ଉର୍ବଶୀ ଯୋଶୀ

ଉଇକିପିଡ଼ିଆ‌ରୁ

ଉର୍ବଶୀ ଯୋଶୀ ଅନେକ ପୁରୁଣା ଓଡ଼ିଆ କଥାଚିତ୍ର ଓ ଆକାଶବାଣୀ କଟକର ବେତାର ନାଟକରେ[୧] ଅଭିନୟ କରିଥିଲେ[୨]ଶ୍ରୀଲୋକନାଥ (୧୯୬୦) କଥାଚିତ୍ରର ଏକ ଲୋକପ୍ରିୟ ଗୀତ ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯାରେ ତାଙ୍କ ଅଭିନୟ ମନ ଛୁଆଁଣିଆଁ। ସେହିପରି ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)ର ଶୁଆ ଥଣ୍ଟ ନାଲି ଗୀତରେ ତାଙ୍କ ନୃତ୍ୟ ମନ ମତାଣିଆଁ। ତାଛଡ଼ା ନବଜନ୍ମ (୧୯୬୫) ଓ ବନ୍ଧନ (୧୯୬୯ର ସିନେମା) ଆଦି ଅନ୍ୟ କତେକ ଛବିରେ ମଧ୍ୟ ସେ ନିଜ କୁଶଳତାର ଛାପ ଛାଡ଼ି ଯାଇଛନ୍ତି।