ଇଶେ ମହାଶାଳ

ଉଇକିପିଡ଼ିଆ ରୁ
Jump to navigation Jump to search
ଇଶେ ମହାଶାଳ
伊勢神宮 (ଇଶେ ଜିଙ୍ଗୁ)
Naiku 04.jpg
ନାଇକୁ, ଇଶେଶାଳ ଛାଞ୍ଚ:Infobox mapframe ନାଇକୁର ମାନଚିତ୍ର
ଧର୍ମ
ଧର୍ମସମ୍ପ୍ରଦାୟShinto
ଆରାଧ୍ୟଆମାତେରାଶୁ
ସ୍ଥାନ
ସ୍ଥାନଇଶେ, ମିଏ ଜିଲ୍ଲା, ଜାପାନ
ଇଶେ ମହାଶାଳ is located in Japan
ଇଶେ ମହାଶାଳ
ଭିତରେ ପ୍ରଦର୍ଶିତ Japan
ଭୌଗଳିକ ଦିଗବାରେଣି34°27′18″N 136°43′33″E / 34.45500°N 136.72583°E / 34.45500; 136.72583Coordinates: 34°27′18″N 136°43′33″E / 34.45500°N 136.72583°E / 34.45500; 136.72583
ସ୍ଥାପତ୍ୟ
ସ୍ଥାପନ ତିଥି୪ ଖ୍ରୀଷ୍ଟପୂର୍ବ
Shinto torii icon vermillion.svg Glossary of Shinto

ଇଶେ ମହାଶାଳ (伊勢神宮, ଇଶେ ଜିଙ୍ଗୁ) ହେଉଛି ଏକ ଶିଣ୍ଟୋଶାଳ ଯାହା ଦେବୀ ଆମାତେରାଶୁଙ୍କୁ ସମର୍ପିତ । ଏହା ଜାପାନର ମିଏ ରାଜ୍ଯର ଇଶେଠାରେ ଅବସ୍ଥିତ । କେବଳ ଜିଙ୍ଗୁ ଭାବେ ପରିଚିତ ଏହି ମହାଶାଳରେ ଅନେକ ଛୋଟବଡ଼ ଶାଳ ରହିଛି ଯାହା ଅନ୍ଯାନ୍ଯ ଦେବାଦେବୀଙ୍କୁ ସମର୍ପିତ । ସେଥିମଧ୍ୟରୁ ନାଇକୁ (内宮) ଏବଂ ଗେକୁ (外宮) ମୁଖ୍ଯ ।

ଆଭ୍ୟନ୍ତରୀଣ ଶାଳ ନାଇକୁ (ଆଧିକାରିକ ନାମ - କୋତାଇ ଜିଙ୍ଗୁ), ମଧ୍ଯ ଇଶେର ଦକ୍ଷିଣରେ ଥିବା ଊଜୀତାଚି ସହରରେ ଅବସ୍ଥିତ । ଏଠାରେ ଦେବୀ ଆମାତେରାଶୁ ରହୁଛନ୍ତି ବୋଲି ବିଶ୍ବାସ କରାଯାଏ ଏବଂ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ଶାଳର କୋଠାଗୁଡ଼ିକ ସାଇପ୍ରସ୍ ଗଛର କାଠରୁ ତିଆରି ଏବଂ ଏଥିରେ କଣ୍ଟା ବ୍ଯବହୃତ ହୋଇନାହିଁ । ବାହାରର ଶାଳ, ଗେକୁ (ଆଧିକାରିକ ନାମ - "ତୋୟୁକେ ଦାଇଜିଙ୍ଗୁ"), ନାଇକୁରୁ ୬ କି.ମି. ବ୍ଯବଧାନରେ ଅବସ୍ଥିତ ଏବଂ ଏହା ଚାଷକାର୍ଯ୍ୟ, ଧାନ ଅମଳ ତଥା କଳକାରଖାନାର ଦେବତା, ତୋୟୁକେ ଓମିକାମିଙ୍କୁ ସମର୍ପିତ ।[୧] ନାଇକୁ ଏବଂ ଗେକୁ ବ୍ଯତୀତ ଇଶେ ନଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ୧୨୩ଟି ଶାଳ ରହିଛି । ତନ୍ମଧ୍ଯରୁ ୯୧ଟି ଶାଳ ନାଇକୁ ସହ ଏବଂ ୩୨ଟି ଗେକୁ ସହ ସମ୍ବନ୍ଧିତ ।[୨]

ସମ୍ଭବତଃ ପବିତ୍ର ଦର୍ପଣର ନିବାସସ୍ଥାନ ହୋଇଥିବାରୁ ଏହି ଶାଳଟି ଶିଣ୍ଟୋର ଅତି ପବିତ୍ର ଏବଂ ଅତି ମହତ୍ତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ଅଟେ ।[୩] ସାଧାରଣ ନାଗରିକଙ୍କୁ ଏହାର ପରିସର ମଧ୍ଯକୁ ପ୍ରେବଶ ଅନୁମତି ନାହିଁ । କିନ୍ତୁ ଭ୍ରମଣକାରୀଙ୍କୁ ଜଙ୍ଗଲ ପରିସରରେ ବୁଲିବା ପାଇଁ ଅନୁମତି ଦିଆଯାଏ ।

ଏହା ଆକଳନ କରାଯାଇଛି ଯେ, ଏଦୋ ଯୁଗରେ ପ୍ରତି ଦଶ ଜାପାନୀଙ୍କ ମଧ୍ଯରୁ ଜଣେ ଏହି ଶାଳକୁ ଓକାଗେ ମାଇରୀତୀର୍ଥଯାତ୍ରାରେ ଆସିଥିଲେ । ଉଭୟ ଆର୍ଥିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ତୀର୍ଥଯାତ୍ରା ଭଲ ରହିଥିଲା । ଐତିହାସିକ ତଥ୍ୟାନୁସାରେ, ୧୬୨୫ ମସିହାରେ ମାତ୍ର ୫୦ ଦିନ ମଧ୍ଯରେ ୩.୬୨ ନିୟୁତ ଲୋକ ଏବଂ ୧୮୨୯ ମସିହାରେ ତିନି ଦିନ ମଧ୍ଯରେ ୧.୧୮ ନିୟୁତ ଲୋକ ଏହି ଶାଳକୁ ମହାପର୍ବରେ ଆସିଥିଲେ ।[୪] ଯେହେତୁ ଏହି ଶାଳଟିକୁ ଏକ ଶରଣସ୍ଥଳ ଭାବରେ ଦେଖାଯାଏ, ଏଠାରେ କୌଣସି ସୁରକ୍ଷା ନିରୀକ୍ଷଣ କରାଯାଏ ନାହିଁ । ଇଶେର ମୁଖ୍ଯ ଶାଳ ଦ୍ୱୟ ଏକ ତୀର୍ଥମାର୍ଗଦ୍ୱାରା ଜଡିତ, ଯାହା ଫୁରୁଇଚିର ପୁରୁଣା ମନୋରଞ୍ଜନ ସାହି ଦେଇ ଯାଇଛି ।

ଇଶେ ମହାଶାଳର ମୁଖ୍ଯ ପୂଜକ ଜାପାନୀ ରାଜକୁଟୁମ୍ବର ହୋଇଥାନ୍ତି ଏବଂ ସେ ଏହି ଶାଳର ଗୁରୁଦାୟିତ୍ୱ ନିର୍ବାହ କରନ୍ତି । ଏହି ଶାଳର ବର୍ତ୍ତମାନ ମୁଖ୍ଯ ପୂଜକ ହେଉଛନ୍ତି, ସାୟାକୋ କୁରୋଦା, ସମ୍ରାଟ ଏମେରିଟସ ଆକିହୀତୋଙ୍କ ପୁତ୍ରୀ ।[୫]

ଶାଳର ସ୍ଥାପନ[ସମ୍ପାଦନା]

ଗେକୁ ଶାଳ ଚାରିପାଖର ଖଗୀୟ ଦୃଷ୍ଟିକୋଣ
ଏକ ବୁଲୁଥିବା କୁକୁଡ଼ା, ଆମାତେରାଶୁଙ୍କ ଦିବ୍ଯ ଦୂତ ବୋଲି ଗ୍ରହଣ କରାଯାଏ

ନିହୋଁ ଶୋକୀ ଅନୁସାରେ, ପ୍ରାୟ ୨୦୦୦ ବର୍ଷ ପୂର୍ବେ ସମ୍ରାଟ ସୁଇନୀନଙ୍କ ପୁତ୍ରୀ ୟାମାତୋହିମେନୋ ମିକୋତୋ, ନାରା ଜିଲ୍ଲାର ମିୱା ପର୍ବତରୁ ଦେବୀ ଆମାତେରାଶୁଙ୍କ ପାଇଁ ଏକ ସ୍ଥାୟୀ ନିବାସ ଅନୁସନ୍ଧାନରେ ବାହାରିଲେ । ଦୀର୍ଘ ୨୦ ବର୍ଷ କାଳ ଓହ୍ମି ଏବଂ ମିନୋ ଅଞ୍ଚଳରେ ଖୋଜାଖୋଜି କରିବାପରେ ଯାଇ ସେ ଇଶେରେ ପଦାର୍ପଣ କଲେ । ସେଠାରେ ସେ ଆମାତେରାଶୁଙ୍କ କଥା ଶୁଣିବାକୁ ପାଇଲେ ଯେ, "(ଇଶେ) ଏକ ଶାନ୍ତ ଏବଂ ସୁନ୍ଦର ପରିବେଶ, ଏଠାରେ ମୁଁ ରହିବା ପାଇଁ ଚାହେଁ ।" ତେଣୁ ସେହି ସ୍ଥାନରେ ସେ ଏକ ମହାଶାଳର ନିର୍ମାଣ କରାଇଲେ । [୬] ୟାମାତୋହିମେନୋ ମିକୋତୋଙ୍କ ଏହି ଯାତ୍ରା ପୂର୍ବରୁ, ୟାମାତୋରେ ଥିବା ରାଜକୀୟ ପ୍ରାସାଦରେ ଆମାତେରାଶୁଙ୍କ ପୂଜର୍ଚ୍ଚନା ଚାଲିଥିଲା । ପରେପରେ କିଛି ସମୟ ପାଇଁ କାସାନୁଇଠାରେ ମଧ୍ଯ ପୂଜାର୍ଚ୍ଚନା ହେଉଥିଲା । ଯେତେବେଳେ ରାଜକୁମାରୀ ୟାମାତୋହିମେନୋ ମିକୋତୋ ଉଜିତାଚୀ ଗ୍ରାମରେ ପଦାର୍ପଣ କଲେ, ସେ ସେହି ସ୍ଥାନକୁ ଚିହ୍ନିତ କରିବା ପାଇଁ ସେଠାରେ ୫୦ଟି ଘଣ୍ଟି ବାନ୍ଧିଦେଲେ । ତେଣୁ ତା ପାଖରେ ଯାଇଥିବା ନଦୀର ନାମ ଇସୁଜୁ ବା "୫୦ଟି ଘଣ୍ଟି" ହୋଇଛି ।[୭]

୪ ଖ୍ରୀଷ୍ଟାବ୍ଦର ପାରମ୍ପରିକ ସ୍ଥାପନ ଦିନ[୮] ବ୍ଯତୀତ ନାଇକୁ ଓ ଗେକୁର ତୃତୀୟ ଓ ଚତୁର୍ଥ ଶତାବ୍ଦୀର ସ୍ଥାପନ ଦିବସ ମଧ୍ଯ ପ୍ରସ୍ତାବିତ । ସମ୍ରାଟ ତେନ୍ମୁ (୬୭୮–୬୮୬) ଏହାର ପ୍ରଥମ ଶାଳ ନିର୍ମାଣ କରିଥିଲେ ।[୯]

ହେଈୟ ଯୁଗରେ ଏହି ଶାଳ ରାଜକୀୟ ପୃଷ୍ଠପୋଷକତାର ଲାଭ ପାଇଥିଲା ।[୧୦] ୯୬୫ ମସିହାରେ, ସମ୍ରାଟ ମୁରାକାମୀ ରାଜଦୂତଙ୍କୁ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଘଟଣା ବିଷୟରେ ସୂଚନା ଆଣିବା ପାଇଁ ଏଠାକୁ ପଠେଇଥିଲେ । ମୂଳତଃ ଏହି ହେଇହାକୁଗୁଡ଼ିକୁ ଇଶେ ମହାଶାଳ ସହ ୧୬ଟି ଶାଳକୁ ପଠାଯାଇ ଥିଲା ।[୧୧]

ମୁଖ୍ଯ ପୂଜକ[ସମ୍ପାଦନା]

ସପ୍ତମ ଶତାବ୍ଦୀର ଶେଷାର୍ଦ୍ଧରୁ ଚତୁର୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ, ଇଶେ ମହାଶାଳର ମୁଖ୍ଯ ପୂଜକଙ୍କ ଦାୟିତ୍ୱ, ଜାପାନୀ ରାଜକୁଟୁମ୍ବର ଏକ ନାରୀ, ସାୟୋଙ୍କ ଦ୍ବାରା ପ୍ରତିପାଦିତ ହେଉଥିଲା । ମାନ୍ଯୋଶୁ ଅନୁସାରେ, ଏହି ଶାଳର ପ୍ରଥମ ସାୟୋ ଥିଲେ, ଆସୁକା ଯୁଗର ସମ୍ରାଟ ତେନ୍ମୁଙ୍କ ପୁତ୍ରୀ ରାଜକୁମାରୀ ଓକୁଗେଞ୍ଜୀର କାହାଣୀର ଆଓଇ, ସାକାକୀ ଏବଂ ୟୁଗାଓ ଅଧ୍ଯାୟରେ ତଥା ଇଶେର କାହାଣୀର ୬୯ତମ ଅଧ୍ଯାୟରେ ଇଶେ ମହାଶାଳର ନାମ ରହିଛି । ନାନ୍ବୋକୁଚୋ ଯୁଗର ଅସ୍ଥିରତା ସମୟରେ ସାୟୋ ତନ୍ତ୍ରର ଅନ୍ତ ହେଲା ।

ଜାପାନୀ ସାମ୍ରାଜ୍ୟ ଏବଂ ରାଜଧର୍ମ ରୂପେ ଶିଣ୍ଟୋର ପୁନଃସ୍ଥାପନ ସମୟରେ, ମୁଖ୍ଯ ପୂଜକଙ୍କ ପଦବୀ ସିଂହାସନ ଆରୋହିତ ସମ୍ରାଟଙ୍କ ଦ୍ବାରା ପୁରଣ କରାଗଲା । ସମ୍ରାଟ ମେଇଜୀ, ସମ୍ରାଟ ତାଇଶୋ ଏବଂ ହିରୋହିତୋ, ସମସ୍ତେ ମୁଖ୍ଯ ପୂଜକଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ।

ଜାପାନର ଅଧିକରଣ ସମୟରେ ଶିଣ୍ଟୋର ରାଜ୍ଯଠାରୁ ପୃଥକୀକରଣ ପରେ, ମୁଖ୍ଯ ପୂଜକ ତଥା ପବିତ୍ରତମ ପୂଜକଙ୍କ ପଦବୀ, ରାଜକୁଟୁମ୍ବର ଭୂତପୂର୍ବ ସଦସ୍ଯ କିମ୍ବା ତାଙ୍କର ବଂଶଧରଙ୍କ ଦ୍ବାରା ପୂରଣ ହୋଇଥାଏ । ବର୍ତ୍ତମାନର ମୁଖ୍ଯ ପୂଜକ ହେଉଛନ୍ତି, ତାକାତ୍ସୁକାସା କାଜୁକୋଙ୍କ ପୋଷ୍ଯପୁତ୍ର ତାକାତ୍ସୁକାସା ନାଓତାକେ । ସେ ୨୦୦୭ ମସିହାରେ, ସମ୍ରାଟ ମେଇଜୀଙ୍କ ଅଣନାତି କିତାଶିରାକାୱା ମିଚିହିସାଙ୍କ ଠାରୁ ଏହି ପଦବୀ ପ୍ରାପ୍ତ କଲେ । ତାକାତ୍ସୁକାସା କାଜୁକୋଙ୍କ ସାନ ଭଉଣୀ, ଇକେଦା ଆତ୍ସୁକୋ, ତାଙ୍କ ପରେ ଏହି ପଦବୀ ଧାରଣ କରେ । ୨୦୧୨ରେ ଇକେଦାଙ୍କ ଅଧିନରେ କୁରୋଦା ସାୟାକୋ ମୁଖ୍ଯ ପୂଜକ ହେବାର ତାଲିମ ପ୍ରାପ୍ତ କରୁଥିଲେ । ୨୦୧୭ ଜୁନ ୧୯ରୁ ସାୟାକୋ ଆଧିକାରିକ ଭାବରେ ସର୍ବୋଚ୍ଚ ପୂଜକ ଭାବେ ପଦବୀ ଗ୍ରହଣ କଲେ ।[୫]

ଶାଳର ସ୍ଥାପତ୍ଯଶୈଳୀ[ସମ୍ପାଦନା]

ଫାଇଲ:Okihiki.jpg
୨୦୦୭ ମଇରେ ଓକିହିକି ଉତ୍ସବ, ନୂତନ ଶାଳ ନିର୍ମାଣର କାଷ୍ଠ ପ୍ରଦର୍ଶନ

ଇଶେ ମହାଶାଳର ସ୍ଥାପତ୍ୟଶୈଳୀକୁ ଶିନ୍ମେଜୁକୁରୀ, କୁହାଯାଏ । ଏହା ଅତ୍ଯନ୍ତ ସରଳ ଏବଂ ପ୍ରାଚୀନ, ଏହାର ସାଧାରଣ କଳା କୋଫୁନ ଯୁଗର (୨୫୦-୫୩୮ ଖ୍ରୀଷ୍ଟାବ୍ଦ) ।

Main shrine building, Naiku

ଆଧାର[ସମ୍ପାଦନା]

  1. Ise Jingu official homepage, "Archived copy". Archived from the original on 2012-05-30. Retrieved 2012-05-30.CS1 maint: archived copy as title (link)
  2. Ise Jingu official homepage Archived 2012-05-30 at Archive.is
  3. Ellwood, Robert S. (1985). Japanese Religion: A Cultural Perspective (in ଇଂରାଜୀ). Prentice-Hall. ISBN 9780135092828. Retrieved 18 April 2019.
  4. お伊勢さま、一度は行きたい庶民の夢 Cleanup Corporation
  5. ୫.୦ ୫.୧ "Emperor's daughter becomes supreme priestess at Ise Shrine". Japan Times. June 21, 2017. Retrieved June 22, 2017. Sayako Kuroda, the daughter of Emperor Akihito and Empress Michiko, assumed the post of supreme priestess at Ise Shrine this week, the ancient Shinto shrine said.
  6. Aston 1896, p. 176.
  7. Bocking 2013, p. 51.
  8. Encyclopædia Britannica – Ise Shrine http://www.britannica.com/ebc/article-9368233
  9. Sacred Places – Ise Shrine http://witcombe.sbc.edu/sacredplaces/ise.html
  10. Teeuwen 2000, pp. 74–75.
  11. Ponsonby-Fane, Richard. (1962). Studies in Shinto and Shrines, pp. 116–117.