Jump to content

ଉମାଶଙ୍କର ମିଶ୍ର

ଉଇକିପିଡ଼ିଆ‌ରୁ
(Umashankar Mishraରୁ ଲେଉଟି ଆସିଛି)
ଉମାଶଙ୍କର ମିଶ୍ର
ଜନ୍ମ
ଉମାଶଙ୍କର ମିଶ୍ର

(1937-11-28)୨୮ ନଭେମ୍ବର ୧୯୩୭
ରାମଚନ୍ଦ୍ରପୁର,ରଣପୁର, ନୟାଗଡ଼
ମୃତ୍ୟୁ୨ ନଭେମ୍ବର ୨୦୧୭(2017-11-02) (ବୟସ ୭୯)
ଭୁବନେଶ୍ୱର
ବୃତ୍ତିପ୍ରଶାସକ
ବୈବାହିକ-ସାଥୀସ୍ନେହପ୍ରଭା
ସନ୍ତାନଅନିନ୍ଦ୍ୟ, ଅଚିନ୍ତ୍ୟ
ପିତାମାତା(s)ଚଣ୍ଡେଶ୍ୱର ମିଶ୍ର, ଚଞ୍ଚଳା କୁମାରୀ ଦେବୀ

ଉମାଶଙ୍କର ମିଶ୍ର(୨୮ ନଭେମ୍ବର ୧୯୩୭-୦୨ ନଭେମ୍ବର ୨୦୧୭), ଜଣେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[] ସେ ଶତାଧିକ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ଓ ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ବୃତ୍ତିରେ ସେ ଥିଲେ ଓଡ଼ିଶା ସରକାରଙ୍କ ଅଧିନରେ ପ୍ରଶାସକ ଓ ୧୯୯୫ ମସିହାରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ସେବାନିବୃତ ହୋଇଥିଲେ ।

ଉମାଶଙ୍କର ୧୯୩୭ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁରସ୍ଥିତ ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚଣ୍ଡେଶ୍ୱର ମିଶ୍ର ଓ ମାତାଙ୍କ ନାମ ଚଞ୍ଚଳା କୁମାରୀ ଦେବୀ ଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ରେଭେନ୍ସାରେ ପଢ଼ିବା ସମୟରେ ସେ ପଶ୍ଚିମ ଛାତ୍ରାବାସର ମୁଖପତ୍ର ଉର୍ମି ଓ ଇଣ୍ଡିଆନ୍‌ ଷ୍ଟୁଡେଣ୍ଟସ ପତ୍ରିକା ଆଗାମୀର ସମ୍ପାଦକ ଥିଲେ ।[]

ସାରସ୍ୱତ କୃତି

[ସମ୍ପାଦନା]
  • ଉମାଶଙ୍କର ମିଶ୍ରଙ୍କ କାହାଣୀ ସ୍ତବକ
  • ଶ୍ୱେତ ଅନୃତ, ତ୍ରିଶଙ୍କୁ
  • ନୂଆ ଶତାବ୍ଦୀର ଫଗୁଣ
  • ବୋହୂବୋହୂକା
  • ମୋକ୍ଷଚକ୍ର[]
  • ବିଚକ୍ଷଣାରେ
  • କାନ୍ତବିନା
  • ଆକାଶ ନାବିକ
  • ପ୍ରବାଦ ସୁନ୍ଦରୀ
  • ଶୂନ୍ୟବାଣୀ
  • ଓଲଟ ବୃକ୍ଷ
  • ଭଗବାନଙ୍କ ଘର[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର - ୧୯୮୭(ବୋହୂବୋହୂକା ଗଳ୍ପ ସଂକଳନ ପାଇଁ)
  1. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
  2. http://sambad.in/state/umashankar-mishra-passes-away-20530/
  3. National Book Trust (1993*). Books recommended for translation. National Book Trust, India. {{cite book}}: Check date values in: |date= (help)
  4. http://www.dharitri.com/main/news/9086