Jump to content

ସୋନାକ୍ଷୀ ସିହ୍ନା

ଉଇକିପିଡ଼ିଆ‌ରୁ
ସୋନାକ୍ଷୀ ସିହ୍ନା
ଜନ୍ମ
ସୋନାକ୍ଷୀ ସିହ୍ନା

(1987-06-02) ୨ ଜୁନ ୧୯୮୭ (ବୟସ ୩୮)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ଶିକ୍ଷାନୁଷ୍ଠାନଏସଏନଡ଼ିଟି ମହିଳା ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରି
ସକ୍ରିୟ ବର୍ଷ୨୦୧୦ ବର୍ତ୍ତମାନ
ଉଚ୍ଚତା5 ft 6 in (1.68 m)[]
ପିତାମାତାଶତ୍ରୁଘ୍ନ ସିହ୍ନା
ପୁନମ ସିହ୍ନା
ସମ୍ପର୍କୀୟଲବ ସିହ୍ନା (ଭାଇ)
କୁଶ ସିହ୍ନା (ଭାଇ)

ସୋନାକ୍ଷୀ ସିହ୍ନା (ଜନ୍ମ ଜୁନ ୨ ୧୯୮୭) ଜଣେ ଭାରତୀୟ ବଲିଉଡ ଅଭିନେତ୍ରୀ ।ସେ ହେଉଛନ୍ତି ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କ ସୁପୁତ୍ରୀ । ତାଙ୍କର ପ୍ରଥମ ଫିଲ୍ମ ସେ ସଲମାନ ଖାଁଙ୍କ ସହ ଦବଙ୍ଗ (୨୦୧୦)ରୁ ଆରମ୍ଭ କରିଥିଲେ । ୨୦୧୦ରେ ସେ ସବୁଠାରୁ ଭଲ ନୂତନ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସୋନାକ୍ଷୀଙ୍କର ଦୁଇ ଜଣ ଯାଁଳା ଭାଇ ଅଛନ୍ତି । ଲବ ସିହ୍ନା ଓ କୁଶ ସିହ୍ନା । ଆର୍ଯ ବିଦ୍ୟା ମନ୍ଦିର (ମୁମ୍ବାଇ)ରୁ ସେ ଦଶମ ଓ ଶ୍ରୀମତୀ ନଥିବାଇ ଦାମୋଦର ଥକକେରଶେୟ ବିଶ୍ୱବିଦ୍ୟାଳୟ(ମୁମ୍ବାଇ)ରୁ ଫ୍ୟାସନ ଡିଜାଇନିଙ୍ଗରେ ସ୍ନାତକ ହାସଲ କରିଥିଲେ ।

କ୍ୟାରିୟର

[ସମ୍ପାଦନା]
Sinha with co-star Akshay Kumar and director Prabhudeva during the promotions of their film Rowdy Rathore, in 2012

ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଦବଙ୍ଗ ବକ୍ସ ଅଫିସରେ ୨୦୧୦ରେ ସବୁଠାରୁ ଅଧିକ ଆୟ କରିଥିଲା (୨୦୦ କୋଟି) । ଏଥିପାଇଁ ତାଙ୍କୁ ୩୦କେଜି ଓଜନ କମେଇବାକୁ ପଡିଥିଲା । ୨୦୧୨ରେ ତାଙ୍କର ୪ଟି ଫିଲ୍ମ ଆସିଥିଲା । ପ୍ରଥମ ଫିଲ୍ମ ଥିଲା ଅକ୍ଷୟ କୁମାରଙ୍କ ସହ ରାଓଡି ରାଠୋର । ଏହି ଫିଲ୍ମ ମଧ୍ୟ ସୁପର ହିଟ ହେଇଥିଲା ଓ ୧୫୦ କୋଟି ଟଙ୍କା କମେଇଥିଲା । ହେଲେ ତାଙ୍କ ଦୁତୀୟ ଫିଲ୍ମ ଯୋକର ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରିନଥିଲା । ସେହି ବର୍ଷ ତାଙ୍କ ତୃତୀୟ ଫିଲ୍ମ ଅଜୟ ଦେବଗନଙ୍କ ସହ ସନ ଅଫ ସରଦାରରେ ସେ ଖୁବ ସୁନ୍ଦର ଅଭିନୟ କରିଥିଲେ । ୨୦୧୪ରେ ସେ ଅକ୍ଷୟ କୁମାରଙ୍କ ସହ ହଲିଡେ ଫିଲ୍ମ କରିଥିଲେ ଯାହା ସୁପର ହିଟ ହୋଇଥିଲା ।

ଅଭିନୀତ ଫିଲ୍ମ

[ସମ୍ପାଦନା]
ସୂଚନା
Films that have not yet been released ଦର୍ଶାଉଛି - ଯେଉଁ ଫିଲ୍ମମାନ ରିଲିଜ ହେଇନି
ବର୍ଷ ଚଳଚ୍ଚିତ୍ର ଭୂମିକା ଲେଖା
୨୦୧୦ ଦବଙ୍ଗ ରଜୋ ପାଣ୍ଡେ
୨୦୧୨ ରାଓଡି ରାଠୋର ପାରୋ
୨୦୧୨ ଜୋକର ଦିବା
୨୦୧୨ OMG– Oh My God ସ୍ୱତନ୍ତ୍ର ଭୂମିକା ଗୋ ଗୋ ଗୋବିନ୍ଦା ଗୀତ ପାଇଁ
୨୦୧୨ ସନ ଅଫ ସରଦାର ସୁଖମିତ କୌର ସାନ୍ଧୁ
୨୦୧୨ ଦବଙ୍ଗ ୨ ରଜୋ ପାଣ୍ଡେ
୨୦୧୩ ହିମତୱାଲା ସ୍ୱତନ୍ତ୍ର ଭୂମିକା ଥ୍ୟାଙ୍କ ଗଡ ଇଟ୍ସ ଫ୍ରାଇଡେ ଗୀତ ପାଇଁ
୨୦୧୩ ଲୁଟେରା ପାଖି ରୟ ଚୌଧୁରୀ
୨୦୧୩ ୱାଁସ ଅପନ ଏ ଟାଇମ ଇନ ମୁମ୍ବାଇ ଜେସ୍ମିନ ସେଖ
୨୦୧୩ ବସ ସ୍ୱତନ୍ତ୍ର ଭୂମିକା ପାର୍ଟି ଅଲ ନାଇଟ ଓ ହର କିସିକୋ ଗୀତ ପାଇଁ
୨୦୧୩ ବୁଲେଟ ରାଜା ମିତାଲି
୨୦୧୩ ରା....ରାଜକୁମାର ଚନ୍ଦା
୨୦୧୪ ହଲିଡେ: ଏ ସୋଲ୍ଜର ଇଜ ନେଭର ଅଫ ଡିଉଟୀ ସାଇବା ଥାପ୍ପାର
୨୦୧୪ ଆକ୍ସନ ଜ୍ୟାକସନ ଖୁସି
୨୦୧୪ ଲିଙ୍ଗା ମଣି ଭାରତୀ ତାମିଲ ଚଳଚ୍ଚିତ୍ର
୨୦୧୫ ତେୱର ରାଧିକା ମିଶ୍ର
୨୦୧୫ଅଲ ଇସ ୱେଲ ସ୍ୱତନ୍ତ୍ର ଭୂମିକା "ନାଚେଂ ଫରାଟେ" ଗୀତ ପାଇଁ
୨୦୧୫ଆକିରାFilms that have not yet been releasedଆକିରାହିନ୍ଦୀ
୨୦୧୬ଫୋର୍ସ ୨Films that have not yet been releasedଆରଏଡ଼ବଲଇଉ ଏଜେନ୍ଟହିନ୍ଦୀ
୨୦୧୬ହସିନା କୁଇନ ଅଫ ଇଣ୍ଡିଆ Films that have not yet been releasedହସିନାହିନ୍ଦୀ
  1. Roshmila Bhattacharya (20 May 2014). "Would love to change my relationship status: Sonakshi Sinha". Times Of India. Retrieved 29 May 2014.