Jump to content

ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ

ଉଇକିପିଡ଼ିଆ‌ରୁ
ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ
Combination of
EthinylestradiolEstrogen
NorethisteroneProgestogen
Clinical data
Trade namesAlyacen, Aranelle, Balziva, Brevicon, Brevinor, Briellyn, Cyclafem, Dasetta, Femcon, Gencept, Gildagia, Jenest, Kaitlib, Modicon, N.E.E., Norcept, Norethin, Norinyl, Norquest, Nortrel, Ortho-Novum, Ovcon, Philith, Pirmella, Tri-Norinyl, Vyfemla, Wera, others
AHFS/Drugs.commonograph
MedlinePlusa601050
Pregnancy
category
  • US: X (Contraindicated)
    Routes of
    administration
    By mouth
    ATC code
    Legal status
    Legal status
    Identifiers
    CAS Number
    PubChem CID
    ChemSpider
    • None

    ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନ (ଇଂରାଜୀ ଭାଷାରେ Ethinylestradiol/norethisterone, ଅନ୍ୟ ନାମ ethinyl estradiol/norethindrone) ଏକ ଜନ୍ମ ନିରୋଧ ବଟିକା ଯେଉଁଥିରେ ଏକ ଏଥିନିଲଏସଟ୍ରାଡାୟଲ (ethinylestradio), ଏକ ଏସ୍ଟ୍ରୋଜେନ (estrogen) ଓ ନରଏଥିସ୍ଟିରନ (norethisterone), ଏକ ପ୍ରୋଜେସ୍ଟେରନ (progestin) ଥାଏ ।[] ଜନ୍ମ ନିରୋଧ (birth control), ଋତୁସ୍ରାବ (menstruation) ଲକ୍ଷଣ, ଏଣ୍ଡୋମେଟ୍ରିଓସିସ (endometriosis) ଓ ଋତୁବନ୍ଦ ଲକ୍ଷଣ (menopausal symptoms) ଇତ୍ୟାଦି ବେମାରୀମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[][] ବ୍ରଣରେ (acne) ମଧ୍ୟ ଏହା ଦିଆଯାଏ । ପାଟିରେ ଏହି ଔଷଧ ଦିଆଯାଏ । []

    ଏଥିନିଲଏସଟ୍ରାଡାୟଲ/ନରଏଥିସ୍ଟିରନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବଥା, ରକ୍ତ ଜମାଟ (blood clots), ସ୍ତନ ଯନ୍ତ୍ରଣା, ଅବସାଦ ଓ ଯକୃତ ସମସ୍ୟା (liver problems) ହୋଇପାରେ । ଗର୍ଭାବସ୍ଥା, ପ୍ରସବ (childbirth) ପରବର୍ତ୍ତୀ ୩ ସପ୍ତାହ ଓ ରକ୍ତ ଜମାଟ ସଙ୍କଟ ଥିବା ଲୋକଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[][] ଅନ୍ୟ ପକ୍ଷରେ ଗର୍ଭପାତ ପରେ ସଙ୍ଗେସଙ୍ଗେ ଏହା ଦିଆଯାଇପାରେ ।[] ଏହା ଔଷଧ ଗ୍ରହଣ କରିବା ସମୟରେ ଧୂମ୍ରପାନ କରିବାକୁ ମନା କରାଯାଏ ।[] ଏହି ଔଷଧଦ୍ୱାରା ଡିମ୍ବ ସୃଷ୍ଟି ବାଧାପ୍ରାପ୍ତ ହୁଏ, ଜରାୟୁରେ ଭୃଣ ସଂସ୍ଥାପନ ସଠିକ ଭାବରେ ସମ୍ପାଦନ ହୁଏନି ଓ ଜରାୟୁଗ୍ରୀବାରେ ମ୍ୟୁକସ୍ ଅଧିକ ବ‌ହଳିଆ ହୁଏ; ଏଣୁ ଏହା କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସନ ୧୯୬୪ରେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ଇଂଲଣ୍ଡରେ ଏହାର ୩ମାସର ଔଷଧ ଖର୍ଚ୍ଚ ପ୍ରାୟ ୨.୭୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୫ରୁ ୫୦ ଆମେରିକୀୟ ଡଲାର ।[] ଅନେକ ପ୍ରକାରର ବ୍ରାଣ୍ଡ ନାମରେ ଏହା ବିକ୍ରୟ ହୁଏ []

    1. 1 2 3 "Ethinyl estradiol and norethindrone (HRT) medical facts from Drugs.com". www.drugs.com. Retrieved 23 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. p. 365. ISBN 9789241547659. Retrieved 8 December 2016.
    3. 1 2 3 "Brevinor Tablets - Summary of Product Characteristics (SPC) - (eMC)". www.medicines.org.uk. Retrieved 23 December 2016.
    4. "Estrogen-Progestin Combinations". The American Society of Health-System Pharmacists. Retrieved 8 December 2016.
    5. Haussman, Melissa (2013). Reproductive Rights and the State: Getting the Birth Control, RU-486, Morning-after Pills and the Gardasil Vaccine to the U.S. Market (in ଇଂରାଜୀ). ABC-CLIO. p. 72. ISBN 9780313398223.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 353. ISBN 9781284057560.
    8. British national formulary : BNF 69 (69 ed.). British Medical Association. 2015. p. 552. ISBN 9780857111562.
    9. "Alyacen 1/35 (birth control) medical facts from Drugs.com". www.drugs.com.