Jump to content

କଇଥ

ଉଇକିପିଡ଼ିଆ‌ରୁ

କଇଥ
Scientific classification
Kingdom:
(unranked):
(unranked):
(unranked):
Order:
Family:
Subfamily:
Tribe:
Genus:
Limonia

Species:
L. acidissima
Binomial name
Limonia acidissima
Synonyms[][]
  • Schinus limonia L.
  • Ferronia elephantum Corrêa

କଇଥ (ଅନ୍ୟନାମ କପିତ୍ଥ, କପିପ୍ରିୟ, ଦନ୍ତଶଠ,ପୁଷ୍ପଫଳ, ଦଧିତ୍ଥ, ଗ୍ରାହୀ, ଗନ୍ଧଫଳ,ଚିରପାକୀ) ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। [] ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।

ଚିହ୍ନଟ

[ସମ୍ପାଦନା]

ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। []

ଉପଯୋଗ

[ସମ୍ପାଦନା]

ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ । ଓଡ଼ିଶାରେ ପାଚିଲା କଇଥ ଶସକୁ ଚିନିରେ ମିଶାଇ ଚଟଣୀ ଓ ଆଚାର ତିଆରି କରାଯାଏ । କେହି କେହି ନଡ଼ିଆ ପାଣି ଓ ତାଳଚିନି ସହ ମିଶାଇ ମୃଦୁପାନୀୟ ଭାବେ ବ୍ୟବହାର କରନ୍ତି । କଇଥ ଶସ ଜେଲି ତିଆରି ପାଇଁ ବ୍ୟବହାର ହୁଏ । ଏହାର ଖୋଳପାକୁ ଆକର୍ଷଣୀୟ ଘରସଜ୍ଜା ପାଇଁ ବ୍ୟବହାର କରାଯାଏ । କଇଥ ଗଛ ମଞ୍ଜିରୁ ସୁଗନ୍ଧିତ ତେଲ ମଧ୍ୟ ପ୍ରସ୍ତୁତ ହୁଏ ।[][]

ଔଷଧୀୟ

[ସମ୍ପାଦନା]

କଇଥ ଗଛର ପତ୍ର, ଫଳ, ଫୁଲ, ମଞ୍ଜିରେ ଔଷଧୀୟ ଗୁଣ ଭରିରହିଛି । କଇଥରେ ଜଳୀୟ ଅଂଶ ସହ ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଫସଫରସ, ଲୌହ, ଟାନିନ ଆଦି ପୋଷକ ରହିଛି । କଇଥ ଗଛର ପତ୍ର ଥଣ୍ଡା ଓ ଶ୍ୱାସ ରୋଗ ପାଇଁ ଉପକାରୀ । ଚେର କାନରୋଗ ପାଇଁ ବ୍ୟବହାର କରାଯାଏ । ପତ୍ରରେ ଥିବା ଟାନିନ ଘା' ଫୁଲାକୁ କମାଇଥାଏ । କଇଁଥ ଫଳ ଯକୃତ ଏବଂ ହୃଦରୋଗ ଉପଶମ ଆଦିରେ ବ୍ୟବହୃତ ହୋଇଥାଏ । ଏହାର ଶସ ତରଳ ଝାଡ଼ା, ଅର୍ଶ ପିଲାଙ୍କ ପେଟ ଦୋଷ ନିବାରଣ କରେ । ଏହି ଫଳ ଗର୍ଭାଶୟ କର୍କଟକୁ ପ୍ରତିରୋଧ କରେ । କଇଥରେ ଥିବା କ୍ୟାରୋଟିନ ଆଖି ପାଇଁ ଉପକାରୀ । ବୃକକରେ ପଥର ହେଲେ ଓ କାଶରୁ ଆରାମ ପାଇବା ପାଇଁ କଇଁଥ ଶସ ବ୍ୟବହାର କରାଯାଏ । []

  • ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
  • ଶ୍ୱାସ/ ଦମା, କାମଳ,
  • ପାଳିଜ୍ୱର (ମୂଳର ଅର୍କ)
  • କୋଷ୍ଠକାଠିନ୍ୟ (ପାଚିଲା ଫଳ)
  • ହଇଜା, ତରଳଝାଡ଼ା, ବଦହଜମି, ପେଟ ଗୋଳମାଳ (କଂଚାଫଳ)
  • ପାକସ୍ଥଳୀକୁ ଉପକାରୀ (କଞ୍ଚା ଫଳ)
  • ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ []

ଅନ୍ୟ ଭାଷାରେ ନାମ

[ସମ୍ପାଦନା]
କଇଥ

ଏହାର ବଟାନୀକାଲ ନାମ ଲିମୁନିଆ ଏସିଡିସିମା (Limonia acidissima) ଅଟେ ।

  • English: Wood Apple, Elephant Apple, Monkey Fruit or Curd Fruit
  • ବଙ୍ଗଳା: Bael, Koth Bael(বেল, কৎ বেল)
  • ଗୁଜରାଟୀ: કોથુ
  • ହିନ୍ଦୀ : କୈଥ(कैथा), କାଠ ବେଲ ବା କବୀଟ
  • କନ୍ନଡ଼: Belada Hannu / Byalada Hannu ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
  • ମାଳୟ: Belingai ବେଲିଙ୍ଗାଇ
  • ମାଲୟାଲମ: Vilam Kai ୱିଲାମ କାଇ(വിളാങ്കായ്)
  • ମରାଠୀ: KavaTHକବଠ (कवठ).
  • ସଂସ୍କୃତ: ବିଲ୍ଲ, କପିତ୍ଥ (कपित्थ),[] ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ,[]
  • ସିଂହଳୀ: Divul. (දිවුල්)
  • Tamil: Vilam Palam (விளாம் பழம்)
  • ତେଲୁଗୁ: Vellaga Pandu (వెలగ పండు)
  1. "The Plant List: A Working List of All Plant Species". Archived from the original on 5 October 2018. Retrieved 1 August 2015.
  2. "Arguments for Limonia acidissima L. (Rutaceae) and against Its Rejection as a nomen ambiguum". Taxon. Taxon. 27 (5/6): 551–552. November 1978. doi:10.2307/1219924. JSTOR 1219924. {{cite journal}}: Cite uses deprecated parameter |authors= (help)
  3. ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
  4. 1 2 ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
  5. 1 2 "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-09-20. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-09-20. {{cite web}}: Cite has empty unknown parameter: |1= (help)
  7. Feronia elephantum on treknature
  8. S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347

ବାହାର ଆଧାର

[ସମ୍ପାଦନା]

ଆଉରି ଦେଖନ୍ତୁ

[ସମ୍ପାଦନା]