Jump to content

କାଇରା ଦତ୍ତ

ଉଇକିପିଡ଼ିଆ‌ରୁ
କାଇରା ଦତ୍ତ
Kyra Dutt
୨୦୧୫ ମସିହାରେ କାଇରା
ଜନ୍ମ
ଦେବୀ ଦତ୍ତ

ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସେଣ୍ଟ ଜାଭିଅର୍ କଲେଜ, ମୁମ୍ବାଇ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୦୯ - ଏବେଯାଏଁ
ବୈବାହିକ-ସାଥୀସୋନମ ମକ୍କାର

କାଇରା ଦତ୍ତ (ଜନ୍ମ ନାମ: ଦେବୀ ଦତ୍ତ) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍, ଯିଏକି ମୁଖ୍ୟତଃ ହିନ୍ଦୀ, ତେଲୁଗୁ, ତାମିଲ ଓ ବଙ୍ଗାଳୀ କଥାଚିତ୍ର ଜଗତରେ କାମ କରନ୍ତି ।[୧] ୨୦୧୩ ମସିହାରେ କିଙ୍ଗ୍‌ଫିସର୍ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଥିବା ମଡେଲ୍‌ମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।[୨]

୨୦୦୯ ମସିହାରେ ରଣବୀର କପୁରଙ୍କ ଅଭିନୀତ କଥାଚିତ୍ର ରକେଟ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇଅର୍‌ରେ ଏକ ଛୋଟ ଭୂମିକାରେ ଅଭିନୟ କରି ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତା'ପରେ ସେ ୨୦୧୧ ମସିହାରେ ମେରେ ବ୍ରଦର୍ କି ଦୁଲ୍‌ହନିଆରେ କରିଥିଲେ ଏବଂ ୨୦୧୫ ମସିହାରେ କ୍ୟାଲେଣ୍ଡର ଗାର୍ଲ କଥାଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ତେଲୁଗୁ କଥାଚିତ୍ର ରେସ୍ ଗୁରମ୍‌ରେ ଏକ ଗୀତ ବୂଚାଡ଼େ ବୂଚାଡ଼େ ପାଇଁ ସେ ଜଣାଶୁଣା ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କାଇରା କଲିକତାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲା ମାର୍ଟିନିଏରେ କଲିକତାରୁ ତାଙ୍କ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶେଷ କରିଥିଲେ । ସେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ମଧ୍ୟ ଅଧ୍ୟୟନ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ଜଣେ ମଡେଲ୍ ଭାବରେ ସେ କିଙ୍ଗ୍‌ଫିସର୍, ମର୍ସିଡିଜ୍, ଥମ୍ପସ୍ ଅପ୍, କ୍ଲୋଜ୍-ଅପ୍, ଏଚ୍‌ସିଏଲ୍ ଲ୍ୟାପଟପ୍, ୱାଲ୍ଡି ଷ୍ଟୋନ୍ ଡିଓ ଭଳି ବ୍ୟବସାୟିକ ସଂସ୍ଥାର ବିଜ୍ଞାପନରେ କାମ କରିଛନ୍ତି ।

୨୦୦୯ ମସିହାରେ ରକେଟ୍ ସିଂହ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିବା ପରେ, ସେ ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରର ଗୀତରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର କ୍ୟାଲେଣ୍ଡର ଗାର୍ଲରେ ସେ ମୁଖ୍ୟ ନାୟିକା ଶାରନ ପିଣ୍ଟୋ ଭୂମିକାରେ ଅଭିନୟ କରିଥିଲେ । ଏହାପରେ, ସେ ବାଲାଜୀ ଟେଲିଫିଲ୍ମ ଅଧିନରେ ନିର୍ମିତ ୱେବ୍ ସିରିଜ୍ ଟ୍ରିପଲ୍ ଏକ୍ସ (XXX)ରେ କାମ କରିଥିଲେ ।[୪][୫][୬]

୨୦୧୬ ମସିହାରେ, ଟି-ସିରିଜ୍‌ର ଏକ ଆଲବମ୍ ଗୀତ ପାର୍ଟି ଆନିମାଲ୍ସରେ ସେ କାମ କରିଥିଲେ ।[୭][୮] ୨୦୧୭ ମସିହାରେ, ଲୋନ୍‌ଲି ଗାର୍ଲ ନାମକ ତାଙ୍କର ଏକ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ୟୁ-ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା ।[୯] ଜୁନ ୨୦୧୭ରେ, ସେ ପୁରୀ ଜଗନ୍ନାଧଙ୍କ ତେଲୁଗୁ କଥାଚିତ୍ର ପଇସା ଅସୁଲ୍‌ରେ ଏସିପି କିରଣମୟୀ ଭୂମିକାରେ ଅଭିନୟ କରିଥିଲେ ।[୧୦]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକ ଭାଷା ମନ୍ତବ୍ୟ
୨୦୦୯ ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇଅର୍ ଅପର୍ଣ୍ଣା ହିନ୍ଦୀ
୨୦୧୦ ବାନା କାତାଦି ତାମିଲ ଅତିଥି କଳାକାର
୨୦୧୧ ଉଦୟନ୍
ମନକଥା
ମେରେ ବ୍ରଦର୍ କି ଦୁଲ୍‌ହନିଆ ହିନ୍ଦୀ
୨୦୧୨ ତଦୈୟାରା ଥାକ୍କା ତାମିଲ
ଏପ୍ପାଡ଼ି ମନସୁକ୍କୁଲ ବଣ୍ଟାଇ
୨୦୧୪ ରେସ୍ ଗୁରମ୍ ତେଲୁଗୁ
୨୦୧୫ କ୍ୟାଲେଣ୍ଡର ଗାର୍ଲ୍‌ସ୍ ଶାରୋନ ପିଣ୍ଟୋ ହିନ୍ଦୀ
୨୦୧୬ ଜୁଲ୍‌ଫିକାର୍ ଅଲବୀନା ଅହମ୍ମଦ ବଙ୍ଗଳା
୨୦୧୭ ଲୋନ୍‌ଲି ଗାର୍ଲ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର
ପଇସା ଅସୁଲ୍ ଏସିପି କିରଣମୟୀ ତେଲୁଗୁ
୨୦୧୮ ଟ୍ରିପଲ୍ ଏକ୍ସ (XXX) କାଇରା/ମାଇରା ହିନ୍ଦୀ ୱେବ୍ ସିରିଜ୍
ଇଗୋ ତେଲୁଗୁ ଅତିଥି କଳାକାର

ଡିସ୍କୋଗ୍ରାଫି[ସମ୍ପାଦନା]

ସିଙ୍ଗେଲ୍ ଆଲବମ୍[ସମ୍ପାଦନା]

ସଂଖ୍ୟା ଆଲବମ୍ ଲାବେଲ୍ ମୁକ୍ତିଲାଭ
ପାର୍ଟି ଆନିମାଲ୍ସ ଟି-ସିରିଜ୍ ୯ ମଇ ୨୦୧୬[୧୧][୧୨]

ଆଧାର[ସମ୍ପାଦନା]

  1. "Imran is hotter than Ranbir : Debi Dutta". Archived from the original on 26 January 2020. Retrieved 14 March 2017.
  2. "Bhandarkar's 'Calendar Girl' Kyra Dutt was also one of Vijay Mallya's Calendar Girls". Archived from the original on 15 March 2019. Retrieved 12 March 2017.
  3. "Kyra Dutt | Boochade Boochade Video Song". Archived from the original on 3 July 2017. Retrieved 14 March 2017.
  4. "Dutt first actress to sign Ekta's nudity clause". Archived from the original on 28 April 2015. Retrieved 3 January 2016.
  5. "ALTBalaji's X.X.X: Rithvik Dhanjani and Kyra Dutt's midnight tidbits are NSFW!". Archived from the original on 20 October 2018. Retrieved 19 October 2018.
  6. "Dutt quits Balaji over XXX being stalled". Archived from the original on 12 March 2017. Retrieved 12 March 2017.
  7. "a leg with the 'Party Animals'". Archived from the original on 26 July 2018. Retrieved 12 May 2016.
  8. "ANIMALS". Archived from the original on 10 May 2016. Retrieved 12 May 2016.
  9. "Girl', a short psychological thriller". Archived from the original on 9 April 2017. Retrieved 12 March 2017.
  10. "Kyra Dutt to sizzle in a special number". Archived from the original on 2 June 2017. Retrieved 2 June 2017.
  11. "Shake a leg with the 'Party Animals'". Archived from the original on 26 July 2018. Retrieved 12 May 2016.
  12. "ANIMALS". Archived from the original on 10 May 2016. Retrieved 12 May 2016.

ବାହାର ଲିଙ୍କ୍[ସମ୍ପାଦନା]