ଆଲୋପେସିଆ ଏରିଆଟା
ଆଲୋପେସିଆ ଏରିଆଟା (Alopecia areata) | |
---|---|
ଆଲୋପେସିଆ ସେଲସି (Alopecia Celsi), ଭିଟିଲିଗୋ କ୍ୟାପିଟିସ (vitiligo capitis), ଜନସ୍ଟନସ ଆଲୋପେସିଆ (Jonston's alopecia)[୧] | |
ଉଚ୍ଚାରଣ |
|
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ସ୍କାଲପ ଉପରେ କେଶ ହାନୀ (hair loss) [୨] |
ଆକ୍ରାନ୍ତ ସମୟ | ବାଲ୍ୟକାଳ [୨] |
କାରଣ | ଅଟୋଇମ୍ମ୍ୟୁନ ରୋଗ (Autoimmune)[୨] |
ବିପଦ କାରକ | ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ, ମଧୁମେହ ଟାଇପ ୧, ସିଲିଆକ୍ ଡିଜିଜ୍[୨] |
ସଠିକ ରୋଗ ନିର୍ଣ୍ଣୟ | ଟ୍ରାଇକୋଟିଲୋମାନିଆ (Trichotillomania), ଆଲୋପେସିଆ ମ୍ୟୁସିନୋସା (alopecia mucinosa), ପୋଷ୍ଟପାର୍ଟମ ଆଲୋପେସିଆ (postpartum alopecia)[୧] |
ଔଷଧ | କର୍ଟିଜୋନ (Cortisone) ଇଞ୍ଜେକସନ [୧] |
ଚିକିତ୍ସା | ସନସ୍କ୍ରିନ (Sunscreen), ଖରା ଓ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣି [୨] |
Prognosis | ଆୟୁଷରେ (life expectancy)ଫରକ ଆସେନି[୧][୨] |
ପୁନଃପୌନିକ | ~୨% (ଯୁକ୍ତରାଷ୍ଟ୍ର ଆମେରିକାରେ)[୨] |
ଆଲୋପେସିଆ ଏରିଆଟା (ଇଂରାଜୀ ଭାଷାରେ Alopecia areata, also known as spot baldness) ଏକ ବେମାରୀ ଯେଉଁଥିରେ ଦେହର ଯେ କୌଣସି ଗୋଟିଏ ବା ସବୁ ସ୍ଥାନରୁ ବାଳ ଝଡ଼ିଯାଏ (hair is lost) ।[୧] ଅଧିକାଂଶ ସମୟରେ ମୁଣ୍ଡ ଉପରେ ମୁଦ୍ରା ଆକାରର କିଛି ସ୍ଥାନ ନଣ୍ଡା (bald spots) ଦେଖାଯାଏ ।[୨] ଏହି ବେମାରୀ ଯୋଗୁ ମାନସିକ ଚାପ (Psychological stress) ବୃଦ୍ଧି ପାଏ ।[୨] ଏହି ଲୋକମାନେ ସାଧାରଣତଃ ସୁସ୍ଥ ରହନ୍ତି ।[୨] କେତେକ ଲୋକଙ୍କର ବାଳ ଶୂନ୍ୟ ମଥା (all the hair on the scalp) ବା ବାଳ ଶୂନ୍ୟ ଶରୀର (all body hair is lost) ହୋଇଯାଏ ଓ ଏହା ସ୍ଥାୟୀ ହୋଇ ରହେ ।[୨][୧]
ଆଲୋପେସିଆ ଏରିଆଟା ଏକ ଅଟୋଇମ୍ମ୍ୟୁନ (autoimmune disease) ରୋଗ ହୋଇଥିବା ବିଶ୍ୱାସ କରାଯାଏ ।[୧] ରୋଗର ପାରିବାରିକ ଇତିହାସ ଥିଲେ ରୋଗ ସଙ୍କଟ ଅଧିକ ରହେ ।[୨] ଜମଜ ସନ୍ତାନ (identical twins) ମଧ୍ୟରୁ ଜଣକର ଏହି ରୋଗ ଥିଲେ ଅନ୍ୟ ଜଣକର ୫୦% ରୋଗ ସମ୍ଭାବନା ଥାଏ ।[୨] ଅଟୋଇମ୍ମ୍ୟୁନ ରୋଗରେ ଶରୀର ନିଜ ଦେହର ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଚିହ୍ନି ପାରେ ନାହିଁ: ଫଳରେ ଇମ୍ମ୍ୟନ ପରିଚାଳିତ ହୋଇ ରୁମ ଫଲିକଲ (hair follicle) ନଷ୍ଟ ହୋଇଯାଏ ।[୨]
ଅଧୁନା ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] କର୍ଟିଜୋନ (cortisone) ଇଞ୍ଜେକସନ ଦେଇ ବାଳର ଦୃତ ପୁନଃ ଗଠନ ନିମନ୍ତେ ଚେଷ୍ଟା କରାଯାଉଛି ।[୧][୨] ସନସ୍କ୍ରିନ (Sunscreen, ଗରମ ବା ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣୀ ବ୍ୟବହାର ଓ ଭୃଲତା (eyelashes) ଉପୁଡ଼ି ଯାଇଥିଲେ ଚଷମା (glasses) ପିନ୍ଧିବାକୁ ଉପଦେଶ ଦିଆଯାଏ ।[୨] କେତେକ ରୋଗୀଙ୍କର ବାଳ ଉଠିଯାଏ ଓ ଏଭଳି କ୍ଷେତ୍ରରେ ଆଉ ଥରେ ନଷ୍ଟ ହୁଏନାହିଁ ।[୨] ଅନ୍ୟମାନଙ୍କ କ୍ଷେତ୍ରେ ବର୍ଷାଧିକ କାଳ ପରେ ବାଳ ଉଠେ । [୨]
ଯୁକ୍ତରାଷ୍ଟ୍ର ଆମେରିକାର ୨% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୨] ପିଲା ଦିନୁ ଏହା ଆରମ୍ଭ ହୋଇଯାଏ ।[୨] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ଏଥିରେ ଆୟୁଷର (life expectancy) ପରିବର୍ତ୍ତନ ହୁଏନାହିଁ ।[୨]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Alopecia Areata - NORD (National Organization for Rare Disorders)". NORD (National Organization for Rare Disorders). 2004. Archived from the original on 21 February 2017. Retrieved 10 July 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Liaison, Ray Fleming, Office of Communications and Public (May 2016). "Questions and Answers About Alopecia Areata". NIAMS (in ଇଂରାଜୀ). Archived from the original on 4 July 2017. Retrieved 10 July 2017.
{{cite web}}
: CS1 maint: multiple names: authors list (link)
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |