Jump to content

ଆଲୋପେସିଆ ଏରିଆଟା

ଉଇକିପିଡ଼ିଆ‌ରୁ
ଆଲୋପେସିଆ ଏରିଆଟା (Alopecia areata)
ଆଲୋପେସିଆ ସେଲସି (Alopecia Celsi), ଭିଟିଲିଗୋ କ୍ୟାପିଟିସ (vitiligo capitis), ଜନସ୍ଟନସ ଆଲୋପେସିଆ (Jonston's alopecia)[]
ସ୍କାଲ୍ପ ଉପରେ କେତେକ ସ୍ଥାନରେ ଆଲୋପେସିଆ ଏରିଆଟା ଦେଖାଯାଉଛି ।
ଉଚ୍ଚାରଣ
  • al-oh-PEE-shah ar-ee-AH-tah[]
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣସ୍କାଲପ ଉପରେ କେଶ ହାନୀ (hair loss) []
ଆକ୍ରାନ୍ତ ସମୟବାଲ୍ୟକାଳ []
କାରଣଅଟୋଇମ୍ମ୍ୟୁନ ରୋଗ (Autoimmune)[]
ବିପଦ କାରକପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ, ମଧୁମେହ ଟାଇପ ୧, ସିଲିଆକ୍ ଡିଜିଜ୍[]
ସଠିକ ରୋଗ ନିର୍ଣ୍ଣୟଟ୍ରାଇକୋଟିଲୋମାନିଆ (Trichotillomania), ଆଲୋପେସିଆ ମ୍ୟୁସିନୋସା (alopecia mucinosa), ପୋଷ୍ଟପାର୍ଟମ ଆଲୋପେସିଆ (postpartum alopecia)[]
ଔଷଧକର୍ଟିଜୋନ (Cortisone) ଇଞ୍ଜେକସନ []
ଚିକିତ୍ସାସନସ୍କ୍ରିନ (Sunscreen), ଖରା ଓ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣି []
Prognosisଆୟୁଷରେ (life expectancy)ଫରକ ଆସେନି[][]
ପୁନଃପୌନିକ~୨% (ଯୁକ୍ତରାଷ୍ଟ୍ର ଆମେରିକାରେ)[]

ଆଲୋପେସିଆ ଏରିଆଟା (ଇଂରାଜୀ ଭାଷାରେ Alopecia areata, also known as spot baldness) ଏକ ବେମାରୀ ଯେଉଁଥିରେ ଦେହର ଯେ କୌଣସି ଗୋଟିଏ ବା ସବୁ ସ୍ଥାନରୁ ବାଳ ଝଡ଼ିଯାଏ (hair is lost) ।[] ଅଧିକାଂଶ ସମୟରେ ମୁଣ୍ଡ ଉପରେ ମୁଦ୍ରା ଆକାରର କିଛି ସ୍ଥାନ ନଣ୍ଡା (bald spots) ଦେଖାଯାଏ ।[] ଏହି ବେମାରୀ ଯୋଗୁ ମାନସିକ ଚାପ (Psychological stress) ବୃଦ୍ଧି ପାଏ ।[] ଏହି ଲୋକମାନେ ସାଧାରଣତଃ ସୁସ୍ଥ ରହନ୍ତି ।[] କେତେକ ଲୋକଙ୍କର ବାଳ ଶୂନ୍ୟ ମଥା (all the hair on the scalp) ବା ବାଳ ଶୂନ୍ୟ ଶରୀର (all body hair is lost) ହୋଇଯାଏ ଓ ଏହା ସ୍ଥାୟୀ ହୋଇ ରହେ ।[][]

ଆଲୋପେସିଆ ଏରିଆଟା ଏକ ଅଟୋଇମ୍ମ୍ୟୁନ (autoimmune disease) ରୋଗ ହୋଇଥିବା ବିଶ୍ୱାସ କରାଯାଏ ।[] ରୋଗର ପାରିବାରିକ ଇତିହାସ ଥିଲେ ରୋଗ ସଙ୍କଟ ଅଧିକ ରହେ ।[] ଜମଜ ସନ୍ତାନ (identical twins) ମଧ୍ୟରୁ ଜଣ‌କର ଏହି ରୋଗ ଥିଲେ ଅନ୍ୟ ଜଣକର ୫୦% ରୋଗ ସମ୍ଭାବନା ଥାଏ ।[] ଅଟୋଇମ୍ମ୍ୟୁନ ରୋଗରେ ଶରୀର ନିଜ ଦେହର ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଚିହ୍ନି ପାରେ ନାହିଁ: ଫଳରେ ଇମ୍ମ୍ୟନ ପରିଚାଳିତ ହୋଇ ରୁମ ଫଲିକଲ (hair follicle) ନଷ୍ଟ ହୋଇଯାଏ ।[]

ଅଧୁନା ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[] କର୍ଟିଜୋନ (cortisone) ଇଞ୍ଜେକସନ ଦେଇ ବାଳର ଦୃତ ପୁନଃ ଗଠନ ନିମନ୍ତେ ଚେଷ୍ଟା କରାଯାଉଛି ।[][] ସନସ୍କ୍ରିନ (Sunscreen, ଗରମ ବା ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣୀ ବ୍ୟବ‌ହାର ଓ ଭୃଲତା (eyelashes) ଉପୁଡ଼ି ଯାଇଥିଲେ ଚଷମା (glasses) ପିନ୍ଧିବାକୁ ଉପଦେଶ ଦିଆଯାଏ ।[] କେତେକ ରୋଗୀଙ୍କର ବାଳ ଉଠିଯାଏ ଓ ଏଭଳି କ୍ଷେତ୍ରରେ ଆଉ ଥରେ ନଷ୍ଟ ହୁଏନାହିଁ ।[] ଅନ୍ୟମାନଙ୍କ କ୍ଷେତ୍ରେ ବର୍ଷାଧିକ କାଳ ପରେ ବାଳ ଉଠେ । []

ଯୁକ୍ତରାଷ୍ଟ୍ର ଆମେରିକାର ୨% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ପିଲା ଦିନୁ ଏହା ଆରମ୍ଭ ହୋଇଯାଏ ।[] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[] ଏଥିରେ ଆୟୁଷର (life expectancy) ପରିବର୍ତ୍ତନ ହୁଏନାହିଁ ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 8 9 "Alopecia Areata - NORD (National Organization for Rare Disorders)". NORD (National Organization for Rare Disorders). 2004. Archived from the original on 21 February 2017. Retrieved 10 July 2017.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 Liaison, Ray Fleming, Office of Communications and Public (May 2016). "Questions and Answers About Alopecia Areata". NIAMS (in ଇଂରାଜୀ). Archived from the original on 4 July 2017. Retrieved 10 July 2017.{{cite web}}: CS1 maint: multiple names: authors list (link)

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ