ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଲିଟେରେଚର୍ ୨୦୨୨

ଉଇକିପିଡ଼ିଆ‌ରୁ
ଉଇକି ଲଭ୍‌ସ୍ ଲିଟେରେଚର୍ ୨୦୨୨

ସାହିତ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଗଢ଼ିବା ଏବଂ ଉନ୍ନତ କରିବା ପାଇଁ ଏହି ପ୍ରକଳ୍ପ

ଉଇକି ଲଭ୍‌ସ୍ ଲିଟେରେଚର୍ ହେଉଛି ଏକ ଗଣ-ସମ୍ପାଦନା, ଯେଉଥିରେ ଉଇକିପିଡ଼ିଆରେ ସାହିତ୍ୟ ସମ୍ବନ୍ଧୀୟ ପ୍ରସଙ୍ଗମାନ ଗଢ଼ାଯିବ କିମ୍ବା ଉନ୍ନତ କରାଯିବ । ଏହି ଗଣସମ୍ପାଦନାଟି ପ୍ରଥମେ ୨୦୨୧ ମସିହାରେ ପଞ୍ଜାବୀ ଉଇକିମିଡ଼ିଆ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସାନ୍ତାଳୀ ଓ ଆସାମୀ ସମେତ ଓଡ଼ିଆ ଉଇକିଆଳୀମାନେ ଯୋଗ ଦେଇଥିଲେ । ଏହି ଗଣ-ସମ୍ପାଦନାରେ ଜଣାଶୁଣା ପୁସ୍ତକ, ସାହିତ୍ୟିକ ତଥା ତତ୍ ସମ୍ବନ୍ଧୀୟ ପ୍ରସଙ୍ଗ ଗଢ଼ିବା ସହିତ ସାହିତ୍ୟ ସମ୍ବନ୍ଧୀୟ ତଥ୍ୟ (ଫଟୋ, ଅଡ଼ିଓ, ଦସ୍ତଖତ, ଇତ୍ୟାଦି‌) କମନ୍ସରେ ଅପ୍‌ଲୋଡ଼୍ କରାଯିବ । ଏହି ଗଣ-ସମ୍ପାଦନାଟି ଯେହେତୁ ଖାଲି ସାହିତ୍ୟ ବିଷୟରେ ହେଉଛି, କେବଳ ଓଡ଼ିଆ ସାହିତ୍ୟ ବିଷୟରେ ଯୋଡ଼ିବା ବାଞ୍ଛନୀୟ ନୁହେ, ଅନ୍ୟ ଭାଷାର ସାହିତ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଆପଣ ନିଜେ ଲେଖିପାରିବେ କିମ୍ବା ଅନୁବାଦ ମଧ୍ୟ କରିପାରିବେ ।

ଏହି ଗଣସମ୍ପାଦନାରେ ସମୁଦାୟ ୫୫ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ ହୋଇଛି ।

ଗଣ-ସମ୍ପାଦନା ଅବଧି[ସମ୍ପାଦନା]

  • ୧ ଜୁଲାଇ ୨୦୨୨ ରୁ ୩୧ ଜୁଲାଇ ୨୦୨୨
  • ପ୍ରସଙ୍ଗଟି ସାହିତ୍ୟ ସମ୍ବନ୍ଧୀୟ ହେବା ଆବଶ୍ୟକ ।
  • ଜଣାଶୁଣା ସାହିତ୍ୟିକ କିମ୍ବା ପୁସ୍ତକ ଉପରେ ପ୍ରସଙ୍ଗ ଗଢ଼ି ହେବ ।
  • ପ୍ରସଙ୍ଗ ଲେଖିବାବେଳେ ଆବଶ୍ୟକୀୟ ଆଧାର ଦେବା ନିତ୍ୟାନ୍ତ ଆବଶ୍ୟକ ।
  • ଆଧାର ଦେବା ସମୟରେ ସଠିକ୍ ନିୟମ ପାଳନ କରିବା ଆବଶ୍ୟକ ଏବଂ ଆଧାରର ରୂପରେଖ ଠିକ୍ ହେବା ନିତ୍ୟାନ୍ତ ଆବଶ୍ୟକ ।
  • ପୂର୍ବରୁ ଲେଖାଥିବା ପ୍ରସଙ୍ଗକୁ ଉନ୍ନତ କରାଯାଇପାରିବ, ମାତ୍ର ଉନ୍ନତ କରୁଥିବା ପ୍ରସଙ୍ଗଗୁଡ଼ିକ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ା ଯାଇପାରିବ ନାହିଁ, ତାକୁ ଏହି ପ୍ରକଳ୍ପ ପୃଷ୍ଠାରେ ହିଁ ଯୋଡ଼ାଯିବ ।
  • ନିର୍ଦ୍ଧାରିତ ସମୟ ଅବଧି ଭିତରେ ହିଁ ଗଢ଼ାଯାଇଥିବା କିମ୍ବା ଉନ୍ନତ ହୋଇଥିବା ପ୍ରସଙ୍ଗଗୁଡ଼ିକ ଏହି ଗଣ-ସମ୍ପାଦନାରେ ଅନ୍ତର୍ଭୁକ୍ତ ହେବ ।

ପୁରସ୍କାର[ସମ୍ପାଦନା]

ଏହି ଗଣ-ସମ୍ପାଦନାର ଶ୍ରେଷ୍ଠ ୩ ପ୍ରତିଯୋଗୀମାନଙ୍କୁ ପୁରୁସ୍କାର ପ୍ରଦାନ କରାଯିବା ସହିତ ଭବିଷ୍ୟତରେ ଭାଗ ନେଇଥିବା ଚାରୋଟି ଗୋଷ୍ଠୀର ଶ୍ରେଷ୍ଠ କେତେଜଣ ଉଇକିଆଳୀଙ୍କୁ ନେଇ ଏକ ଛୋଟ କର୍ମଶାଳାର* ଯୋଜନା କରାଯାଉଛି ।

  • ଏହି କର୍ମଶାଳା ବିଷୟରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ, କେବଳ ମାତ୍ର ଯୋଜନା ଚାଲିଛି ।

ଫାଉଣ୍ଟେନ୍ ଟୁଲ୍[ସମ୍ପାଦନା]

ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ନ୍ତୁ ।

ଅଂଶଗ୍ରହଣକାରୀ[ସମ୍ପାଦନା]

  1. ଗପୁ (ମୋ ଆଲୋଚନା) ୧୯:୫୫, ୧୩ ଜୁନ ୨୦୨୨ (IST)[reply]
  2. Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୩୧, ୧୪ ଜୁନ ୨୦୨୨ (IST)[reply]
  3. --ସୁଭ (ଆଳାପ) ୦୩:୧୩, ୨୯ ଜୁନ ୨୦୨୨ (IST)[reply]
  4. --Aliva Sahoo (ମୋ ଆଲୋଚନା) ୨୨:୦୨, ୨୯ ଜୁନ ୨୦୨୨ (IST)[reply]
  5. --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୨୨, ୨ ଜୁଲାଇ ୨୦୨୨ (IST)[reply]
  6. ସୌମେନ୍ଦ୍ର (ମୋ ଆଲୋଚନା) ୨୩:୩୮, ୪ ଜୁଲାଇ ୨୦୨୨ (IST)[reply]

ଫଳାଫଳ[ସମ୍ପାଦନା]

ଏହି ଗଣ-ସମ୍ପାଦନାରେ ୪ ଜଣ ବ୍ୟବହାରକାରୀ ଭାଗ ନେଇଥିବାବେଳେ ସମୁଦାୟ ୫୫ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ଅଲିଭା ସାହୁ ସର୍ବାଧିକ ୨୫ଟି ପ୍ରସଙ୍ଗ ଲେଖିଥିବାବେଳେ ସଂଗ୍ରାମ କେଶରୀ ସେନାପତି ୨୦ଟି, ପ୍ରିତିରଞ୍ଜନ ତ୍ରିପାଠୀ ୮ଟି ଓ ସୁଭାସିସ ପାଣିଗ୍ରାହୀ ୨ଟି ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।