କସ୍ତୁରବା ଗାନ୍ଧୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କସ୍ତୁରବା ଗାନ୍ଧୀ
Kasturba.jpg
ଜନ୍ମ ଓ ଜନ୍ମସ୍ଥାନ ୧୧ ଅପ୍ରେଲ ୧୮୬୯(1869-04-11)
ପୋରବନ୍ଦର, କଥିଆବାର ଏଜେନସି, ବ୍ରିଟିସ ଭାରତ
(ବର୍ତ୍ତମାନ ଗୁଜରାତ, ଭାରତ)
ମୃତ୍ୟୁ ୨୨ ଫେବୃଆରୀ ୧୯୪୪ (୭୪ ବର୍ଷ)
ଆଗା ଖାଁ ପେଲେସ, ପୁନା, ବମ୍ୱେ ପ୍ରାନ୍ତ, ବ୍ରିଟିସ ଭାରତ
(ବର୍ତ୍ତମାନପୁନା, ମହାରାଷ୍ଟ୍ର, ଭାରତ)
ପ୍ରସିଦ୍ଧି ସ୍ତ୍ରୀ ମୋହନ ଦାସ କରମଚାନ୍ଦ ଗାନ୍ଧୀ
ହିନ୍ଦୁ

କସ୍ତୁରବା ଗାନ୍ଧୀ ଶବଦ ବିଷୟରେ listen (ଜନ୍ମ କସ୍ତୁର କାପଡ଼ିଆ ୧୧ ଅପ୍ରେଲ ୧୮୬୯ - ୨୨ ଫେବୃଆରୀ ୧୯୪୪) ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀ ଥିଲେ । ସେ ମହାତ୍ମା ଗାନ୍ଧୀଙ୍କୁ ଭାରତର ସ୍ୱାଧିନତା ସଂଗ୍ରାମରେ ସ‌ହ‌ଯୋଗ କରିଥିଲେ ।

ଜନ୍ମ ଓ ବାଲ୍ୟ ଜୀବନ[ସମ୍ପାଦନା]

କସ୍ତୁରବା ଗାନ୍ଧୀଙ୍କ ଜନ୍ମ ଗୁଜରାତର ପୋରବନ୍ଦରରଠାରେ ହୋଇଥିଲା । ସେ ପିତା ଗୋକୁଳ ଦାସଙ୍କ ଓ ମାତା ବ୍ରଜକୁବରବା କପାଡ଼ିଆଙ୍କ ଚତୁର୍ଥ ସନ୍ତାନ ଥିଲେ । ତାଙ୍କ ବାପା ଜଣେ ସମୃଦ୍ଧ ବ୍ୟାପାରୀ ଥିଲେ । ତାଙ୍କର ବିବାହ ମାତ୍ର ୧୩ ବର୍ଷ ବୟସରେ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ସ‌ହ ହୋଇଥିଲା । ସେ ବିବାହ ସମୟରେ ଅଶିକ୍ଷିତ ଥିଲେ । ପରେ ଗାନ୍ଧିଜୀ ତାଙ୍କୁ ପଢ଼ିବା ଓ ଲେଖିବା ଶିଖାଇଥିଲେ । ସେ ଜଣେ ଧର୍ମ‌ପରାୟଣ ମ‌ହିଳା ଥିଲେ । ତାଙ୍କର ୪ ଗୋଟି ପୁତ୍ର ହେଲେ ହରିଲାଲ, ମନିଲାଲ, ରାମଦାସ ଓ ଦେବଦାସ ।

ରାଜନୀତି ଜୀବନ[ସମ୍ପାଦନା]

ସେ ବ‌ହୁତ ଥର ଜେଲ ମଧ୍ୟ ଯାଇଛନ୍ତି, ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତର ସ୍ୱାଧିନତା ସକାଶେ ଅହିଂସାତ୍ମକ ଆନ୍ଦୋଳନ ସମୟରେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଯେତେବେଳେ ଗାନ୍ଧିଜୀଙ୍କୁ ଗିରଫଦାର କରାଯାଇଥିଲା କସ୍ତୁରବା ନିଜେ ସଂଘର୍ଷରେ ଲଢ଼ି ସଭା ଗୁଡ଼ିକରେ ଭାଗ ନେଇ ଟଙ୍କା ପଇସା ଏକାଠି କରୁଥିଲେ ଏବଂ ଲୋକମାନଙ୍କୁ ପ୍ରୋତ୍ସାହନ କରୁଥିଲେ ।

ସ୍ୱାସ୍ଥ୍ୟ ଓ ମୃତ୍ୟୁ[ସମ୍ପାଦନା]

୧୯୪୨ ସମିହାରେ ପୁନାର ଆଗାଖାଁ ପାଲେସରେ ଗୋଟିଏ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ତାଙ୍କୁ ଗିରଫଦାର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଏବଂ ହୃଦଘାତ୍ ବା କଠୋର ନିମୋନିଆ ହୋଇଥିଲା । ସେ ବିରୋଧକୁ ଜାରି ରଖି ଖାଦ୍ୟ ତ୍ୟାଗ କରିଥିଲେ । କେବଳ ଗଙ୍ଗା ନ‌ଦୀର ପାଣି ପିଇଥିଲେ । ୨୨ ତାରିଖ ଫେବୃଆରୀ ୧୯୪୪ ମସିହାରେ ତାଙ୍କ ମୃତ୍ୟୁବରଣ ହୋଇଥିଲା । ତାଙ୍କ ଇଚ୍ଛା ଅନୁସାରେ ଗାନ୍ଧିଜୀଙ୍କ ହାତରେ ବୁଣାହୋଇଥିବା ଖଦିରେ କସ୍ତୁରବାଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

ଆଧାର[ସମ୍ପାଦନା]

http://days.jagranjunction.com/2013/04/11/kasturba-gandhi-and-mahatma-gandhi-in-hindi/

Gandhi and Kasturba