କଇଥ
କଇଥ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Sapindales |
କୁଳ: | Rutaceae |
ଉପକୁଳ: | Aurantioideae |
ଗୋଷ୍ଠୀ: | Citreae |
ପ୍ରଜାତି: | Limonia L. |
ଜାତି: | L. acidissima |
ବାଇନୋମିଆଲ ନାମ | |
Limonia acidissima | |
Synonyms[୧][୨] | |
|
କଇଥ (ଅନ୍ୟନାମ କପିତ୍ଥ, କପିପ୍ରିୟ, ଦନ୍ତଶଠ,ପୁଷ୍ପଫଳ, ଦଧିତ୍ଥ, ଗ୍ରାହୀ, ଗନ୍ଧଫଳ,ଚିରପାକୀ) ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। [୩] ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।
ଚିହ୍ନଟ
[ସମ୍ପାଦନା]ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। [୪]
ଉପଯୋଗ
[ସମ୍ପାଦନା]ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ । ଓଡ଼ିଶାରେ ପାଚିଲା କଇଥ ଶସକୁ ଚିନିରେ ମିଶାଇ ଚଟଣୀ ଓ ଆଚାର ତିଆରି କରାଯାଏ । କେହି କେହି ନଡ଼ିଆ ପାଣି ଓ ତାଳଚିନି ସହ ମିଶାଇ ମୃଦୁପାନୀୟ ଭାବେ ବ୍ୟବହାର କରନ୍ତି । କଇଥ ଶସ ଜେଲି ତିଆରି ପାଇଁ ବ୍ୟବହାର ହୁଏ । ଏହାର ଖୋଳପାକୁ ଆକର୍ଷଣୀୟ ଘରସଜ୍ଜା ପାଇଁ ବ୍ୟବହାର କରାଯାଏ । କଇଥ ଗଛ ମଞ୍ଜିରୁ ସୁଗନ୍ଧିତ ତେଲ ମଧ୍ୟ ପ୍ରସ୍ତୁତ ହୁଏ ।[୫][୬]
ଔଷଧୀୟ
[ସମ୍ପାଦନା]କଇଥ ଗଛର ପତ୍ର, ଫଳ, ଫୁଲ, ମଞ୍ଜିରେ ଔଷଧୀୟ ଗୁଣ ଭରିରହିଛି । କଇଥରେ ଜଳୀୟ ଅଂଶ ସହ ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଫସଫରସ, ଲୌହ, ଟାନିନ ଆଦି ପୋଷକ ରହିଛି । କଇଥ ଗଛର ପତ୍ର ଥଣ୍ଡା ଓ ଶ୍ୱାସ ରୋଗ ପାଇଁ ଉପକାରୀ । ଚେର କାନରୋଗ ପାଇଁ ବ୍ୟବହାର କରାଯାଏ । ପତ୍ରରେ ଥିବା ଟାନିନ ଘା' ଫୁଲାକୁ କମାଇଥାଏ । କଇଁଥ ଫଳ ଯକୃତ ଏବଂ ହୃଦରୋଗ ଉପଶମ ଆଦିରେ ବ୍ୟବହୃତ ହୋଇଥାଏ । ଏହାର ଶସ ତରଳ ଝାଡ଼ା, ଅର୍ଶ ପିଲାଙ୍କ ପେଟ ଦୋଷ ନିବାରଣ କରେ । ଏହି ଫଳ ଗର୍ଭାଶୟ କର୍କଟକୁ ପ୍ରତିରୋଧ କରେ । କଇଥରେ ଥିବା କ୍ୟାରୋଟିନ ଆଖି ପାଇଁ ଉପକାରୀ । ବୃକକରେ ପଥର ହେଲେ ଓ କାଶରୁ ଆରାମ ପାଇବା ପାଇଁ କଇଁଥ ଶସ ବ୍ୟବହାର କରାଯାଏ । [୫]
- ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
- ଶ୍ୱାସ/ ଦମା, କାମଳ,
- ପାଳିଜ୍ୱର (ମୂଳର ଅର୍କ)
- କୋଷ୍ଠକାଠିନ୍ୟ (ପାଚିଲା ଫଳ)
- ହଇଜା, ତରଳଝାଡ଼ା, ବଦହଜମି, ପେଟ ଗୋଳମାଳ (କଂଚାଫଳ)
- ପାକସ୍ଥଳୀକୁ ଉପକାରୀ (କଞ୍ଚା ଫଳ)
- ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ [୪]
ଅନ୍ୟ ଭାଷାରେ ନାମ
[ସମ୍ପାଦନା]ଏହାର ବଟାନୀକାଲ ନାମ ଲିମୁନିଆ ଏସିଡିସିମା (Limonia acidissima) ଅଟେ ।
- English: Wood Apple, Elephant Apple, Monkey Fruit or Curd Fruit
- ବଙ୍ଗଳା: Bael, Koth Bael(বেল, কৎ বেল)
- ଗୁଜରାଟୀ: કોથુ
- ହିନ୍ଦୀ : କୈଥ(कैथा), କାଠ ବେଲ ବା କବୀଟ
- କନ୍ନଡ଼: Belada Hannu / Byalada Hannu ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
- ମାଳୟ: Belingai ବେଲିଙ୍ଗାଇ
- ମାଲୟାଲମ: Vilam Kai ୱିଲାମ କାଇ(വിളാങ്കായ്)
- ମରାଠୀ: KavaTHକବଠ (कवठ).
- ସଂସ୍କୃତ: ବିଲ୍ଲ, କପିତ୍ଥ (कपित्थ),[୭] ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ,[୮]
- ସିଂହଳୀ: Divul. (දිවුල්)
- Tamil: Vilam Palam (விளாம் பழம்)
- ତେଲୁଗୁ: Vellaga Pandu (వెలగ పండు)
ଆଧାର
[ସମ୍ପାଦନା]- ↑ "The Plant List: A Working List of All Plant Species". Archived from the original on 5 October 2018. Retrieved 1 August 2015.
- ↑ "Arguments for Limonia acidissima L. (Rutaceae) and against Its Rejection as a nomen ambiguum". Taxon. Taxon. 27 (5/6): 551–552. November 1978. doi:10.2307/1219924. JSTOR 1219924.
{{cite journal}}
: Cite uses deprecated parameter|authors=
(help) - ↑ ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- ↑ ୪.୦ ୪.୧ ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
- ↑ ୫.୦ ୫.୧ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-09-20.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-09-20.
{{cite web}}
: Cite has empty unknown parameter:|1=
(help) - ↑ Feronia elephantum on treknature
- ↑ S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347
ବାହାର ଆଧାର
[ସମ୍ପାଦନା]- Germplasm Resources Information Network: Limonia
- Germplasm Resources Information Network: Limonia acidissima
- genus page, Flora of Pakistan: L. acidissima species page
- Purdue-hort_edu: The Wood Apple
- Pandanus Database - Limonia
ଆଉରି ଦେଖନ୍ତୁ
[ସମ୍ପାଦନା]- Articles containing English-language text
- Pages using Lang-xx templates
- Articles containing Gujarati-language text
- Articles containing Kannada-language text
- Articles containing Malayalam-language text
- Articles containing Tamil-language text
- Articles containing Telugu-language text
- ଜୀବଜଗତ
- ଉଦ୍ଭିଦ ଜଗତ
- ଔଷଧୀୟ ଗଛ
- ଫଳ