ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର
A rearward view of the International Space Station backdropped by the limb of the Earth. In view are the station's four large, gold-coloured solar array wings, two on either side of the station, mounted to a central truss structure. Further along the truss are six large, white radiators, three next to each pair of arrays. In between the solar arrays and radiators is a cluster of pressurised modules arranged in an elongated T shape, also attached to the truss. A set of blue solar arrays are mounted to the module at the aft end of the cluster.
୨୩ ମଈ ୨୦୧୦ରେ ମହାକାଶ ଯାନ ଆଟଲାଣ୍ଟିସ ନିଜର ମିସନ ସାରି ଫେରୁଥିବା ସମୟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉଠାଇଥିବା ଫଟୋଚିତ୍ର।
Station statistics
COSPAR ID 1998-067A
Call sign Alpha, Station
Crew Fully crewed: 6
Currently aboard: 3
(Expedition 46)
Launch 20 November 1998
Launch pad Baikonur 1/5 and 81/23
Kennedy LC-39
Mass Appx. 419,455 kg (924,740 lb)[୧]
Length 72.8 m (239 ft)
Width 108.5 m (356 ft)
Height c. 20 m (c. 66 ft)
nadir–zenith, arrays forward–aft
(27 November 2009)ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।
Pressurised volume 916 m3 (32,300 cu ft)
(3 November 2014)
Atmospheric pressure 101.3 kPa (29.91 inHg, 1 atm)
Perigee 409 km (254 mi)
Apogee 416 km (258 mi) AMSL[୨]
Orbital inclination 51.65
Average speed 7.66 kilometres per second (27,600 km/h; 17,100 mph)[୨]
Orbital period 92.69 minutes[୨]
Orbit epoch 25 January 2015[୨]
Days in orbit 6734
(୨୮ ଅପ୍ରେଲ ୨୦୧୭)
Days occupied 6021
(୨୮ ଅପ୍ରେଲ ୨୦୧୭)
Number of orbits 95912[୨]
Orbital decay 2 km/month
Statistics as of 9 March 2011
(unless noted otherwise)
References: [୧][୨][୩][୪]
Configuration
The components of the ISS in an exploded diagram, with modules on-orbit highlighted in orange, and those still awaiting launch in blue or pink
Station elements as of ମଇ 2015
(exploded view)

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀର ନିକଟତମ କକ୍ଷପଥରେ ଥିବା ବାସଯୋଗ୍ୟ ଏକ କୃତ୍ରିମ ଉପଗ୍ରହ ବା ମହାକାଶ ଯାନ। ପୃଥିବୀ କକ୍ଷପଥରେ ଥିବା ସମସ୍ତ ମନୁଷ୍ୟକୃତ ପଦାର୍ଥ ମଧ୍ୟରେ ଏହା ବୃହତ୍ତମ ଅଟେ। ପୃଥିବୀର ନିକଟତମ କକ୍ଷପଥରେ ଥିବାରୁ ଏହା ପ୍ରାୟତଃ ପୃଥିବୀପୃଷ୍ଠରୁ ଖାଲି ଆଖିରେ ଦେଖାଯାଇଥାଏ। ଏହି ମହାକାଶ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକା,ରୁଷିଆ,ଜାପାନ,ୟୁରୋପ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟମ।

ଇତିହାସ[ସମ୍ପାଦନା]

୧୮୬୯ ମସିହାରେ ଜଣେ ଆମେରିକୀୟ ଉପନ୍ୟାସିକଙ୍କ କାହାଣୀରେ ହିଁ ପ୍ରଥମେ ମନୁଷ୍ୟବାସୀ ଏକ ମହାକାଶ ଉପଗ୍ରହ ସମ୍ବନ୍ଧରେ ଉଲ୍ଲେଖ ଅଛି[୫] । ପୃଥିବୀପୃଷ୍ଠରୁ ଚନ୍ଦ୍ର ଏବଂ ମଙ୍ଗଳକୁ ଯାତ୍ରା କରିବା ପାଇଁ ମହାକାଶରେ ଚକ୍ର-ସଦୃଶ ଏକ କୃତ୍ରିମ ଉପଗ୍ରହର ଆବଶ୍ୟକତା ସମ୍ବନ୍ଧରେ କହିବାକୁ ଯାଇ ୧୯୨୩ ମସିହାରେ ରୋମାନର ପଦାର୍ଥ ବିଜ୍ଞାନୀ ପ୍ରଥମେ "space station" (ମହାକାଶ କେନ୍ଦ୍ର) ଶବ୍ଦର ପ୍ରୟୋଗ କରିଥିଲେ।୧୯୫୨ ମସିହାରେ ୱେର୍ନର ଭନ ବ୍ରୁଆନ କୋଲିୟର୍ସ ପତ୍ରିକାରେ ମହାକାଶ କେନ୍ଦ୍ର ବିଷୟରେ ନିଜର ତଥ୍ୟ ପ୍ରକାଶ କରିଥିଲେ। ପୃଥିବୀପୃଷ୍ଠରୁ ୧୦୦୦ ମାଇଲ ଊର୍ଦ୍ଧରେ ୨୫୦ ଫୁଟ ପରିଧି ବିଶିଷ୍ଟ ଏକ ମହାକାଶ କେନ୍ଦ୍ରର ସେ ପରିକଳ୍ପନା କରିଥିଲେ। ମହାକାଶକୁ ମନୁଷ୍ୟ ପ୍ରେରଣର ଦଶନ୍ଧି ପରେ ୧୯୭୧ ମସିହାରେ ସୋଭିଏତ ସଂଘ ( ରୁଷିଆ ) ପ୍ରେରଣ କରିଥିଲା ବିଶ୍ୱର ପ୍ରଥମ ମହାକାଶ କେନ୍ଦ୍ର ସେଲୟୁତ-୧। ଏହାର ବର୍ଷେ ପରେ ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରଥମ ମହାକାଶ କେନ୍ଦ୍ର ସ୍କାଇଲାବ୍ ର ଉତକ୍ଷେପଣ କରିଥିଲା ଓ ପରେ ୩ଜଣ ମହାକାଶବାସୀଙ୍କୁ ପଠାଇଥିଲା। ରୁଷିଆ ନିଜର ମହାକାଶ ଗବେଷଣାକୁ ତ୍ୱରାନିତ କାରିବା ଲକ୍ଷ୍ୟରେ ୧୯୮୬ ମସିହାରେ ମିର୍ ନାମକ ବୃହତ୍ତର ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶର ଉତକ୍ଷେପଣ କରିଥିଲା। ୧୯୯୮ ମସିହାର ଶେଷ ବେଳକୁ ପ୍ରଥମେ ରୁଷିଆ ଓ ପରେ ଆମେରିକା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉପକରଣାଂଶ ପ୍ରେରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଉପକରଣାଂଶ ଗୁଡିକ ପ୍ରେରଣ କରାଯାଇ ମହାକାଶରେ ସେଗୁଡିକୁ ଯୋଡା ଯାଇଥିଲା। ୨୦୦୨ ମସିହା ନଭେମ୍ବର ୨ରେ ଏହି ମହାକାଶ କେନ୍ଦ୍ରକୁ ୩ଜଣ ମହାକାଶବାସୀଙ୍କୁ ପଠାଗଲା ଏବଂ ଏହି କେନ୍ଦ୍ର ଏଯାବତ ଅହରହ ଭାବେ ମହାକାଶବାସୀଙ୍କୁ ଆଶ୍ରୟ ଦେଇଆସିଛି।

ଅଭିଯାନ କାଳକ୍ରମ[ସମ୍ପାଦନା]

  • ୨୦ ନଭେମ୍ବର ୧୯୯୮: ରୁଷିଆର ଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶ ଜାର୍ୟାର ଉତକ୍ଷେପଣ।
  • ୪ ଡିସେମ୍ବର ୧୯୯୮: ଆମେରିକା ନିର୍ମିତ ପ୍ରଥମ ଉପକରଣାଂଶ ୟୁନିଟିର ଉତକ୍ଷେପଣ।
  • ୨ ନଭେମ୍ବର ୨୦୦୦: ଏକ୍ସପେଡିଶନ-୧ ନାମରେ ଏକ ୩ଜଣିଆ ମହାକାଶବାସୀ ଦଳ ସୁଏଜ ରୋକେଟ ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ।
  • ୭ ଫେବୃଆରୀ ୨୦୦୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡାଗଲା ଆମେରିକୀୟ ଗବେଷଣାଗାର ଉପକରଣାଂଶ ଡେଷ୍ଟିନୀ
  • ୭ ଫେବୃଆରୀ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ୟୁରୋପୀୟ ଗବେଷଣାଗାର ଉପକରଣାଂଶ କଲୋମ୍ବସ।
  • ୧୧ ମାର୍ଚ୍ଚ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ଜାପାନୀ ଗବେଷଣାଗାର ଉପକରଣାଂଶ କିବୋ।

ଅଭିଯାନର ଲକ୍ଷ୍ୟ[ସମ୍ପାଦନା]

  • ଏହାକୁ ମହାକାଶରେ ପୃଥିବୀର ନିକଟତମ କକ୍ଷପଥରେ ଥିବା ଏକ ଗବେଷଣାଗାର,ପର୍ଯ୍ୟବେକ୍ଷଣାଗାର ଓ କ୍ଷୁଦ୍ର କାରଖାନା ଭାବେ ପରିକଳ୍ପନା କରାଯାଇଥିଲା।
  • ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର,ମଙ୍ଗଳ ଓ ଅନ୍ୟ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଜନା କରାଯାଇଥିଲା।