ଓଡ଼ିଶା ଇଞ୍ଜିନିୟରିଂ କଲେଜ
ଦେଖଣା
| ଓଡ଼ିଶା ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର, ଓଡ଼ିଶା | |
|---|---|
| ଲକ୍ଷ୍ୟ (ଇଂରାଜୀରେ) | Stands for quality Education |
| ସ୍ଥାପିତ | ୧୯୮୬ |
| ପ୍ରକାର | ଘରୋଇ |
| ସଭାପତି | ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ |
| ତଳସ୍ନାତକ | ୨୭୦୦ |
| ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
| ପରିସର | ୫୮ |
| ଅନୁବନ୍ଧନ | 0 |
| ୱେବସାଇଟ | http://www.oec.ac.in |
ଓଡ଼ିଶା ଇଞ୍ଜିନିୟରିଂ କଲେଜ (ଓ.ଇ.ସି) ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ। ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟଦ୍ୱାରା ଅନୁବନ୍ଧିତ।[୧] ଏହା ରାଜ୍ୟର ତଥା ପୂର୍ବ ଭାରତର ପ୍ରଥମ ଘରୋଇ ଇଞ୍ଜିନିୟରିଂ କଲେଜ।
ଅବସ୍ଥିତି
[ସମ୍ପାଦନା]ଓଡ଼ିଶା ଇଞ୍ଜିନିୟରିଂ କଲେଜ (ଓ.ଇ.ସି) ଭୁବନେଶ୍ୱରରୁ ପ୍ରାୟ ୨୦ କି.ମି. ଦୂରରେ ଅବସ୍ଥିତ। ପ୍ରାୟ ୫୮ ଏକର (୨୩୦,୦୦୦ ମି୨) ବିସ୍ତୃତ ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରରୁ ଜଟଣି ରାସ୍ତାରେ ନିଜିଗଡ଼ - କୁର୍କୀରେ ଅବସ୍ଥିତ।
ବିଭାଗ
[ସମ୍ପାଦନା]- ନିର୍ମାଣ ବିଜ୍ଞାନ ଇଞ୍ଜିନିଅରିଂ (ସି.ଇଂ.)
- କମ୍ପ୍ୟୁଟର୍ ବିଜ୍ଞାନ ଇଞ୍ଜିନିଅରିଂ (ସି.ଏସ. ଇଂ)
- ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଇଞ୍ଜିନିଅରିଂ (ଆଇ.ଟି)
- ମେକାନିକାଲ୍ ଇଞ୍ଜିନିଅରିଂ (ଏମ.ଇଂ.)
- ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ (ଇ. ଇଂ.)
- ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂ (ଇ.ଟି.ସି.)