ଘୂର୍ଣ୍ଣିବାତ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
An extratropical cyclone near Iceland on September 4, 2003

ଘୂର୍ଣ୍ଣିବାତ୍ୟା, ପ୍ରତିଶବ୍ଦ ଘୂର୍ଣ୍ଣିବାତ, ଘୂର୍ଣ୍ଣିବାୟୁ, ଝଟିକାବର୍ତ୍ତ, ବାତାବର୍ତ୍ତ, ଚକ୍ରବାତ୍ୟା ବା ଖଣ୍ଡିଆଭୂତ (ଇଂରାଜୀ ଭାଷାର ମେଟିଓରୋଲୋଜି (meteorology) ଅନୁସାରେ cyclone) ଏକ ବିରାଟ ଧରଣର ବାୟୁ ପିଣ୍ଡ (air mass) ଯାହା ଶକ୍ତିଶାଳୀ କେନ୍ଦ୍ରୀୟ ବାୟୁମଣ୍ଡଳୀୟ ନିମ୍ନ (atmospheric pressure) ଚାପ ଚତୁର୍ଦ୍ଦିଗରେ ଘୂରିବୁଲେ ।[୧][୨] ଘୂର୍ଣ୍ଣିବାତ୍ୟାରେ ଏକ ନିମ୍ନ‌ଚାପ (low pressure) ବିଶିଷ୍ଟ କ୍ଷେତ୍ର ଚାରିପାଖରେ ଅନ୍ତଃଗାମୀ କୁଣ୍ଡଳାକାର ପବନ (wind) ଘୂରିବୁଲେ । [୩][୪] ସବୁଠାରୁ ବଡ଼ ନିମ୍ନ-ଚାପ ସିସ୍ଟମକୁ ପୋଲାର ଭର୍ଟେକ୍ସ (polar vortices) ଓ ସବୁଠାରୁ ବଡ଼ ସିନୋପ୍ଟିକ ସ୍କେଲକୁ synoptic scale) ଏକ୍ସଟ୍ରାଟ୍ରପିକାଲ ଘୂର୍ଣ୍ଣିବାତ୍ୟା (extratropical cyclone) କୁହାଯାଏ । [୫] ମେସୋସାଇକ୍ଲୋନ (Mesocyclone), ଟର୍ନାଡୋ (tornado) ଓ ଡସ୍ଟ ଡେଭିଲ (dust devil) ଗୁଡ଼ିକ ମେସୋସ୍କେଲ ଅନ୍ତର୍ଭୁକ୍ତ ରହେ । [୬] ମଙ୍ଗଳ, ବୃହସ୍ପତିନେପଚୁନ ଭଳି ଗ୍ରହମାନଙ୍କରେ ମଧ୍ୟ ଘୂର୍ଣ୍ଣିବାତ୍ୟା ହୁଏ । [୭] ଏହି ଘୁର୍ଣ୍ଣିବାତ୍ୟା ପ୍ରସ୍ତୁତି ଓ ଉତ୍କଟ ହେବାର ପ୍ରଣାଳୀକୁ ସାଇକ୍ଲୋଜେନେସିସ (Cyclogenesis) କୁହାଯାଏ । [୮] ବିଭିନ୍ନ ଜୋନ ସଙ୍କୁଚିତ ହୋଇ ଏକ ସମ୍ମୁଖଭାଗ (weather front) ପ୍ରସ୍ତୁତ ହୁଏ । ଏହାପରେ ଏକ୍ସଟ୍ରାଟ୍ରପିକାଲ ସାଇକ୍ଲୋନର ଥଣ୍ଡା ପବନ ପିଣ୍ଡ ଉଷୁମ ବାତ୍ୟା ଜୀବନ‌ଚକ୍ର ବନ୍ଦ ହୋଇ ଘନତ୍ୱ ବୃଦ୍ଧିପ୍ରାପ୍ତ ହୁଏ । ଏକ ଘୂର୍ଣ୍ଣିବାତ୍ୟାର ଜୀବନ‌ଚକ୍ର ସାଧାରଣଥ ୨-୬ ଦିନ ହୋଇଥାଏ ।

ପାଗର ସମ୍ମୁଖଭାଗ ଦୁଇ ଭିନ୍ନ ଭିନ୍ନ ଉତ୍ତାପ, ଆର୍ଦ୍ରତା ଓ ଘନତ୍ୱ ବିଶିଷ୍ଟ ବାୟୁ ପିଣ୍ଡ ମଧ୍ୟରେ ଏକ ସୀମା ନିର୍ଦ୍ଧାରଣ କରିଥାଏ । ସମ୍ମୁଖ ଭାଗ ଥଣ୍ଡା ଥାଏ ଓ ତା'ପର ଭାଗରେ ଘଡ଼ଘଡ଼ି ବିଜୁଳି ସ‌ହିତ ସାଂଘାତିକ ପାଣିପାଗ ଅଣଓସାରିଆ ମଣ୍ଡଳୀ (band) ଥାଏ, କିନ୍ତୁ ବେଳେ ବେଳେ ଏହା ପୂର୍ବରୁ ଶୁଷ୍ଖ ଧାଡ଼ି ଦେଖାଯାଏ । ଏହିଭଳି ସମ୍ମୁଖ ଭାର ସାଧାରଣତଃ କେନ୍ଦ୍ରର ପଶ୍ଚିମ ପାର୍ଶ୍ୱରେ ଥାଏ ଯାହା ପୂର୍ବକୁ ଗତି କରୁଥାଏ । ପୂର୍ବ ଭାଗରେ ଏଥି ପୂର୍ବରୁ ଅବକ୍ଷେପଣ ଓ କୁହୁଡ଼ି ଦେଖାଯାଇପାରେ । ଉଷୁମ ସମ୍ମୁଖ ଭାଗ ଘୁର୍ଣ୍ଣିବାତ୍ୟାର ଆଗେ ଆଗେ ଚଳନ ହୁଏ ।

ଗ୍ରୀଷ୍ମମଣ୍ଡଳୀୟ ସାଇକ୍ଲୋଜେନେସିସରେ ଟ୍ରପିକାଲ ଘୂର୍ଣ୍ଣିବାତ୍ୟାର ବର୍ଣ୍ଣନା ଦେଖିବାକୁ ମିଳେ । ଘଡ଼ଘଡ଼ି ପ୍ରକ୍ରିୟାରୁ ଜାତ ଲେଟେଣ୍ଟ ତାପ ଯୋଗୁ ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ଯାହାର କେନ୍ଦ୍ରସ୍ଥଳ ଉଷୁମ ଥାଏ । ଟ୍ରପିକାଲ, ଏକ୍ସଟ୍ରାଟ୍ରପିକାଲ ଓ ସବ୍‌ଟ୍ରପିକାଲ ମଧ୍ୟରେ ଘୁର୍ଣ୍ଣିବାତ୍ୟାର ପ୍ରକାର ବଦଳିପାରେ । ମେସୋସାଇକ୍ଲୋନରେ ଉଷୁମ କେନ୍ଦ୍ର ଥାଏ ଯାହା ଟର୍ନାଡୋରେ ପରିବର୍ତ୍ତିତ ହୋଇପାଏ । ମେସୋସାଇକ୍ଲୋନରୁ ୱାଟରସ୍ପାଉଟ ଜାତ ହୋଇପାରେ କିନ୍ତୁ ଅଧିକାଂଶ ସମୟରେ ନିମ୍ନ ଭର୍ଟିକାଲ ଉଇଣ୍ଡ ସିଅର ଯୋଗୁ ଏହା ହୁଏ । ଆଟଲାଣ୍ଟିକ ଓ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରୀୟ ଇଲାକାରେ ଏହାକୁ ହରିକେନ କୁହାଯାଏ । ଭାରତୀୟ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହାକୁ ସାଇକ୍ଲୋନ ଓ ଉତ୍ତର ପଶ୍ଚିମ ଇଲାକାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଟାଇଫୁନ କୁହାଯାଏ । ଏହି ବୃଦ୍ଧି ଓ ଅସ୍ଥିରତାର ପ୍ରଭାବ ବ୍ୟାପକ ନୁହେଁ । ଉଦାହରଣ ସ୍ୱରୂପ ଆକାର, ଘନତ୍ୱ, ଆର୍ଦ୍ରତା ଚଳନ, ପୃଷ୍ଠଭାଗ ବାଷ୍ଟୀକାରଣ ଓ ବିଭିନ୍ନ ଉଚ୍ଚତାରେ ସମ୍ଭାବ୍ୟ ତାପ ପରିବର୍ତ୍ତନ ଯୋଗୁ ଭର୍ଟେକ୍ସରେ ପରିବର୍ତ୍ତନ ହୁଏ ।

ଶବ୍ଦାବଳୀ[ସମ୍ପାଦନା]

କଲିକତାରେ ସନ ୧୮୩୬ରୁ ୧୮୫୫ ମଧ୍ୟରେ ହେନରୀ ପିଡିଙ୍ଗଟନ (Henry Piddington) ଗ୍ରୀଷ୍ମ‌ମଣ୍ଡଳୀୟ ଝଡ଼ ଉପରେ ଦି ଜର୍ନାଲ ଅଫ ଏସିଆଟିକ ସୋସାଇଟିରେ (The Journal of the Asiatic Society) ୪୩ଟି ସନ୍ଦର୍ଭ ଲେଖିଥିଲେ । ସାପର କୁଣ୍ଡଳୀ ଅନୁକରଣରେ ସେ ଏହାର ସାଇକ୍ଲୋନ ନାମକରଣ କରିଥିଲେ । ସନ ୧୮୪୨ରେ ସେ ତାଙ୍କର ଯୁଗାନ୍ତକାରୀ 'ଲ ଅଫ ଦି ସ୍ଟର୍ମସ' (Laws of the Storms) ସନ୍ଦର୍ଭ ପ୍ରକାଶିତ କରିଥିଲେ । [୯]

ଆଧାର[ସମ୍ପାଦନା]

  1. Glossary of Meteorology (June 2000). "Cyclonic circulation". American Meteorological Society. Retrieved 2008-09-17.
  2. Glossary of Meteorology (June 2000). "Cyclone". American Meteorological Society. Retrieved 2008-09-17.
  3. BBC Weather Glossary (July 2006). "Cyclone". British Broadcasting Corporation. Archived from the original on 2006-08-29. Retrieved 2006-10-24.
  4. "UCAR Glossary — Cyclone". University Corporation for Atmospheric Research]. Retrieved 2006-10-24.
  5. National Hurricane Center (2012). Glossary of NHC terms. Retrieved on 2012-08-13.
  6. I. Orlanski (1975). "A rational subdivision of scales for atmospheric processes". Bulletin of the American Meteorological Society. 56 (5): 527–530. Bibcode:1975BAMS...56..527.. doi:10.1175/1520-0477-56.5.527.
  7. Samantha Harvey (2006-10-02). "Historic Hurricanes". NASA. Archived from the original on 2008-04-15. Retrieved 2008-06-14. Unknown parameter |url-status= ignored (help)
  8. Nina A. Zaitseva (2006). "Cyclogenesis". National Snow and Ice Data Center. Archived from the original on 2006-08-30. Retrieved 2006-12-04. Unknown parameter |url-status= ignored (help)
  9. "Modern Meteorology". Indian Meteorological Department. Retrieved 2011-11-18.[permanent dead link]

ବାହ୍ୟ ଲିଙ୍କ[ସମ୍ପାଦନା]