ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୧୯/ସହାୟତା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି

ପ୍ରସଙ୍ଗ Submit କରିବେ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

  • ଫାଉଣ୍ଟେନ ଟୁଲ୍‌ରେ କାହିଁକି ଯୋଡ଼ିବେ?
ଏହି ଗଣ-ସମ୍ପାଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ଏହା ଗ୍ରହଣୀୟ ହେବ କି ନାହିଁ, ତାକୁ ଜୁରୀମାନେ ନିର୍ଦ୍ଧାରଣ କରିବେ ।
ପ୍ରସଙ୍ଗ ଗ୍ରହଣୀୟ ହେବାପାଇଁ ଥିବା ନିୟମ ବିଷୟରେ ଆମର ନିୟମାବଳୀ ପୃଷ୍ଠା ଦେଖିପାରିବେ ।
  • କେଉଁମାନେ ଜୁରୀ ହୋଇପାରିବେ?
ପୁରୁଖା ଉଇକିଆଳୀମାନଙ୍କ ମଧ୍ୟରୁ ଜଣେ କି ଦୁଇଜଣଙ୍କୁ ଜୁରୀ ଭାବରେ ବଛାଯାଇଥାଏ, ଯେଉଁମାନେ ଏହିଭଳି ଗଣ-ସମ୍ପାଦନାଗୁଡ଼ିକ ପ୍ରସଙ୍ଗର ନିରୀକ୍ଷଣ କରିଥାନ୍ତି ।
  • ଫାଉଣ୍ଟେନ ଟୁଲ୍ କ'ଣ ପାଇଁ?
ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବାବେଳେ ଦିଆଯାଇଥିବା ସର୍ବନିମ୍ନ ନିୟମ ଅନୁସାରେ ପ୍ରସଙ୍ଗ ନ ଥିଲେ, ଫାଉଣ୍ଟେନ ଲିଙ୍କ୍‌ରେ ଯୋଡ଼ି ହୋଇପାରିବ ନାହିଁ । ଏଥିସ‌ହିତ ବ୍ୟବ‌ହାରକାରୀଙ୍କ ନାମ ଅନୁସାରେ ଗଢ଼ାଯାଇଥିବା ପ୍ରସଙ୍ଗ ତଳକୁ ତଳ ଦେଖାଇବା ସ‌ହିତ ଅନ୍ୟ ଉଇକିମିଡ଼ିଆ କମ୍ୟୁନିଟିର କର୍ଯ୍ୟ ମଧ୍ୟ ସ‌ହଜରେ ଦେଖିହେବ ।

ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଛାଞ୍ଚ ଯୋଡ଼ିବେ[ସମ୍ପାଦନା]

କୌଣସି ଏକ ଗଣ-ସମ୍ପାଦନାରେ ପ୍ରସଙ୍ଗ ତିଆରି ହେଉଥିଲେ, ଏହାର ଆଲୋଚନା ପୃଷ୍ଠାରେ ସେହି ଗଣ-ସମ୍ପାଦନା ବିଷୟରେ ସମ୍ୟକ ସୂଚାନ ପ୍ରଦାନ ସ୍ୱରୂପ ଏକ ଛାଞ୍ଚ ବ୍ୟବହାର କରାଯାଏ, ଫଳରେ ପରବର୍ତ୍ତୀ ସମୟରେ ଯଦି କେହି ସେହି ପ୍ରସଙ୍ଗର ଗଠନ କାଳ ଦେଖିବାକୁ ଆଲୋଚନା ପୃଷ୍ଠା ଦେଖିଥାନ୍ତି, ତେବେ ସେମାନେ ଜାଣିପାରିବେ କି ଏମିତି ଏକ ଗଣ-ସମ୍ପାଦନାର ଆୟୋଜନ ହୋଇଥିଲା ।

ଏହି ଗଣ-ସମ୍ପାଦନାରେ ଗଠିତ ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ {{ଏସିଆ ମାସ ଗଣସମ୍ପାଦନା ୨୦୧୯}} ଛାଞ୍ଚଟି ବ୍ୟବହାର କରିପାରିବେ ।