କାନ୍ନୁଶୀ

ଉଇକିପିଡ଼ିଆ‌ରୁ
ଦୁଇଜଣ ମିକୋ ସହ ଜଣେ ଯୋଏ ପିନ୍ଧିଥିବା କାନ୍ନୁଶୀ
ପୂର୍ଣ୍ଣ ବସ୍ତ୍ରରେ ଜଣେ କାନ୍ନୁଶୀ, କାତୋରୀ ଶାଳ
ଜଣେ କାନ୍ନୁଶୀ, କାରିଗିନୁ ଏବଂ ଏବୋଶୀ ପିନ୍ଧିଛନ୍ତି ।

ଜଣେ କାନ୍ନୁଶୀ (神主, ଈଶ୍ବର ସ୍ୱାମୀ, ମୂଳ ଉଚ୍ଚାରଣ - କାମୁନୁଶୀ) ବା ଶିନ୍ଶୋକୁ (神職, ଅର୍ଥାତ୍ ଈଶ୍ବରଙ୍କ ସେବକ) ହେଉଛନ୍ତି ଏକ ଶିଣ୍ଟୋଶାଳର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ପ୍ରାପ୍ତ ବ୍ଯକ୍ତି । ଏହାଛଡା ସେ, ସେହି ଶାଳରେ ଥିବା କାମିଙ୍କର ପୂଜାକାର୍ଯ୍ୟ ମଧ୍ଯ ସମ୍ପାଦନ କରିଥାନ୍ତି ।[୧] କାନ୍ନୁଶୀର ଚିତ୍ରଲିପିଗୁଡ଼ିକୁ ଯିନ୍ଶୁ ବୋଲି ମଧ୍ଯ ପଢାଯାଇଥାଏ ।

ପ୍ରଥମେ କାନ୍ନୁଶୀଙ୍କୁ କାମିଙ୍କର ମାଧ୍ଯମ ବୋଲି ଧରାଯାଉଥିଲା । ଅର୍ଥାତ୍ କାନ୍ନୁଶୀମାନେ କାମିଙ୍କର ଇଚ୍ଛାକୁ ମାନବ ମଧ୍ଯରେ ପ୍ରକାଶ କରାଇ ପାରୁଥିଲେ ।[୨] ଜଣେ କାନ୍ନୁଶୀ ହେଉଛନ୍ତି ଏକ ଲୋକ ଯେ ଆଲୌକିକ କାର୍ଯ୍ୟ କରିପାରନ୍ତି କିମ୍ବା ଏକ ପବିତ୍ର ଲୋକ ଯେ ନିଜର ପବିତ୍ରକରଣ କାର୍ଯ୍ୟ ଯୋଗୁଁ କାମିଙ୍କର ମାଧ୍ଯମ ରୂପେ କାର୍ଯ୍ୟ କରିପାରନ୍ତି । ପରେ ଏହି ଶବ୍ଦଟି ଶିନ୍ଶୋକୁ ଶବ୍ଦର ସମାନାର୍ଥକ ହୋଇଗଲା, ଯାହାର ଅର୍ଥ ଏକ ଲୋକ ଯେ ଶାଳରେ କାମକରେ ଏବଂ ସେଠାରେ ଧାର୍ମିକ ସଂସ୍କାର ପାଳନ କରେ ।[୩]

ପ୍ରାଚୀନ କାଳରେ, ଏକ ବଂଶରେ ସାଧାରଣତଃ ଧାର୍ମିକ ଏବଂ ରାଜନୈତିକ ସାମର୍ଥ୍ଯ ଜଣଙ୍କ ହାତରେ ଥାଏ ଯିଏ ସେହି ବଂଶର ମୁଖ୍ଯ ହୋଇଥାନ୍ତି ।[୪] ପରେ ସେହି ପଦବୀ ଏକ ଭିନ୍ନ ଏବଂ ଅଧିକ ଶକ୍ତିଶାଳୀ ରୂପରେ ରୂପାନ୍ତରିତ ହେଲା । ଏହି ଶବ୍ଦଟି ଉଭୟ କୋଯିକୀ (୬୮୦ ଖ୍ରୀଷ୍ଟାବ୍ଦ) ଏବଂ ନିହୋଁ ଶୋକିରେ (୭୨୦ ଖ୍ରୀଷ୍ଟାବ୍ଦ) ମିଳିଥିଲା । ଏଥିରେ ସାମ୍ରାଜ୍ଞୀ ଜିଙ୍ଗୁ ଏବଂ ସମ୍ରାଟ ସୁଯିନ୍ କାନ୍ନୁଶୀ ପଦ ଧାରଣ କରିଥିଲେ ।

ଗୋଟିଏ ଶାଳ ମଧ୍ଯରେ ଏକାସାଙ୍ଗରେ ଦୁଇ ବା ତତୋଧିକ କାନ୍ନୁଶୀ ରହିପାରିବେ, ଉଦାହରଣ ସ୍ୱରୂପ ଇଶେ ମହାଶାଳର ଓକାନ୍ନୁଶୀ (大神主), ସୋକାନ୍ନୁଶୀ (総神主) ତଥା ଗୋଁକାନ୍ନୁଶୀ (権神主) ।[୫][୪]

କାନ୍ନୁଶୀ ବିବାହ କରିପାରନ୍ତି ଏବଂ ତାଙ୍କ ସନ୍ତାନମାନେ ଏହି ପଦବୀ ଉତ୍ତରାଧିକାରୀ ରୂପେ ପାଇପାରନ୍ତି ।.[୬] ବର୍ତ୍ତମାନ ଏହି ପଦବୀଟି ନିୟମ ଦୃଷ୍ଟିରୁ ବଂଶାନୁକ୍ରମିକ ନୁହେଁ କିନ୍ତୁ ବାସ୍ତବରେ ଏହି ପ୍ରଥାଟି ଏବେ ମଧ୍ଯ ବଂଶାନୁକ୍ରମିକ ଭାବରେ ପରିଚାଳିତ ହୁଏ ।[୭]

ସେମାନେ ପିନ୍ଧୁଥିବା ବସ୍ତ୍ର ସବୁର କୌଣସି ଧାର୍ମିକ ମହତ୍ତ୍ବ ନାହିଁ କିନ୍ତୁ ଏଗୁଡ଼ିକ ସାମ୍ରାଜ୍ୟବାଦୀ କାଳରେ ପରିଧାନ କରାଯାଉଥିବାରୁ ଏବେ ମଧ୍ଯ ପିନ୍ଧାଯାଏ; ଉଦାହରଣ ସ୍ବରୂପ - ଯୋଏ, ଏବୋଶୀ ତଥା କାରିଗିନୁ[୬] ଏହା କାମି ଏବଂ ସମ୍ରାଟଙ୍କ ମଧ୍ଯରେ ଥିବା ବିଶେଷ ସମ୍ପର୍କକୁ ପ୍ରତିପାଦିତ କରିଥାଏ ।.[୬] କାନ୍ନୁଶୀଙ୍କଦ୍ୱାରା ବ୍ଯବହୃତ ଅନ୍ଯାନ୍ଯ ସାମଗ୍ରୀ ହେଲା - ଏକ ବେତ, ଶାକୁ ଏବଂ ଏକ ଧଳା କାଗଜରେ (ଶିଦେ) ସୁସଜ୍ଜିତ ଦଣ୍ତ, ଓନୁସା । କାନ୍ନୁଶୀଙ୍କୁ ସାହାଯ୍ୟ କରିବାପାଇଁ ମିକୋମାନେ ଥାଆନ୍ତି ।

ଏକ କାନ୍ନୁଶୀ ହେବାପାଇଁ, ଶିଣ୍ଟୋଶାଳସଙ୍ଘ (ଜାପାନୀ; 神社本庁, ଜିଞ୍ଜା ହୋଞ୍ଚୋ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ଯୟନ କରିବା ପାଇଁ ପଡ଼ିଥାଏ । ଏଥିପାଇଁ ସାଧାରଣତଃ ଟୋକିଓର କୋକୁଗାକୁଇଁ ବିଶ୍ୱବିଦ୍ୟାଳୟ ତଥା ଇଶେର କୋଗାକ୍କାଁ ବିଶ୍ୱବିଦ୍ୟାଳୟ ଅଗ୍ରଗଣ୍ଯ । ଏହାବ୍ୟତୀତ ଜଣେ ଏକ ପରୀକ୍ଷା ଦେଇ ପାରିବ ଯାହା ତାହାର ଯୋଗ୍ୟତାକୁ ପ୍ରତିପାଦନ କରିବ ।[୭] ସ୍ତ୍ରୀ ତଥା ବିଧବାମାନେ ମଧ୍ଯ ଏହି ପଦବୀରେ ରହିପାରିବେ । ବିଧବାମାନେ ନିଜ ସ୍ୱାମୀଙ୍କ ମୃତ୍ଯୁ ପରେ ତାଙ୍କ ପଦବୀ ପାଇ ପାରିବେ ।[୭]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Kannushi (in Japanese), Iwanami Kōjien (広辞苑) Japanese dictionary, 6th Edition (2008), DVD version.
  2. Nishimuta, Takao (2007-03-28). "Kannushi". Encyclopedia of Shinto. Kokugakuin. Retrieved 2009-10-16.
  3. Moriyasu, Jin. "Kannushi". Nihon Hyakka Zensho (in Japanese). Shogakukan. Archived from the original on 2012-09-14. Retrieved 2009-10-16.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; ya ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; eos ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ୬.୦ ୬.୧ ୬.୨ Nishimura, Hajime (1998). A Comparative History of Ideas. Motilal Banarsidass. ISBN 978-81-208-1004-4.
  7. ୭.୦ ୭.୧ ୭.୨ "Shinshoku". Encyclopædia Britannica Online. Retrieved 2009-10-16.

ବାହ୍ୟ ଲିଙ୍କ[ସମ୍ପାଦନା]