କାନୁ ଗାନ୍ଧୀ (ବୈଜ୍ଞାନିକ)

ଉଇକିପିଡ଼ିଆ‌ରୁ
କାନୁ ଗାନ୍ଧୀ
ଜନ୍ମ୧୯୨୮
ମୃତ୍ୟୁ୭ ନଭେମ୍ବର ୨୦୧୬
ଶିକ୍ଷାନୁଷ୍ଠାନମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି
ପିତାମାତାs
ସମ୍ପର୍କୀୟମହାତ୍ମା ଗାନ୍ଧୀ (ଜେଜେ ବାପା)
କସ୍ତୁରବା ଗାନ୍ଧୀ (ଜେଜେ ମାଆ)

କାନୁ ଗାନ୍ଧୀ (୧୯୨୮[୧] - ୭ ନଭେମ୍ବର ୨୦୧୬) ଜଣେ ଭାରତୀୟ ବୈଜ୍ଞାନିକ ଥିଲେ । ସେ ରାମଦାସ ଗାନ୍ଧୀଙ୍କ ପୁତ୍ର, ତେଣୁ ମହାତ୍ମା ଗାନ୍ଧୀଙ୍କ ନାତି ।

ସେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଢ଼ୁଥିଲେ ଏବଂ ୧୯୬୩ ମସିହାରେ ସେ ଏହି ଅନୁଷ୍ଠାନରୁ ସଭିଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିଲେ ।[୨] ପରବର୍ତ୍ତୀ ସମୟରେ ସେ ନାସାଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗର ବିମାନ ଡିଜାଇନ୍ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ ଶିବଲାକ୍ସମି ବୋଷ୍ଟନ୍ ବାୟୋମେଟିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଜଣେ ପ୍ରଫେସର ଏବଂ ଗବେଷିକା ଥିଲେ । ସେମାନଙ୍କର କୌଣସି ସନ୍ତାନସନ୍ତତି ନଥିଲେ । ୨୦୧୪ ମସିହାରେରେ ସେମାନେ ଭାରତକୁ ଫେରିଥିଲେ । ସୁରଟର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।[୩][୪]

ଆଧାର[ସମ୍ପାଦନା]

  1. "A Rare Glimpse Into Four Generations Of Mahatma Gandhi Family - MERE PIX". www.merepix.com. Retrieved 13 February 2017.
  2. "Supporting Gandhi and going to MIT were part of building India - Times of India". The Times of India. Retrieved 13 February 2017.
  3. "Mahatma Gandhi's Grandson Kanu Gandhi Dies At 87". NDTV.com. Retrieved 13 February 2017.
  4. "Mahatma's grandson Kanu Gandhi passes away". 8 November 2016. Retrieved 8 November 2016 – via The Hindu.