ଏପିଗ୍ଲଟାଇଟିସ
ଏପିଗ୍ଲଟାଇଟିସ | |
---|---|
ଆକ୍ୟୁଟ ସୁପ୍ରାଏପିଗ୍ଲଟାଇଟିସ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*] |
ଆଇସିଡ଼ି-୧୦ | J05.1 |
ଆଇସିଡ଼ି-୯-ସିଏମ୍ | 464.3, 476.1 |
ରୋଗ ଡାଟାବେସ | 4360 |
ମେଡ଼ିସିନ-ପ୍ଲସ | 000605 |
ଇ-ମେଡ଼ିସିନ | emerg/169 emerg/375 ped/700 |
Patient UK | ଏପିଗ୍ଲଟାଇଟିସ |
MeSH | D004826 |
ଏପିଗ୍ଲଟାଇଟିସ ରୋଗ ଏପିଗ୍ଲଟିସର (ସ୍ୱରଛତ୍ରାକ) ପ୍ରଦାହକୁ କୁହାଯାଏ; ଜିଭ ମୂଳରେ ଥିବା ପରଦା ବା ଫ୍ଲାପକୁ ଏପିଗ୍ଲଟିସ ନାମ ଦିଅଯାଇଥାଏ ଯାହା ଶ୍ୱାସନଳୀ ମଧ୍ୟରେ ଖାଦ୍ୟ ପଶିଯିବାକୁ ବାଧା ଦିଏ ।[୧] ଏହାର ଲକ୍ଷଣ ଶୀଘ୍ର ଦେଖାଯାଏ, ଗିଳିବାରେ ଅସୁବିଧା ହେବାରୁ ପାଟିରୁ ଖାଦ୍ୟ ଖସିପଡ଼େ, ସ୍ୱର ପରିବର୍ତ୍ତନ ହୁଏ, ଜ୍ୱର ହୁଏ ଓ ସ୍ୱାସକ୍ରିୟା ହାର ବୃଦ୍ଧି ପାଏ । [୨][୩] ଶ୍ୱାସନଳୀର ଉପର ଭାଗରେ ଥିବାରୁ ଏପିଗ୍ଲଟିସ ଫୁଲିଯାଇ ଶ୍ୱାସକ୍ରିୟାରେ ଅସୁବିଧା ହୁଏ ।[୧] ଲୋକମାନେ ଶ୍ୱାସନଳୀ ଖୋଲିବା ଚେଷ୍ଟାରେ ଆଗକୁ ନଇଁ ଯାଆନ୍ତି ଯାହାକୁ ଟ୍ରାଇପଡ ପୋଜିସନ କୁହାଯାଏ ।[୨] ରୋଗ ଖରାପ ଦିଗକୁ ଗତି କଲେ ସ୍ଟ୍ରାଇଡର(ଘଡ଼ଘଡ଼ ଶବ୍ଦ) ଶୁଣାଯାଏ ଓ ସ୍ୟାନୋସିସ (ନୀଳ ଚର୍ମ) ହୁଏ ।[୨]
ଏପିଗ୍ଲଟାଇଟିସ ରୋଗ ଅଧିକାଂଶ କେଶ୍ରେ ଏଚ. ଇନଫ୍ଲୁଏଞ୍ଜି ଟାଇପ ବି ଜୀବାଣୁଦ୍ୱାରା ହୁଏ ।[୨] ଏହାର ଟିକା ପ୍ରସ୍ତୁତ ହେବା ପରଠାରୁ ଅନ୍ୟ ଜୀବାଣୁଦ୍ୱାରା ଏହି ରୋଗ ହେବା ଦେଖାଯାଉଛି ।[୨] ଏପିଗ୍ଲଟିସ ସ୍ଥାନରେ ଆଘାତ ହେଲେ ବା ଦଗ୍ଧ ହେଲେ ଏହି ରୋଗ ମଧ୍ୟ ହୁଏ ।[୨] ରୋଗ ନିର୍ଣ୍ଣୟ କରିବା ନିମନ୍ତେ ସର୍ବାଧିକ ସଠିକ ଉପାୟ ହେଉଛି ସିଧା ସଳଖ ଏପିଗ୍ଲଟିସକୁ ଦେଖିବା ।[୪] ବେକର ପାର୍ଶ୍ୱଦର୍ଶନ ଏକ୍ସ-ରେ ଛବିରେ ବୃଦ୍ଧାଙ୍ଗୁଳି ଛାପ ଚିହ୍ନ ଦେଖାଯାଏ କିନ୍ତୁ ଏ ଚିହ୍ନ ନାହିଁ ଅର୍ଥ ନୁହେଁ ଯେ ଏହି ରୋଗ ନାହିଁ । [୨]
ସନ ୧୯୮୦ରୁ ଏହି ରୋଗ ନିମନ୍ତେ ପ୍ରଭାବଶାଳୀ ଏଚଆଇବି ଟିକା ମିଳୁଛି ।[୫] ରୋଗୀ ସଂସ୍ପର୍ଶରେ ଆସିଥିଲେ ବା ଅଧିକ ରୋଗ ସଙ୍କଟ ଥିଲେ ରିଫାମ୍ପିସିନ ନାମକ ଆଣ୍ଟିବାୟୋଟିକ ଦେଇ ରୋଗ ପ୍ରତିରୋଧ କରାଯାଏ ।[୬] ଶ୍ୱାନଳୀ ଉନ୍ମୁକ୍ତ ରଖିବା ଏହି ଚିକିତ୍ସାର ପ୍ରଧାନ କାମ ଯାହା ଦରକାର ପଡ଼ିଲେ ଏଣ୍ଡୋଟ୍ରାକିଆଲ ଟ୍ୟୁବ ସାହାଯ୍ୟରେ କରାଯାଏ । [୨] ଶିରାଭ୍ୟନ୍ତର ସେଫଟ୍ରାଇଆକ୍ସୋନ ଓ ସମ୍ଭବତଃ ଭାଙ୍କୋମାଇସିନ ଓ କ୍ଲିଣ୍ଡାମାଇସିନ ଭଳି ଆଣ୍ଟିବାୟୋଟିକ ଦିଆଯାଏ । [୩][୫] କର୍ଟିକୋସ୍ଟିରଏଡ ମଧ୍ୟ ଦିଆଯାଏ ।[୨] ଉପଯୁକ୍ତ ଚିକିତ୍ସା କଲେ ପିଲାମାନଙ୍କ ମଧ୍ୟରୁ ୧% ଓ ବୟସ୍କ ଲୋକଙ୍କର ମଧ୍ୟରୁ ୭% ମୃତ୍ୟୁ ହୁଏ ।[୪]
ଏଚଆଇବି ଟିକା ନେବା ପରଠାରୁ ଏହି ରୋଗ ମୃତ୍ୟୁ ହାର ୯୫% କମିଯାଇଛି ।[୭] ପୂର୍ବରୁ ଅଳ୍ପ ବୟସ୍କ ପିଲାଙ୍କୁ ରୋଗ ହେଉଥିବା ବେଳେ ସଂମ୍ପ୍ରତି ବଡ଼ ପିଲାମାନଙ୍କୁ ଏହି ରୋଗ ହେଉଛି ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦,୦୦୦ପିଲାରେ ୧.୩ ପିଲାଙ୍କୁ ଏହି ରୋଗ ହେଉଛି ।[୨] ୧୦୦,୦୦୦ ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରତି ବର୍ଷ ୧ରୁ ୪ ଜଣକୁ ଏହି ରୋଗ ହେଉଛି ।[୮] ବିକାଶଶୀଳ ଦେଶମାନଙ୍କରେ ଏହା ମୂଖ୍ୟତଃ ହୁଏ । [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Hamborsky, j (2015). "Haemophilus influenzae type b". Centers for Disease Control and Prevention. Epidemiology and Prevention of Vaccine-Preventable Diseases (13 ed.). Public Health Foundation. p. Chapter 8. ISBN 9780990449119. Retrieved 14 July 2016.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Richards, AM (February 2016). "Pediatric Respiratory Emergencies". Emergency medicine clinics of North America. 34 (1): 77–96. PMID 26614243.
- ↑ ୩.୦ ୩.୧ Zoorob, R; Sidani, MA; Fremont, RD; Kihlberg, C (1 November 2012). "Antibiotic use in acute upper respiratory tract infections". American family physician. 86 (9): 817–22. PMID 23113461.
- ↑ ୪.୦ ୪.୧ Westerhuis, B; Bietz, MG; Lindemann, J (August 2013). "Acute epiglottitis in adults: an under-recognized and life-threatening condition". South Dakota medicine : the journal of the South Dakota State Medical Association. 66 (8): 309–11, 313. PMID 24175495.
- ↑ ୫.୦ ୫.୧ ୫.୨ Schlossberg, David (2015). Clinical infectious disease (Second edition. ed.). p. 202. ISBN 9781107038912.
- ↑ Blacklow, Neil R. (2004). Infectious diseases (3rd ed. ed.). Philadelphia: Lippincott Williams & Wilkins. p. 461. ISBN 9780781733717.
{{cite book}}
:|edition=
has extra text (help) - ↑ Des Jardins, Terry (2015). Clinical Manifestations & Assessment of Respiratory Disease (7 ed.). Elsevier Health Sciences. p. 529. ISBN 9780323358972.
- ↑ Textbook of Adult Emergency Medicine (4 ed.). Elsevier Health Sciences. 2014. p. 291. ISBN 9780702054389. Retrieved 15 July 2016.
- ↑ Boons, Geert-Jan (2009). Carbohydrate-Based Vaccines and Immunotherapies. Hoboken: John Wiley & Sons. p. 1222. ISBN 9780470473276.