ଏଚଆଇବି ଟିକା

ଉଇକିପିଡ଼ିଆ‌ରୁ
ଏଚଆଇବି ଟିକା
Vaccine description
Target diseaseହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି
TypeConjugate vaccine
Clinical data
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ଟିକା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଟାଇପ ବି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଦିଆଯାଏ ।[୧] ଯେଉଁ ଦେଶମାନଙ୍କରେ ଏହି ଟିକା ରୁଟିନ ଭାବରେ ଦିଆଯାଏ ସେଠାରେ ଏହି ରୋଗ ୯୦ %ରୁ ଅଧିକ କମିଯାଇଛି । ଏହା ଫଳରେ ମେନିଞ୍ଜାଇଟିସ୍, ନିମୋନିଆଏପିଗ୍ଲୋଟାଇଟିସ ରୋଗ ହାର କମିଛି ।[୧]

ଉଭୟ ଡବ୍ଲ୍ୟୁଏଚଓସେଣ୍ଟର ଫର ଡିଜିଜ କଣ୍ଟ୍ରୋ ଆଣ୍ଡ ପ୍ରିଭେନ୍‌ସନ୍ ଏହି ଟିକା ନେବାପାଇଁ ସୁପାରିସ କରନ୍ତି ।[୨][୧] ଛଅ ମାସ ବୟସ ପୁରିବା ପୂର୍ବରୁ ୨ ବା ୩ ଡୋଜ ଦେବା ଉଚିତ । ପ୍ରଥମ ଡୋଜ ୬ ସପ୍ତାହ ବୟସ ବେଳେ ଓ ଆଉ ପରବର୍ତ୍ତୀ ଡୋଜ ୪ ସପ୍ତାହ ଅନ୍ତରରେ ଅନ୍ୟ ଡୋଜ ଦେବାକୁ ଉପଦେଶ ଦିଆଯାଏ । ଦୁଇ ଡୋଜ ଦେଲେ ପରେ ଆଉ ଏକ ଡୋଜ ଦେବାକୁ ଉପଦେଶ ଦିଆଯାଏ । ମାଂସପେଶୀରେ ଇଞ୍ଜେକସନ୍ ଆକାରରେ ଏହା ଦିଆଯାଏ । [୧]

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ନାହିଁ । ଇଞ୍ଜେକସନ ଦେବା ସ୍ଥାନରେ ୨୦ରୁ ୨୫ % ଲୋକଙ୍କର କଷ୍ଟ ହୁଏ ଓ ୨ % ଲୋକଙ୍କର ଜ୍ୱର ହୁଏ ।ସାଂଘାତିକ ଆଲର୍ଜୀ ପ୍ରତିକ୍ରିୟା ହେବାର ସୂଚନା ନାହିଁ । ଏହି ଟିକା ସ୍ୱତନ୍ତ୍ର ଭାବେ ମିଳେ ଓ ଅନ୍ୟ ଟିକା ଯେପରିକି ଡିଫଥେରିଆ/ଟିଟାନସ୍/ପର୍ଟୁସିସ୍ ଟିକାହେପାଟାଇଟିସ ବି ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ । ଅଧୁନା ସମସ୍ତ ଏଚଆଇବି ଟିକା ମିଶ୍ରିତ ଟିକା ଭାବରେ ମିଳୁଛି ।[୧]

ପ୍ରାଥମିକ ଏଚଆଇବି ଟିକା ସନ ୧୯୭୭ରେ ପ୍ରସ୍ତୁତ ହୋଇଥିଲା ଓ ପରେ ସନ ୧୯୯୦ରେ ଏହାକୁ ବଦଳେଇ ଅଧିକ ପ୍ରଭାବୀ ଟିକା ତିଆରି କରାଗଲା । ସନ ୨୦୧୩ରେ ଏହାକୁ ୧୮୪ ଦେଶରେ ରୁଟିନ ହିସାବରେ ଦିଆଯାଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଗୋଟିଏ ଏଚଆଇବି ମିଶ୍ରିତ ପେଣ୍ଟାଭାଲେଣ୍ଟ ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧୫.୪୦ ଆମେରିକୀୟ ଡଲାର ଥିଲା ।[୪] ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୨୫ରୁ ୫୦ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Haemophilus influenzae type b (Hib) Vaccination Position Paper – July 2013" (PDF). Wkly Epidemiol Rec. 88 (39): 413-26. 2013 Sept 27. PMID 24143842. {{cite journal}}: Check date values in: |date= (help)
  2. "Haemophilus b conjugate vaccines for prevention of Haemophilus influenzae type b disease among infants and children two months of age and older. Recommendations of the immunization practices advisory committee (ACIP)". MMWR Recomm Rep. 40 (RR-1): 1-7. Jan 11,1991. PMID 1899280. {{cite journal}}: Check date values in: |date= (help)
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Vaccine, Pentavalent". International Drug Price Indicator Guide. Retrieved 7 December 2015.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 313. ISBN 9781284057560.