ଉପେନ୍ଦ୍ର ମହାନ୍ତି

ଉଇକିପିଡ଼ିଆ‌ରୁ
ଉପେନ୍ଦ୍ର ମହାନ୍ତି
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀମୋହନ ଦାସ, ଭରତ ଦାସ
ପର ଅଧିକାରୀଗତିକୃଷ୍ଣ ସ୍ୱାଇଁ
ନିର୍ବାଚନ ମଣ୍ଡଳୀକାକଟପୁର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀମୋହନ ଦାସ, ଭରତ ଦାସ
ନିର୍ବାଚନ ମଣ୍ଡଳୀକାକଟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-07-10)୧୦ ଜୁଲାଇ ୧୯୨୪
ମୃତ୍ୟୁ୫ ଅଗଷ୍ଟ ୨୦୦୯(2009-08-05) (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସ୍ୱର୍ଣ୍ଣଲତା ମହାନ୍ତି
ବାପା/ବୋଉପ୍ରଭାକର ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଉପେନ୍ଦ୍ର ମହାନ୍ତି (୧୦ ଜୁଲାଇ ୧୯୨୪ - ୫ ଅଗଷ୍ଟ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉପେନ୍ଦ୍ର ମହାନ୍ତି ୧୯୨୪ ମସିହାର ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାକର ମହାନ୍ତି ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣଲତା ମହାନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଉପେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଉପେନ୍ଦ୍ର ୨୦୦୯ ମସିହାର ଅଗଷ୍ଟ ୫ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Upendra Mohanty". odishaassembly.nic.in. Odisha Assembly. Retrieved 17 March 2021.