କୀର୍ତ୍ତି ମହାନ୍ତି

ଉଇକିପିଡ଼ିଆ‌ରୁ
କୀର୍ତ୍ତି ମହାନ୍ତି
Occupation(ଓଡ଼ିଆ) ଅଭିନେତ୍ରୀ
Spouseଶୁଭକାନ୍ତ ମହାନ୍ତି
Childrenଶୀତଳ ପଟ୍ଟନାୟକ

କୀର୍ତ୍ତି ମହାନ୍ତି ଜଣେ ଭାରତୀୟ‌-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ଥିଏଟରରେ ଅଭିନୟ କରନ୍ତି ।[୧] ସେ ଜଣେ ଖଳନାୟିକା ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ଅର୍ଜୁନ, ଧୀରେ ଧୀରେ ପ୍ରେମ ହେଲା, ହିରୋ, ରଜା ଝିଅ ସଙ୍ଗେ ହେଇଗଲା ଭାବ, ସୁପରଷ୍ଟାର୍ ଆଦି କଥାଚିତ୍ରରେ ଅଭିନୟ କରିବା ସହିତ ତରଙ୍ଗ ଟିଭିରେ ପ୍ରସାରିତ ରାଣୀ, କୁଆରି ବୋହୂ ଆଦି ଧାରାବାହିକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ଅର୍ଜୁନ
୨୦୦୯ ଧୀରେ ଧୀରେ ପ୍ରେମ ହେଲା ରତି ମାଡାମ୍ କମେଡ଼ି ରୋଲ୍
୨୦୧୧ ହିରୋ ଶକ୍ତିର ମା' ଖଳନାୟିକା
୨୦୧୨ ରଜାଝିଅ ସଂଗେ ହେଇଗଲା ଭାବ କଲ୍ୟାଣୀର ମା'
୨୦୧୩ ସୁପରଷ୍ଟାର୍
୨୦୧୬ ଛାତି ତଳେ ଡିଂ ଡଂ

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ୍ ଭୂମିକା
ଆହୁତି ଇ ଟିଭି ଓଡ଼ିଆ
ରାନୀ ତରଙ୍ଗ ଟିଭି ରାନୀର ଜେଜେମା
କୁଆଁରୀ ବୋହୂ ତରଙ୍ଗ ଟିଭି ଦେବିକା ମଙ୍ଗରାଜ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କୀର୍ତ୍ତି ମହାନ୍ତି ଶୁଭକାନ୍ତି ମହାନ୍ତିଙ୍କୁ ବିବାହ କରିଛନ୍ତି । ତାଙ୍କ ବଡ଼ ଝିଅ ଶୀତଲ ପଟ୍ଟନାୟକ ମଧ୍ୟ ଜଣେ ଅଭିନେତ୍ରୀ, ଯେଏକି ତରଙ୍ଗ ଟିଭିର ରାନୀ ଧାରାବାହିକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ସାନ ଝିଅ ମଧ୍ୟ ଜଣେ ଅଭିନେତ୍ରୀ ଯିଏକି ରାନୀ ଧାରାବାହିକ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଏବଂ ଧାରାବାହିକ ବ୍ୟତୀତ ସେ ଥିଏଟର୍‌‌ରେ ମଧ୍ୟ ଅଭିନୟ କରନ୍ତି ।[୨]

ଆଧାର[ସମ୍ପାଦନା]

  1. "Shouldn't we support theaters to save real talents who are fighting their survival against digital era movie and serials?". Times of India Blog (in ଇଂରାଜୀ). 2019-09-16. Retrieved 2021-09-13.
  2. "Gaap Saap Ep 539 - Candid Chat With Kirti Mohanty & Sheetal Mohanty". Odisha TV. YouTube. 25 August 2019. Retrieved 13 September 2021.

ଅଧିକ ତଥ୍ୟ[ସମ୍ପାଦନା]