Jump to content

କାତିଆ ଶାଙ୍କୁଚ

ଉଇକିପିଡ଼ିଆ‌ରୁ

କାତିଆ ଶାଙ୍କୁଚ
Scientific classification Edit this classification
Kingdom: Animalia
Phylum: Chordata
Class: Chondrichthyes
Order: Myliobatiformes
Family: Dasyatidae
Genus: Brevitrygon
Species:
B. imbricata
Binomial name
Brevitrygon imbricata
ମାର୍କସ୍ ଏଲିଏଜର୍ ବ୍ଲୋଖ୍ ଓ ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧
Synonyms
  • ହିମାଣ୍ଟ୍ୟୁରା ଇମ୍ବ୍ରିକାଟା (ବ୍ଲୋଖ୍ ଓ ଶ୍ନାଇଡର୍, ୧୮୦୧)
  • ରାଜା ଇମ୍ବ୍ରିକାଟା (ବ୍ଲୋଖ୍ ଓ ଶ୍ନାଇଡର୍, ୧୮୦୧)
  • ରାଜା ଓବ୍‍ଟ୍ୟୁସା କ୍ଲୁଞ୍ଜିଗରରେ ଏହରେନ୍‍ବର୍ଗ୍ (୧୮୭୧)


କାତିଆ ଶାଙ୍କୁଚ (ଇଂରାଜୀ ଭାଷାରେ Scaly Whipray, ଜୀବବିଜ୍ଞାନ ନାମ Brevitrygon imbricata) ଶାଙ୍କୁଚ ଜାତୀୟ ଜୀବଙ୍କ ଡାସ୍ୟାଟିଡାଏ ପରିବାରର ଏକ ପ୍ରଜାତି । ବ୍ୟାବସାୟିକ ଦୃଷ୍ଟିରୁ ଏମାନେ ସେତେ ଉପଯୋଗୀ ନୁହଁ ଏବଂ ଏମାନଙ୍କ ବିଷାକ୍ତ ଦଂଶନ ମନୁଷ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ଏମାନେ ମୁଖ୍ୟତଃ ଲୋହିତ ସାଗରରୁ ନେଇ କ୍ରାନ୍ତୀୟ ଅଞ୍ଚଳର ଭାରତୀୟ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, ମୌରିସିୟସ୍‍ରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଜୁଆରିଆ ଅଞ୍ଚଳରେ, ସମୁଦ୍ର ସଂଲଗ୍ନ ହ୍ରଦରେ ଓ ସମୁଦ୍ର କୂଳରେ କାତିଆ ଶାଙ୍କୁଚ ଅଧିକାଂଶରେ ଦେଖାଯାଏ ।[][] ଏହି ଶାଙ୍କୁଚ ଓ ଧଳା ଶାଙ୍କୁଚକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ଏମାନଙ୍କ ପରିବାସ ଓ ବ୍ୟାପ୍ତି ସମ୍ପର୍କିତ ତଥ୍ୟରେ ଅନିଶ୍ଚିତତା ରହିଛି ।[] ଟୁନ୍ଲେ ସାପ୍‍ ନଦୀ ଓ ହ୍ରଦ ଅଞ୍ଚଳରୁ ମିଳିଥିବା ତଥ୍ୟରୁ ଜଣାଯାଏ ଯେ ସେଠାରେ ଥିବା ଶାଙ୍କୁଚ ଏହି ପ୍ରଜାତିର ନୁହେଁ ବରଂ ମେକଂ ମଧୁରପାଣି ଶାଙ୍କୁଚ ପ୍ରଜାତିର ।[] IUCN ସଂସ୍ଥା ଏମାନଙ୍କ ସଂରକ୍ଷଣ ସ୍ଥିତିକୁ ‘‘ତଥ୍ୟ ଅଭାବ (Data Deficient)’’ ଶ୍ରେଣୀରେ ସ୍ଥାନିତ କରିଛି । ଓଡ଼ିଶାର ଚିଲିକା ହ୍ରଦରେ ୧୯୧୬ ମସିହାରେ ପ୍ରଥମେ ରମ୍ଭା ଉପସାଗରରୁ ବି. ଏଲ୍. ଚୌଧୁରୀଙ୍କଦ୍ୱାରା ଏକ କାତିଆ ଶାଙ୍କୁଚ ସଂଗ୍ରହ କରି ଏହା ସମ୍ବନ୍ଧୀୟ ତଥ୍ୟ ଲିପିବଦ୍ଧ କରାଗଲା । ଚିଲିକାରେ ଅଧିକାଂଶରେ ବାହ୍ୟ ଚ୍ୟାନେଲ୍ ଅଞ୍ଚଳ ଓ ବେଳେବେଳେ ମଗରମୁଖ ଓ ନଳବଣରେ ମଧ୍ୟ କାତିଆ ଶାଙ୍କୁଚ ପରିଲକ୍ଷିତ ହୋଇଥାନ୍ତି ।[]

ଏମାନଙ୍କ ଶରୀର ପ୍ରାୟ ୨୨ ସେଣ୍ଟିମିଟର ଓସାରିଆ ଓ ଏମାନଙ୍କ ସମ୍ପୂର୍ଣ୍ଣ ଦୈର୍ଘ୍ୟ ପ୍ରାୟ ୬୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ।[] ପ୍ରାୟ ଗୋଲାକାର କାତିଆ ଶାଙ୍କୁଚର ଫଳକର ବ୍ୟାସ ପ୍ରସ୍ଥ ଓ ଦୈର୍ଘ୍ୟ ପଟେ ପାଖାପାଖି ସମାନ । ଏହାର ଲାଞ୍ଜର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟରୁ କ୍ଷୁଦ୍ରତର । ଏହି ଶାଙ୍କୁଚର ପେଟଟି ସମ୍ପୂର୍ଣ୍ଣ ଧଳା ରଙ୍ଗର । ଅଳ୍ପବୟସ୍କ ଶାଙ୍କୁଚ ହେନ୍ତାଳ ବଣ ନିକଟସ୍ଥ ଜଳରେ ବିଚରଣ କରିବା ଦେଖାଯାଇଛି । ଉଭୟ ପରିପକ୍ୱ ଓ ଅଳ୍ପବୟସ୍କ କାତିଆ ଶାଙ୍କୁଚ ସମୁଦ୍ର ତଳେ ଥିବା ଅମେରୁଦଣ୍ଡୀ ଜୀବମାନଙ୍କୁ ଆହରଣ କରିଥାନ୍ତି ।[]

ଏହି ଶାଙ୍କୁଚମାନେ ଆବଶ୍ୟକତା ଅନୁଯାୟୀ ଲୁଣି ପାଣି ଓ ମଧୁର ପାଣିରେ ରହିବା ଦେଖାଯାଏ । ଏମାନେ ଏପରି ପ୍ରବାସ ପ୍ରଜନନ ଉଦ୍ଦେଶ୍ୟରେ କରନ୍ତି ନାହିଁ । ପ୍ରବାସ ପାଇଁ ଏମାନେ ୧୦୦ କିଲୋମିଟରରୁ ଅଧିକ ଦୂର ଯାଆନ୍ତି ନାହିଁ । ଏମାନେ ଅଣ୍ଡା ଦେଇ ପ୍ରଜନନ କରିଥାନ୍ତି ।[] ଚିଲିକାରେ ବର୍ଷା ଋତୁ ଓ ମୌସୁମୀ ସରିବା ପରେ କାତିଆ ଶାଙ୍କୁଚ ବାହ୍ୟ ଚ୍ୟାନେଲ୍, ସାତପଡ଼ା ଓ ନଳବଣ ଆଦି ଅଞ୍ଚଳରେ ପ୍ରଜନନ କରିଥାନ୍ତି ।[]

  1. 1 2 3 4 Manjaji Matsumoto, B.M.; Last, P.R. & White, W.T. (2016). "Brevitrygon imbricata". The IUCN Red List of Threatened Species. IUCN. 2016: e.T161728A104179707. doi:10.2305/IUCN.UK.2016-3.RLTS.T161728A104179707.en. Retrieved 23 December 2017.
  2. 1 2 3 4 Froese, Rainer and Pauly, Daniel, eds. (2006). "Himantura imbricata" in FishBase. July 2006 version.
  3. 1 2 "Fish And Shellfish Diversity And Its Sustainable Management in Chilika Lake". ICAR & CDA. {{cite journal}}: Cite journal requires |journal= (help)