ଏ. ଲକ୍ଷ୍ମୀ ବାଈ

ଉଇକିପିଡ଼ିଆ‌ରୁ
Jump to navigation Jump to search
ଆଦୃତି ଲକ୍ଷ୍ମୀବାଇ
ଉପ-ବାଚସ୍ପତି: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨
ପୂର୍ବ ଅଧିକାରୀନନ୍ଦକିଶୋର ଦାସ
ପର ଅଧିକାରୀମୌଲବୀ ମହମ୍ମଦ ହନିଫ୍‍
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର ସଦର
ବିଧାୟିକା: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୨ ଅକ୍ଟୋବର ୧୮୯୯(1899-10-12)
ମୃତ୍ୟୁ୨୭ ଜାନୁଆରୀ ୧୯୮୬(1986-01-27) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ସମ୍ପର୍କବରାହଗିରି ଭେଙ୍କଟଗିରି
ବାପା/ବୋଉବରାହଗିରି ଭେଙ୍କଟ ଯୋଗେଶ (ବାପା)
ବରାହଗିରି ସୋଭମା (ମାଆ)‌
ବୃତ୍ତିରାଜନୀତିଜ୍ଞ

ଆଦୃତି ଲକ୍ଷ୍ମୀବାଇ (୧୨ ଅକ୍ଟୋବର ୧୮୯୯ - ୨୭ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ସେ ଏକାଧିକ ବାର କାରାବରଣ କରିଥିଲେ ।[୧] ସେ ବ୍ରହ୍ମପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୩୭ ଓ ୧୯୪୬ରେ ସ୍ୱାଧୀନତା ପୂର୍ବର ୧ମସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୯୪୬ ମସିହାରେ ସେ ଉପ-ବାଚସ୍ପତି ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଉପବାଚସ୍ପତି ଅଟନ୍ତି ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଏ. ଲକ୍ଷ୍ମୀ ବାଈ ୧୮୯୯ ମସିହାର ଅକ୍ଟୋବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବରାହଗିରି ଭେଙ୍କଟ ଯୋଗେଶ ଓ ମାଆଙ୍କ ନାମ ବରାହଗିରି ସୋଭମା । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟଗିରିଙ୍କ ଭଉଣୀ ।[୧]

ଲକ୍ଷ୍ମୀ ବାଈ ତାଙ୍କର ମାଧ୍ୟମିକ ଶିକ୍ଷା ବ୍ରହ୍ମପୁରେ ଶେଷ କରିବା ପରେ କାଶୀର ଥିଓସୋଫିକାଲ୍ ସୋସାଇଟିରେ ଯୋଗ ଦେଇଥିଲେ । ଏହାପରେ ସେ କଲିକତାର ଦୟାଚ୍ଚିଆନ୍ କଲେଜ୍‌ରୁ ସ୍ନାତକ କରିଥିଲେ ଏବଂ ମେଡିସିନ୍ ପାଠ ଅଧ୍ୟୟନ ପାଇଁ ଭେଲୋର୍‌ର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଯୋଗ ଦେଇଥିଲେ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହ ଭୋଲୋର୍‌ରୁ ପାଠପଢ଼ା ଅଧାରେ ଛାଡ଼ି ବ୍ରହ୍ମପୁର ଫେରି ଆସିଥିଲେ ଏବଂ ଫେରିବା ପରେ ସେ ଆଦୃତି ଭେଙ୍କଟେଶ୍ୱର ରାଓଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କର ଶଶୁର ଘର ରାଜମହେନ୍ଦ୍ରୀ ଚାଲିଯାଇଥିଲେ । ତାଙ୍କ ବିବାହର ୧ ବର୍ଷ ପରେ ତାଙ୍କ ପତିଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ସେ ତାଙ୍କର ପୈତୃକ ଘର ବ୍ରହ୍ମପୁରକୁ ଫେରି ଆସିଥିଲେ ।[୩]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

୧୯୨୧-୧୯୨୨ ମସିହାର ଅସହଯୋଗ ଆନ୍ଦୋଳନରେ ସେ ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗଦ ଦେଇଥିଲେ ।[୨] ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ସେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ଭାଷଣ ଦେଇ ସେ ବ୍ରହ୍ମପୁରଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଏ. ଲକ୍ଷ୍ମୀ ବାଈ ଓଡ଼ିଶା ରାଜନୀତିରେ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟିକା ଭାବରେ ଦୁଇଥର ନିର୍ବାଚିତ ହୋଇଥିଲେ । ୧୯୪୬ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୪][୨] ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଏ. ଲକ୍ଷ୍ମୀ ବାଈ ୧୯୮୬ ମସିହାର ଜାନୁଆରୀ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୪". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୧. ISBN 978-81-89436-54-4. Retrieved 4 September 2021.
  2. ୨.୦ ୨.୧ ୨.୨ ୨.୩ "Shri A. Lakshmi Bai". odishaassembly.nic.in. Odisha Assembly. Retrieved 3 September 2021.
  3. Dr Dasarathi Bhuyan. "Participation of Women of Ganjam District in the Freedom Movement of India" (PDF) (in English). pp. 19–20. Retrieved 18 November 2018.CS1 maint: unrecognized language (link)
  4. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୮". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୪୯. ISBN 978-81-89436-54-4. Retrieved 4 September 2021.