ଉର୍ଦ୍ଦୁ ଲାଇବ୍ରେରୀ
ଉର୍ଦ୍ଦୁ ଲାଇବ୍ରେରୀ | |
---|---|
اڑیسہ اردو کی اڑیسہ | |
ଦେଶ | ଭାରତ |
ପ୍ରକାର | ସର୍ବସାଧାରଣ ପାଠାଗାର |
ସ୍ଥାପିତ | ୧୯୭୦ |
ବିଘଟନ | ୨୦୦୯ |
ଅବସ୍ଥାନ | କଟକ |
ଉର୍ଦ୍ଦୁ ଲାଇବ୍ରେରୀ ବା ଉର୍ଦ୍ଦୁ ପାଠାଗାର ଏକ ଭାରତୀୟ ପାଠାଗାର ଥିଲା । ଏହା ଓଡ଼ିଶାର କଟକସ୍ଥିତ ବକ୍ସି ବଜାରଠାରେ ଅବସ୍ଥିତ । ପାଠାଗାରଟି ୧୯୭୦ ମସିହାରେ ଏକ ଅଣ-ଲାଭକାରୀ ଟ୍ରଷ୍ଟ ଭାବରେ ଅବସ୍ଥାପିତ ହୋଇଥିଲା । ଏଠାରେ ଉର୍ଦ୍ଦୁ ସମେତ ଓଡ଼ିଆ ଓ ଇଂରାଜୀରେ ପୁସ୍ତକ ଓ ଅନ୍ୟାନ୍ୟ ପ୍ରକାଶନ ବିଶେଷ କରି ଐତିହାସିକ ପ୍ରକାଶନସବୁ ରହିଛି । ଉର୍ଦ୍ଦୁ ଭାଷାରେ ରଚିତ ଖ୍ୟାତନାମା ଲେଖକମାନଙ୍କର ରଚନାବଳୀ, ଫକୀରମୋହନ ସେନାପତି ଓ ଅନ୍ୟାନ୍ୟ ପ୍ରମୁଖ ଓଡ଼ିଆ ଲେଖକମାନଙ୍କ ରଚନା ସମେତ ପ୍ରାୟ ୧୦ ହଜାର ପୁସ୍ତକ ଏଠାରେ ସଂରକ୍ଷିତ । ଏହି ପାଠାଗାରଟି ଅଧୁନା ଅର୍ଥାଭାବରୁ ଅବହେଳିତ ଓ ପାଠକମାନେ ଏଠାକୁ ପଢ଼ିବା ନିମନ୍ତେ ଆସନ୍ତି ନାହିଁ । ପାଠାଗାରରେ ବହିଗୁଡ଼ିକ ସଂରକ୍ଷିତ । ୨୦୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ୯ ବର୍ଷ ଧରି ବନ୍ଦ ରହିଥିଲା ଓ କଟକ ମହାନଗର ନିଗମ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ପାଠାଗାରଟି ପ୍ରଥମେ ବ୍ୟକ୍ତିଗତ ମାଲିକାନାରେ ଥିଲା ଓ ପରେ କଟକ ମହାନଗର ନିଗମକୁ ଦାନ ସୂତ୍ରରେ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ଥିବା ବେଳେ ଦୈନିକ ୨୦୦ରୁ ଅଧିକ ପାଠକ ଏଠାକୁ ପଢ଼ିବା ପାଇଁ ଆସୁଥିଲେ । ରକ୍ଷଣାବେକ୍ଷଣା ଅଭାବରୁ ୨୦୧୩ ମସିହା ସୁଦ୍ଧା ଏହା ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁପଯୋଗୀ ହୋଇଯାଇଥିଲା ଓ କଟକ ମହାନଗର ନିଗମ ଏହାକୁ ବିପଦସଂକୁଳ ଘୋଷଣା କରିଥିଲା ।[୧][୨]
ଇତିହାସ
[ସମ୍ପାଦନା]ଉର୍ଦ୍ଦୁ ଲାଇବ୍ରେରୀର ନାମଫଳକରେ ଉଲ୍ଲେଖ ରହିଛି ଯେ ୧୯୭୦ ମସିହାରେ ଅବସରପ୍ରାପ୍ତ ରାଜସ୍ୱ ପ୍ରଶାସକ ମଇଉଦ୍ଦିନ ଅହମଦଙ୍କ ଉଦ୍ୟମ ଓ ବ୍ୟକ୍ତିଗତ ଅନୁଦାନ ତଥା ତିନୋଟି ଆନୁଷ୍ଠାନିକ ସ୍ରୋତ ଓ ତାଙ୍କ ସମେତ ଦୁଇଟି ବ୍ୟକ୍ତିଗତ ସ୍ରୋତରୁ ପ୍ରତ୍ଯେକ ୧୦,୦୦୦ ଟଙ୍କା ଅନୁଦାନ ଭାବରେ ଓ ଅନ୍ୟାନ୍ୟ ଆର୍ଥିକ ଅନୁଦାନରୁ ଆରମ୍ଭ ହୋଇଥିଲା । ଅହମଦ ଓ ରାଧାନାଥ ରଥ ଥିଲେ ଦୁଇଜଣ ଅନୁଦାନକାରୀ ବ୍ୟକ୍ତି ଏବଂ ଓଡ଼ିଶା ୱାକଫ ବୋର୍ଡ଼, ଓଡ଼ିଶା ସରକାର ଏବଂ ଭାରତ ସରକାର ଥିଲେ ଆନୁଷ୍ଠାନିକ ଅନୁଦାନକାରୀ ।[୧]
ଗ୍ୟାଲେରୀ
[ସମ୍ପାଦନା]-
ଉର୍ଦ୍ଦୁ ଲାଇବ୍ରେରୀର ଏକ ଅବହେଳିତ କୋଠରୀ
-
ପାଠାଗାରରେ ଥିବା ପୁସ୍ତକ ଆଲମାରୀ
-
ପାଠାଗାରରେ ସାଇତାଥିବା ପୁସ୍ତକ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ପୁନରୁଦ୍ଧାର ହେବ ଉର୍ଦ୍ଦୁ ପାଠାଗାର". ଧରିତ୍ରୀ. Archived from the original on 2022-10-16. Retrieved 16 September 2022.
{{cite news}}
:|archive-date=
/|archive-url=
timestamp mismatch; 2022-09-16 suggested (help) - ↑ "ଅବହେଳିତ ଉର୍ଦ୍ଦୁ ପାଠାଗାର: ନିଗମକୁ ଆସିପାରୁନି ମାଲିକାନା ସ୍ୱତ୍ୱ". ସମାଜ. 16 September 2022.