ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୬

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆମ ଆଗରେ ଥିବା ଅସୁବିଧା/ଆହ୍ୱାନ[ସମ୍ପାଦନା]

ତଳେ ଖୁବ ସଂକ୍ଷେପରେ ଆପଣଙ୍କ ଆଖିରେ ପଡୁଥିବା ଅସୁବିଧା/ଆହ୍ୱାନ କିଛି ନିର୍ଦ୍ଦିଷ୍ଟ ଭାବେ ଲେଖନ୍ତୁ । ଏସବୁ ଜୁଲାଇ ୭-୮ରେ ଆଲୋଚନା କରାଯିବ ।

ସମୂହ (କମ୍ୟୁନିଟି)[ସମ୍ପାଦନା]

ଯଥା: ଅନେକ ନୂଆ ଉଇକିଆଳିଙ୍କୁ ଚାଟସଭା ବାହାରେ ସାହାଯ୍ୟ କରାଯାଇପାରିବ କିନ୍ତୁ ଆମ ପାଖରେ ସେତେ ବେଶୀ ସାଧନ ନାହିଁ

  • (ଫେସବୁକ ଚାଟ ଆଲୋଚନାରୁ) ନୂଆ-ପୁରୁଣା ଉଇକିଆଳିଙ୍କ ଭିତରେ ଯୋଗାଯୋଗ କମିକମିଯାଉଛି ।
  • (ଫେସବୁକ ଚାଟ ଆଲୋଚନାରୁ) ମେଳଣ/ସଭା ଆଦି ହେବା ବେଳେ ତାରିଖ ସ୍ଥିର କରିବା ପାଇଁ ସମସ୍ତଙ୍କ ମତ ନିଆଯିବା ଉଚିତ ।
  • (ଫେସବୁକ ଚାଟ ଆଲୋଚନାରୁ) ନୂଆ ଓ ପୁରୁଣା ଉଇକିଆଳି ଯାହା ମଧ୍ୟ କିଛି ନୂଆ କିମ୍ବା ଭଲ କାମ କରୁଛନ୍ତି ତାହାକୁ ସୋସିଆଲ ସାଇଟିରେ ସେୟାର କରାଯାଉ ।--Aliva Sahoo (ମୋ ଆଲୋଚନା) ୧୦:୫୬, ୩ ଜୁଲାଇ ୨୦୧୮ (IST)[reply]
  • ସୋସିଆଲ ମିଡ଼ିଆରେ ସେୟାର କରିଲେ, ଅଧିକାଂଶ ଲୋକ ସେ ପ୍ରସଙ୍ଗଟି ଗଢ଼ାହେଲା ବୋଲି ଜାଣିବେ ଏବଂ ତାକୁ ତିଆରି କରୁଥିବା କିମ୍ବା ତାକୁ ଉନ୍ନତ କରୁଥିବା ବ୍ୟବ‌ହାରକାରୀଙ୍କ ବିଷୟରେ ଜାଣିବେ, ଫଳରେ କେହି ବି ଆକୃଷ୍ଟ ହୋଇ ସ‌ହଯୋଗର ହାତ ବଢ଼ାଇବାକୁ ନିଜେ କିଛି ସୁଧାରିବାରେ ସାହାଯ୍ୟ କରିବେ । ଏହା ଛଡ଼ା ଯଦି କୌଣସି ନୂଆ ଉଇକିଆଳୀ ଗୋଟିଏ ନୂଆ ପ୍ରସଙ୍ଗ ଗଢ଼ୁଛନ୍ତି କିମ୍ବା କୌଣସି ପ୍ରସଙ୍ଗରେ ସେମିତି କିଛି ଆଖିଦୃଶିଆ କାମ କରୁଛନ୍ତି, ତାକୁ କାମକୁ ମଧ୍ୟ ଆମେ ସେୟାର କଲେ, ହୁଏତ ଆଉ କେହି ସେମିତି ଆସିପାରିବେ ।-ଗପୁ (ମୋ ଆଲୋଚନା) ୧୪:୩୪, ୨ ଜୁଲାଇ ୨୦୧୮ (IST)[reply]

ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ[ସମ୍ପାଦନା]

ଯଥା: ନୂଆ ଉଇକିପ୍ରକଳ୍ପ ଆରମ୍ଭ କରିବା ଯେତିକି ଜରୁରୀ ପୁରୁଣାଗୁଡ଼ିକ ଏକ ଶେଷ ସ୍ତରକୁ ଆଣିବା ସେତିକି ଜରୁରୀ

  • ଆଧାର ନଥିବା ବା ଯଥେଷ୍ଟ ନଥିବା ପ୍ରସଙ୍ଗରେ ଆଧାର ଯୋଡ଼ିବା । ଏହା ଆମର ପ୍ରଥମ କାମ ହେବା ଦରକାର ବୋଲି ମୁଁ ଭାବୁଛି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୪, ୨ ଜୁଲାଇ ୨୦୧୮ (IST)[reply]
  • ବନାନ ଭୁଲ ଥିବା ପ୍ରସଙ୍ଗକୁ ଚିହ୍ନିତ କରାଯାଇ, ସୁଧାରିବାକୁ ଚେଷ୍ଟା କରିବା । ବହୁତ ଅସୁବିଧା ଥିଲେ, ଲିଭେଇବା ଦିଗରେ ଚିନ୍ତା କରିବା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୪, ୨ ଜୁଲାଇ ୨୦୧୮ (IST)[reply]
  • ଓଡ଼ିଶା ସମ୍ବନ୍ଧିୟ ପ୍ରସଙ୍ଗ ଉପରେ ବେଶି ଧ୍ୟାନ ଦିଆଯିବା ଉଚିତ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୪, ୨ ଜୁଲାଇ ୨୦୧୮ (IST)[reply]
  • ଆମେ ବାହାର ପ୍ରସଙ୍ଗକୁ ଅଧିକ ଧ୍ୟାନ ନ ଦେଇ ଆଞ୍ଚଳିକ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେବା, କିନ୍ତୁ ସେ ବିଷୟରେ ଆବଶ୍ୟକ ଅନୁସାରେ ଆଧାର ଇଣ୍ଟରନେଟରେ ଉପଲବ୍ଧ ନ ଥିବାରୁ କିମ୍ବା ସ୍ୱଳ୍ପ ଆଧାର ବିଶିଷ୍ଟ ଲେଖା ହେଉଥିବାରୁ ବେଳେବେଳେ ଲିଭାଇ ଦିଆଯାଉଛି । ହୁଏତ ଏହି କାରଣରୁ କେବେ କେବେ ମତାନ୍ତର ମଧ୍ୟ ହେଉଛି । ତେଣୁ ଆମକୁ ଆମ କମୁନିଟିର ଏକ ସ୍ୱତନ୍ତ୍ର ନିୟମ କରିବାକୁ ପଡ଼ିବ । ଯେଉଁଥିରେ ଆମେ କେଉଁ ପ୍ରସଙ୍ଗ‌ଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବା, ତା'ର ଯଥାସମ୍ଭବ ତାଲିକା କରିବା ଏବଂ ଆଧାର ନ ଥିଲେ ତାକୁ ନ ଲିଭାଇ କେମିତି ଆଧାର ଯୋଡ଼ିବାରେ ସାହାଯ୍ୟ କରିବା ସେ ପ୍ରତି ଅଧିକ ଧ୍ୟାନ ଦେବା । ଯଦି ଆପଣ କୌଣସି ବିଷୟରେ ଆଧାରଟିଏ ପାଉଛନ୍ତି, ତେବେ ତାକୁ ନିଜେ ଯୋଡ଼ିଦେବାକୁ ଅନୁରୋଧ । ସେଇଥିପାଇଁ Citoidକୁ ସଚଳ କରିବାର ପ୍ରସ୍ତାବ ମଧ୍ୟ ରଖାଯାଇଛି । ଜଣେ ଅନ୍ୟଜଣଙ୍କର କାମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବା ଆବଶ୍ୟକ, ଫଳରେ ଆମେ ବି ଦିନେ ଅନେକ ଉତ୍କୃଷ୍ଟ ପ୍ରସଙ୍ଗ ପାଇପାରିବା ।--ଗପୁ (ମୋ ଆଲୋଚନା) ୧୪:୩୧, ୨ ଜୁଲାଇ ୨୦୧୮ (IST)[reply]
  • ଯଦିଓ ଇଉକିପିଡ଼ିଆରେ ପୃଷ୍ଠା ସଂଖ୍ୟା ଅନେକ, ବହୁତ ପୃଷ୍ଠାରେ ବିଶେଷ କିଛି ତଥ୍ୟ ନାହିଁ, ଉଦାହରଣ ସ୍ୱରୂପ ବଟ ବ୍ୟବହାର କରି ଗଢାଯାଇଥିବା ଲେଖା, ଜିଲ୍ଲା, ବର୍ଷ ଇତ୍ୟାଦି । ନୂଆ ପ୍ରସଙ୍ଗ ଗଢ଼ିବା ସହ ଏହି ସବୁ ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରିବା ମଧ୍ୟ ନିହାତି ଆବଶ୍ୟକ । --ବିକାଶ ଓଝା (ମୋ ଆଲୋଚନା) ୧୦:୪୬, ୩ ଜୁଲାଇ ୨୦୧୮ (IST)[reply]
  • ନୂଆ ପ୍ରସଙ୍ଗ ଗଢିବା ବ୍ୟତୀତ ଅଧାଗଢା ପ୍ରସଙ୍ଗକୁ ସମ୍ପୂର୍ଣ୍ଣ କରିବା ଆବଶ୍ୟକ --Aliva Sahoo (ମୋ ଆଲୋଚନା) ୧୦:୫୮, ୩ ଜୁଲାଇ ୨୦୧୮ (IST)[reply]
  • ଆମକୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ୨/୩ ଜଣ ଉଇକିଆଳିଙ୍କୁ ଦାୟିତ୍ୱ ଦେବାକୁ/ନେବାକୁ ହେବ ତାହେଲେ ଯାଇ ଆମର ଅଧାଗଢ଼ା ବା ଆଧାର/ତ‌ଥ୍ୟ ନଥିବା ପ୍ରସଙ୍ଗ ସବୁ ପୂରା ହେଇପାରିବ । ଉଦାହରଣ: ଜଣେ ଉଇକିଆଳିର ଦାୟିତ୍ୱ ହେଲା ପ୍ରତ୍ୟେକ ବ‌ହି ଉଇକିପାଠାଗାରରେ ଟାଇପ ହେଲାପରେ ତାକୁ ସଂଶୋଧନ କରିବା ବା ସେଇଟା ସଂଶୋଧନ କରିବା ପାଇଁ ଅନ୍ୟ ଇଚ୍ଛୁକ ଉଇକିଆଳିଙ୍କୁ ସୂଚିତ କରିବା । ଆଉ କିଏ ଇଚ୍ଛାକଲେ ସେହି ବ‌ହିଗୁଡ଼ିକର ସୂଚୀ ତିଆରି କରି ରଖିପାରିବ । ଏହିଥର ଏହି ବିଷୟରେ ଟିକେ ଆଲୋଚନା କରନ୍ତୁ । ଦାୟିତ୍ୱ ନେବା ଉଇକିଆଳିଙ୍କୁ ଏହିକାମ କରିବାପାଇଁ ଆବଶ୍ୟକୀୟ ଟ୍ରେନିଙ୍ଗ ଦିଆଯାଉ ତାହେଲେ ଯାଇ ଆମେ କିଛି ପରିଣାମ ପାଇପାରିବା, ଅଧାଗଢ଼ା ବିଷୟ ସବୁ ପୂର୍ଣ୍ଣ କରିପାରିବା ଓ ଅନାବଶ୍ୟକ ପ୍ରକଳ୍ପ ଗୁଡ଼ିକୁ ଲିଭେଇଦେବା ।
  • ଉଇକିପାଠାଗାର ପାଇଁ ଉଇକିପିଡ଼ିଆ ଭଳି ଗୋଟିଏ ଶିକ୍ଷଣ ତିଆରିକରିବା ଆବଶ୍ୟକ । --Pmsarangi (ମୋ ଆଲୋଚନା) ୧୨:୨୪, ୩ ଜୁଲାଇ ୨୦୧୮ (IST)[reply]

ବୈଷୟିକ (ଟେକନିକାଲ)[ସମ୍ପାଦନା]

ଯଥା: ଆଲୋଚନା ସଭାରେ ଆଲୋଚନା ମୋବାଇଲରେ ପଢ଼ିବା ଆଉ ତା'ର ଉତ୍ତର ଦେବାରେ ଅସୁବିଧା ହେଉଛି

  • ଓଡ଼ିଆ ଉଇକିପିଡ଼ିଆରେ ଅବଶ୍ୟ ମୋର ପୂର୍ବରୁ କିଛି ସେମିତି ଅସୁବିଧା ହେଉଥିଲା, କିନ୍ତୁ ଏବେ ଆଉ ସେମିତି କିଛି ବିଷୟରେ ମୋର ଅବିଜ୍ଞତା ନାହିଁ । କିନ୍ତୁ ଉଇକିପାଠାଗାରରେ ସେମିତି ଟିକି ଅଛି, ତାହା ବିଷୟରେ ପୂର୍ବରୁ ମୁଁ କ‌ହିଥିଲି, କିନ୍ତୁ ଆମେ ତାକୁ ଠିକ କରିପାରିନେ, ସେ ବିଷୟରେ ଟିକେ ଆଲୋଚନା କରିବା ।-ଗପୁ (ମୋ ଆଲୋଚନା) ୧୪:୩୯, ୨ ଜୁଲାଇ ୨୦୧୮ (IST)[reply]
  • ଉଇକି କମନ୍ସ ରେ କିଛି ନୂତନ ପୁସ୍ତକ ଅପଲୋଡ଼ ହେଲା ପରେ କିପରି ଉଇକିପାଠାଗାର ରେ ମିଳିପାରିବ ତା'ସମ୍ବନ୍ଧରେ କିଛି ସୂଚନା । ମାନେ କିଛି ନୂତନ ବିଷୟରେ ଲେଖିବାକୁ ହେଲେ କେମିତି ଜାଣିବା ଯେ, କୋଉ ପୁସ୍ତକ ବାବଦରେ ଲେଖିବାର ଅଛି ।--Aliva Sahoo (ମୋ ଆଲୋଚନା) ୧୧:୦୧, ୩ ଜୁଲାଇ ୨୦୧୮ (IST)[reply]

ନୀତି ଓ ଆଇନଗତ[ସମ୍ପାଦନା]

ଯଥା: ଖବରକାଗଜରେ ପ୍ରକାଶିତ ଫଟୋ ଉଇକିପିଡ଼ିଆରେ ଦିଆଯାଇପାରିବ କି?

  • ଯଦି ସେ ଫଟୋର ମୂଳ ଫଟୋ ଆମେ ପାଇପାରିବା ତାହା ଭଲ । ଯଦି ନ ହେଇ ପାରିଲା, ତାକୁ ଆମେ ଚିତ୍ରାଙ୍କନ କରି ମଧ୍ୟ ରଖିପାରିବା । ଏହି ଉପରେ ଗୋଟିଏ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି, ଯଦି କେହି ଆବେଦନ କରିଛନ୍ତି, ତେବେ ତାହା ତାଙ୍କୁ ଭଲ ସାହାଯ୍ୟ କରିବ । ଆଉ ଯଦି ସେହିଭଳି କିଛି ଜରୁରୀ ଫଟୋ ଖବରକାଗଜରେ ମିଳେ, ଯାହା ବ୍ୟତୀତ ଆଉ କିଛି ବ୍ୟବ‌ହାର କରାଯାଇପାରିବ ନାହିଁ, ସେତେବେଳେ ତାକୁ ଆମେ ରଖିପାରିବା । (ଏହା କେବଳ ଅତ୍ୟନ୍ତ ଜରୁରୀ ବେଳେ ହିଁ ବ୍ୟବ‌ହାର ହେବ ।)-ଗପୁ (ମୋ ଆଲୋଚନା) ୨୦:୦୧, ୨ ଜୁଲାଇ ୨୦୧୮ (IST)[reply]
  • ଅନେକ ସମୟରେ ପ୍ରଶ୍ନ ଉଠୁଠି କେଉଁଭଳି ପ୍ରସଙ୍ଗ ଆମେ ଉଇକିପଡ଼ିଆରେ ରଖିବା ଏବଂ କେଉଁ ପ୍ରସଙ୍ଗକୁ ରଖିବାନି । ତେବେ ପ୍ରସଙ୍ଗ ରଖିବା ପାଇଁ ଆମର ପ୍ରଥମ ନିୟମ ଥିଲା, ଜଣାଶୁଣା ତ‌ଥା ପରିଚିତ ବ୍ୟକ୍ତିତ୍ୱ ହେଇଥିବେ । ଏହି ପରିଚୟ କେଉଁ ଆଧାରରେ ବଛାଯିବ, ସେ ଉପରେ ଆଲୋଚନା କରି ସ୍ଥିର କରିବା ଭଲ ହେବ, ଫଳରେ କାହାର ୩/୪ ଘଣ୍ଟାର ପରିଶ୍ରମ ବୃଥା ଯିବ ନାହିଁ । ଏହା ବ୍ୟତୀତ ଅନେକ ସମୟରେ ଚଳଚ୍ଚିତ୍ର ପ୍ରସଙ୍ଗ କରିବା ବେଳେ ମଧ୍ୟ ସେମିତି କିଛି ଭରସାଯୋଗ୍ୟ ଆଧାର ମିଳୁନାହିଁ, ତେଣୁ ତାକୁ ଲିଭେଇଦେବାର ପ୍ରସ୍ତାବ ମଧ୍ୟ ଆସୁଛି ଆଉ ସେମିତି ଦେଖିଲେ, ଚଳଚ୍ଚିତ୍ର ଉପରେ କୌଣସି ଭରସାଯୋଗ୍ୟ ଆଧାର ମିଳିବ ବୋଲି କାହିଁ ମୋତେ ଜଣାପଡ଼ୁନି । ତେଣୁ ତା' ଉପରେ ମଧ୍ୟ ଏକ ବିସ୍ତୃତ ଆଲୋଚନା କରିବା ଜରୁରୀ, ଫଳରେ ଆଗକୁ ସେହିଭଳି ଅସୁବିଧା ଉପୁଯିବ ନାହିଁ । ତା'ଛଡ଼ା ନାମକରା ଖବରକାଗଜରେ ବାହାରୁଥିବା ଖବରକୁ ମଧ୍ୟ ଆମେ ବିଶ୍ୱାସନୀୟ ଅଧାର ଭାବରେ ବ୍ୟବ‌ହାର କରିପାରୁନାହେଁ, ତେବେ କାହାକୁ ଆମେ ଆଧାର ଭାବରେ ବ୍ୟବ‌ହାର କରିବା, ସେ ଉପରେ ମଧ୍ୟ ଆଲୋଚନା କରିବା ଆବଶ୍ୟକ ।-ଗପୁ (ମୋ ଆଲୋଚନା) ୧୪:୨୦, ୩ ଜୁଲାଇ ୨୦୧୮ (IST)[reply]