କର୍ଣମ ମଲ୍ଲେଶ୍ୱରୀ
କର୍ଣାମ ମାଲେଶ୍ୱରୀ , ଜଣେ ପୂର୍ବତନ ଭାରତୀୟ ଭାର ଉତ୍ତୋଳକ ଆଥଲେଟ । ସେ ୧୯୯୪ ଓ ୧୯୯୫ ମସିହାରେ ୫୪ କିଲୋଗ୍ରାମ ଓଜନ ବିଭାଗ ରେବିଶ୍ୱ ଚମ୍ପିୟାନ ରହିବା ସହ ୧୯୫୩ ଓ ୧୯୫୬ ମସିହାରେ ତୃତୀୟ ସ୍ଥାନରେ ରହିଥିଲେ । ସେ ୨୦୦ ମସିହା ଅଲିମ୍ପିକ[୧] କ୍ରୀଡ଼ାରେ କଂଶ୍ୟ ପଦକ ପାଇବା ପରେ ଅଲିମ୍ପିକରେ ପଦକ ପାଇବାରେ ଭାରତର ପ୍ରଥମ ମହିଳା ଆଥଲେଟ[୨] ହେବାର ଗୌରବ ଅର୍ଜନ କରିଥିଲେ । ଖେଳ ପାଇଁ ଭାରତରେ ଥିବା ସର୍ବାଧିକ ସମ୍ମାନଜନକ ପୁରସ୍କାର "ରାଜୀବ ଗାନ୍ଧୀ ଖେଳ ରତ୍ନ "[୩] ତାଙ୍କୁ ୧୯୯୫ ମସିହାରେ ଭାରତ ସରକାରଙ୍କ ତରଫରୁ ଦିଆ ଯାଇଥିଲା । ୧୯୯୯ ମସିହାରେ ସେ ସମ୍ମାନଜନକ ନାଗରିକ ପୁରସ୍କାର " ପଦ୍ମଶ୍ରୀ " ମଧ୍ୟ ପାଇଥିଲେ ।[୪]
କର୍ଣାମ ୧୯୭୫ ଜୁନ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୪ ଜଣ ଭଉଣୀ ସମସ୍ତେ ଭାର ଉତ୍ତୋଳନରେ ତାଲିମ ନେଇଥିଲେ । ୧୯୯୭ ମସିହାରେ ସେ ଜଣେ ସାଥି ଭାର ଉତ୍ତୋଳନ କ୍ରୀଡ଼ାବିଦ୍ ରାଜେଶ ତ୍ୟାଗୀଙ୍କୁ ବିବାହ କରିଥିଲେ । ୨୦୦୧ ମସିହାରେ ସେ ଏକ ପୁତ୍ର ସନ୍ତାନର ଜନନୀ ହେବା ସତ୍ତ୍ୱେ ମଧ୍ୟ ୨୦୦୨ ମସିହା କମନୱେଲ୍ଥ ଖେଳରେ ଭାଗ ନେବା ପାଇଁ ପ୍ରସ୍ତୁତି କରିଥିଲେ , କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ସମୟରେ ତାଙ୍କର ପିତାଙ୍କ ପରଲୋକ ଘଟିବାରୁ ସେ ବାଧ୍ୟ ହେଇ ଦଳରୁ ଓହରି ଯାଇଥିଲେ । ୨୦୦୪ ମସିହା ଅଲିମ୍ପିକ ପାଇଁ ଔ ସେ ଯୋଗ୍ୟତା ହାସଲ କରି ପାରିନଥିଲେ ।[୫]
ଆଧାର [ସମ୍ପାଦନା]
- ↑ Karnam Malleswari. sports-reference.com
- ↑ Ganguly, Meenakshi (27 December 2000) Conversations: 'I Did What I Could For My Country'.
- ↑ List of Rajiv Gandhi Khel Ratna Awardees. sportsauthorityofindia.nic.in
- ↑ "Padma Awards". Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
- ↑ Malleswari lifts Indian Olympic hopes – ‘I’m enjoying my preparation for a second medal.