ୍ଷ୍ୟ କରି ଦେଖା ଯାଇଛି ଯେ, ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସବୁଠାରୁ ବଡ଼ ହୋଇଥାନ୍ତି ଏବଂ ଆଣ୍ଟଲାଟିକ ମହାସାଗରରେ ହେଉଥିବା କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଆକାରାନୁସାରେ ସେମାଙ୍କର ଅର୍ଦ୍ଧେକ ହୋଇଥାନ୍ତି ।

ଉଚ୍ଚତା ହିସାବରେ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ବାୟୁମଣ୍ଡଳର ଟ୍ରପୋସ୍ପିୟର ସ୍ତର ତଥା ୧୫୦୦୦ରୁ ୧୮୦୦୦ କିଲୋମିଟର (୫୦,୦୦୦-୬୦,୦୦୦ ଫୁଟ) ପର୍ଯ୍ୟନ୍ତ ବିସ୍ତୃତ ହୋଇଥାନ୍ତି ।[୧୩]

ଗଠନ[ସମ୍ପାଦନା]

ସମୟ[ସମ୍ପାଦନା]

ଉତ୍ତର ଆଣ୍ଟଲାଟିକ ମହାସାଗରରେ ଜୁନ ୧ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୂର୍ଣ୍ଣିବାତ୍ୟା ଗଠିତ ହୋଇଥାଏ ।[୧୪] ପୂର୍ବୋତ୍ତର ପ୍ରଶାନ୍ତ ମହାସାଗରରେ କିନ୍ତୁ ଏହି ଅବଧି ବହୁତ ଅଧିକ । ସେଠାରେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ମେ ମାସ ପର୍ଯ୍ୟନ୍ତ ଚାଲିଥାଏ ।[୧୫] ଦକ୍ଷିଣ ଗୋଲାର୍ଦ୍ଧରେ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ଅବଧି ଜୁଲାଇ ୧ ତାରିଖରୁ ଘୂର୍ଣ୍ଣିବାତ୍ୟାର ଅବଧି ଆରମ୍ଭ ହୁଏ ।[୧୬]

କାରକ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ହରିକେନର ସଂଜ୍ଞା".
  2. "ହରିକେନ ଓ ତାଇଫୁନ ମଧ୍ୟରେ ପ୍ରଭେଦ".
  3. "ଘୂର୍ଣ୍ଣିବାତ୍ୟାଦ୍ୱାରା ମରୁଡ଼ିରୁ ପ୍ରତିକାର".
  4. "ଘୂର୍ଣ୍ଣିବାତ୍ୟାଦ୍ୱାରା ପରିବେଶ ସନ୍ତୁଳନ".
  5. https://web.archive.org/web/20071011194541/http://www.abc.net.au/northcoast/stories/s989385.htm. Missing or empty |title= (help)
  6. "କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ ସାଧାରଣ ତଥ୍ୟ".
  7. "ଏସୀୟ ମହାଦେଶରେ ଘଟିତ ଘୂର୍ଣ୍ଣିବାତ୍ୟା ଉପରେ ବିଶ୍ଳେଷଣ".
  8. "କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଉପରେ ରିପୋର୍ଟ (୧୫ରୁ ୨୫ ଅକ୍ଟୋବର ୨୦୦୫)" (PDF).
  9. "ଏସୀୟ ମହାଦେଶରେ ଘଟିତ ଘୂର୍ଣ୍ଣିବାତ୍ୟା ଉପରେ ବିଶ୍ଳେଷଣ".
  10. "ଘୂର୍ଣ୍ଣିବାତ୍ୟା ସମ୍ବନ୍ଧୀୟ କେତେକ ସଂଜ୍ଞା".
  11. ୧୧.୦ ୧୧.୧ "କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ହାରାହାରି ଆକାର". Joint Typhoon Warning Center. 2009.
  12. "ଘୂର୍ଣ୍ଣିବାତ୍ୟାର ଆକାରର ପ୍ରଭାବ".
  13. "ବାତ୍ୟା ପ୍ରଭାବରେ ଟ୍ରପୋସ୍ପିୟରରେ ତାପମାତ୍ରାର ପରବର୍ତ୍ତନ ଏବଂ ଅଶାନ୍ତି".
  14. "ଘୂର୍ଣ୍ଣିବାତ୍ୟାର ଅବଧି".
  15. "କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ଅବଧି".
  16. "ଦକ୍ଷିଣ ପ୍ରଶାନ୍ତ ଏବଂ ଦକ୍ଷିଣ-ପୂର୍ବ ଭାରତ ମହାସାଗର ପାଇଁ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ପରିଚାଳନା ଯୋଜନା" (PDF).