ଏପିପ୍ଲୋଇକ ଆପେଣ୍ଡାଗାଇଟିସ

ଉଇକିପିଡ଼ିଆ‌ରୁ
Epiploic appendagitis
Appendicitis epiploica, appendagitis[୧]
Epiploic appendagitis in computed tomography.
Epiploic appendagitis seen on CT scan.
ବିଭାଗGeneral surgery
ଲକ୍ଷଣPain and tenderness in the abdomen[୨]
ଅବଧିFew days to weeks[୨]
ବିପଦ କାରକObesity, exercise[୨]
ରୋଗ ନିର୍ଣ୍ଣୟ ପଦ୍ଧତିCT scan, ultrasound[୨]
ସଠିକ ରୋଗ ନିର୍ଣ୍ଣୟAppendicitis, diverticulitis, cholecystitis[୨]
ଚିକିତ୍ସାConservative management, NSAIDs[୨]
PrognosisGood[୧]
ପୁନଃପୌନିକRare[୨]

ଏପିପ୍ଲୋଇକ ଆପେଣ୍ଡାଗାଇଟିସ ( EA ) ରୋଗରେ ଏପିପ୍ଲୋଇକ ଆପେଣ୍ଡିକ୍ସର ପ୍ରଦାହ ହୁଏ ।[୨] ଲକ୍ଷଣଗୁଡ଼ିକ ମଧ୍ୟରେ ସାଧାରଣତଃ ଉଦରରେ ଯନ୍ତ୍ରଣା ଏବଂ ଦରଜ ହୁଏ ।[୨] ସାଧାରଣତଃ ବାମ ପାଖରେ ଯନ୍ତ୍ରଣା ହେଲେ ମଧ୍ୟ ଉଦରର ଯେକୌଣସି ଅଞ୍ଚଳ ଏଥିରେ ଜଡିତ ହୋଇପାରେ ।[୨] ବେଳେବେଳେ ଅଇ କିମ୍ବା ବାନ୍ତି ମଧ୍ୟ ହୁଏ ।[୨]

ସଙ୍କଟ କାରକ ମଧ୍ୟରେ ମେଦ ବ‌ହୁଳତା, ଓଜନ ହ୍ରାସ ଓ ଅଧିକ ବ୍ୟାୟାମ କଲେ ଏହା ହୋଇପାରେ ।[୨][୧] ଟର୍ସନ ବା ମୋଡ଼ି ହେବା ଏବଂ ଶିରା ଥ୍ରୋମ୍ବୋସିସ ଯୋଗୁ ଏହା ସମ୍ଭବ ହୁଏ । ସିଟି ସ୍କାନ ଓ ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । ପରୀକ୍ଷାଗାର ଫଳାଫଳରେ କିଛି ଅସୁବିଧା ଦେଖା ଯାଏନାହିଁ । ଏହି ରୋଗରେ ସାଧାରଣତଃ ଆପେଣ୍ଡିସାଇଟିସ, ଡାଇଭର୍ଟିକୁଲାଇଟିସ ଏବଂ or ପିତ୍ତକୋଷ ପ୍ରଦାହ ଭଳି ଲକ୍ଷଣ ଦେଖାଯାଏ।

ଏହି ରୋଗ ସାଧାରଣତଃ ସ୍ୱୟଂ-ସୀମିତ ଅଟେ ।[୨] ଯନ୍ତ୍ରଣା ଉପଶମ ନିମନ୍ତେ ନ‌ନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରି ଔଷଧ ଦିଆଯାଏ ।[୨] କ୍ୱଚିତ୍ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର କରାଯାଇପାରେ ।[୨] ଏହି ରୋଗ ଗୁରୁତର ନୁହେଁ ଏବଂ ସାଧାରଣଃ କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।[୨][୧]

ଏପିପ୍ଲୋଇକ ଆପେଣ୍ଡାଗାଇଟିସ ଏକ ବିରଳ ରୋଗ ବୋଲି ବିଶ୍ୱାସ କରାଯାଏ, ଏହାର ସଠିକ ଆବୃତ୍ତି ଅଜ୍ଞାତ ଅଟେ ।[୨] ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତଃ ବୟସ୍କ ଅଟନ୍ତି, ପ୍ରାୟ ୪୦ବର୍ଷ ବୟସ ପରେ ଆରମ୍ଭ ହୁଏ ।[୨] ମହିଳାଙ୍କ ତୁଳନାରେ ପୁରୁଷମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[୨] [୧] ଏହି ଅବସ୍ଥା ପ୍ରଥମେ ୧୯୫୬ ମସିହାରେ ଡକର୍ଟି ବର୍ଣ୍ଣନା କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Giambelluca, D; Cannella, R; Caruana, G; Salvaggio, L; Grassedonio, E; Galia, M; Midiri, M; Salvaggio, G (22 February 2019). "CT imaging findings of epiploic appendagitis: an unusual cause of abdominal pain". Insights into imaging. 10 (1): 26. doi:10.1186/s13244-019-0715-9. PMID 30796645.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Schnedl, WJ; Krause, R; Tafeit, E; Tillich, M; Lipp, RW; Wallner-Liebmann, SJ (January 2011). "Insights into epiploic appendagitis". Nature reviews. Gastroenterology & hepatology. 8 (1): 45–9. doi:10.1038/nrgastro.2010.189. PMID 21102533.