ଇୟାଜୁଦ୍ଦିନ ଅହମ୍ମଦ
ଇୟାଜୁଦ୍ଦିନ ଅହମ୍ମଦ | |
---|---|
ইয়াজউদ্দিন আহম্মেদ | |
13th President of Bangladesh | |
କାର୍ଯ୍ୟକାଳ 6 September 2002 – 12 February 2009 | |
ପ୍ରଧାନ ମନ୍ତ୍ରୀ | Khaleda Zia Himself (chief adviser ) Fazlul Haque (chief adviser) Fakhruddin Ahmed (chief adviser) ଶେଖ ହସିନା |
ପୂର୍ବ ଅଧିକାରୀ | Muhammad Jamiruddin Sircar (Acting) |
ପର ଅଧିକାରୀ | Zillur Rahman |
3rd Chief Adviser of Bangladesh | |
କାର୍ଯ୍ୟକାଳ 29 October 2006 – 11 January 2007 | |
ରାଷ୍ଟ୍ରପତି | Himself |
ପୂର୍ବ ଅଧିକାରୀ | Khaleda Zia (as Prime Minister) |
ପର ଅଧିକାରୀ | Fazlul Haque |
6th Chairman of the Bangladesh Public Service Commission | |
କାର୍ଯ୍ୟକାଳ 14 September 1991 – 31 January 1993 | |
Appointed by | ମହମ୍ମଦ ଶାହାବୁଦ୍ଦିନ |
ରାଷ୍ଟ୍ରପତି | ଶାହାବୁଦ୍ଦିନ ଅହମ୍ମଦ Abdur Rahman Biswas |
ପୂର୍ବ ଅଧିକାରୀ | S. M. Al Hussaini |
ପର ଅଧିକାରୀ | S. M. A. Foyaz |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Bikrampur, Bengal, British India | ୧ ଫେବୃଆରୀ ୧୯୩୧
ମୃତ୍ୟୁ | ୧୦ ଡିସେମ୍ବର ୨୦୧୨ ବ୍ୟାଙ୍କକ, ଥାଇଲାଣ୍ଡ | (ବୟସ ୮୧)
ସମାଧି ସ୍ଥଳ | Banani Graveyard |
ରାଜନୀତିକ ଦଳ | Independent |
ଜୀବନ ସାଥୀ | Anwara Begum[୧] |
ସନ୍ତାନ | ସୁଜାନ ଅହମଦ, ଆଦାମ ଅହମଦ[୨] and Imtiaz Ahmed (Babu) (adopted)[୩] |
ଶିକ୍ଷାନୁଷ୍ଠାନ | University of Dhaka University of Wisconsin–Madison |
ଇୟାଜୁଦ୍ଦିନ ଅହମ୍ମଦ (୧ ଫେବୃଆରୀ ୧୯୩୧- ୧୦ ଡିସେମ୍ବର ୨୦୧୨) ୬ ସେପ୍ଟେମ୍ବର ୨୦୦୨ ରୁ ୧୨ ଫେବୃଆରୀ ୨୦୦୯ ପର୍ଯ୍ୟନ୍ତ ବାଂଲାଦେଶର ରାଷ୍ଟ୍ରପତି ଥିଲେ । ଅକ୍ଟୋବର ୨୦୦୬ରୁ ଜାନୁୟାରୀ ୨୦୦୭ ପର୍ଯ୍ୟନ୍ତ ସେ ତତକାଳୀନ ତତ୍ତ୍ଵବଧାରକ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]
ମୃତ୍ତିକା ବିଜ୍ଞାନରେ ଡକ୍ଟରେଟ୍ ଉପାଧୀ ସହିତ ଅହମ୍ମଦ ଢାକା ବିଶ୍ୱବିଦ୍ୟାଳୟର ସ୍ଥାୟୀ ପ୍ରଫେସର ତଥା ବିଭାଗର ଅଧ୍ୟକ୍ଷ ଥିଲେ । ୧୯୯୧ରୁ ଆରମ୍ଭ କରି ସେ ଜନସେବା ଆୟୋଗ (୧୯୯୧ରୁ ୧୯୯୩) ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (୧୯୯୫ରୁ ୧୯୯୯) ର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ ହୋଇଥିଲେ। ୨୦୦୨ରେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚନରେ ଜିତିଥିଲେ । ୨୦୦୪ ରେ ସେ ବେସରକାରୀ ବିଶ୍ୱବିଦ୍ୟାଳୟ, 'ଆତିଶ ଦୀପଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ" ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ |
ପ୍ରାରମ୍ଭିକ ଜୀବନ ଓ ବୃତ୍ତି
[ସମ୍ପାଦନା]ଅହମ୍ମଦ ଯଥାକ୍ରମେ ୧୯୫୨ ଏବଂ ୧୯୫୪ରେ ଢାକା ବିଶ୍ୱବିଦ୍ୟାଳୟରୁ ତାଙ୍କର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆମେରିକାର ୱିସ୍କନ୍ସିନ୍ - ମ୍ୟାଡିସନ ବିଶ୍ୱବିଦ୍ୟାଳୟରୁ ଯଥାକ୍ରମେ ୧୯୫୮ ଏବଂ ୧୯୬୨ରେ ଏମଏସ ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।
ଢାକା ବିଶ୍ୱବିଦ୍ୟାଳୟକୁ ଫେରି ଅହମ୍ମଦ ମୃତ୍ତିକା ବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ବିଭାଗରେ ସେ ସ୍ଥାୟୀ ପ୍ରଫେସର ଭାବେ ପଦୋନ୍ନତି ପାଇଥିଲେ । ସେ ଢାକା ବିଶ୍ୱବିଦ୍ୟାଳୟର ମୃତ୍ତିକା ବିଜ୍ଞାନ ବିଭାଗର ଚେୟାରମ୍ୟାନ୍ ତଥା ଢାକା ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ଡିନ୍ ଭାବରେ ଏହି ପଦବୀରେ କାର୍ଯ୍ୟ କରିଥିଲେ । ସେ ସାଲିମୁଲ୍ଲା ମୁସଲିମ ହଲର ପ୍ରୋଭୋଷ୍ଟ ମଧ୍ୟ ଥିଲେ ।
ଅହମ୍ମଦଙ୍କୁ ଏକ ବିଶେଷ ପ୍ରକ୍ରିୟାର ବିକାଶର ଶ୍ରେୟ ଦିଆଯାଏ ଯେଉଁ ଉପାୟରେ ପ୍ରଥମେ ମାଟିରେ ପୋଷକ ତତ୍ତ୍ୱ ସଂରକ୍ଷଣ ହୁଏ ଏବଂ ପରେ ଉଦ୍ଭିଦର ଆବଶ୍ୟକତା ଅନୁଯାୟୀ ଏହା ମାଟିରୁ ମୁକ୍ତ ହୋଇ ଉଦ୍ଭିଦକୁ ପୋଷକ ଯୋଗାଏ । ୧୯୮୪ରେ, ପ୍ରଫେସର ଅହମ୍ମଦ ଆମେରିକାର କୋରନେଲ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀର ଗୋଟିଙ୍ଗେନ୍ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପ୍ରଫେସର ମଧ୍ୟ ଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]୧୯୯୧ରେ ଅହମ୍ମଦ ତତକାଳୀନ ତତ୍ତ୍ଵାବଧାରକ ସରକାରରେ ଜଣେ ପରାମର୍ଶଦାତା ଥିଲେ । ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ସେ ଜନସେବା ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ । ୧୯୯୫ରୁ ୧୯୯୯ପର୍ଯ୍ୟନ୍ତ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
୧୯୯୦ ଦଶକରେ ପ୍ରଫେସର ଅହମ୍ମଦ ବାଂଲାଦେଶର ଫେଡେରେସନ୍ ଅଫ୍ ୟୁନିଭରସିଟି ଶିକ୍ଷକ ସଂଘ (FUTA) ର ସଭାପତି ଥିଲେ ।
ରାଷ୍ଟ୍ରପତିତ୍ଵ
[ସମ୍ପାଦନା]ରାଷ୍ଟ୍ରପତି ନିର୍ବାଚନ ପାଇଁ ପଞ୍ଜୀକୃତ ହୋଇଥିବା ଏକମାତ୍ର ପ୍ରାର୍ଥୀ ହେବା ପରେ ଅହମ୍ମଦ ୨୦୦୨ ରେ ଅପ୍ରତିଦ୍ୱନ୍ଦୀ ଭାବେ ରାଷ୍ଟ୍ରପତି ହୋଇଥିଲେ । ସେତେବେଳକୁ ବାଂଲାଦେଶ ସରକାରରେ ପ୍ରଧାନମନ୍ତ୍ରୀ ପଦବୀ ସର୍ବୋଚ୍ଚ ରାଜନୈତିକ ଭୂମିକା ଭାବରେ ବିବେଚନା କରାଯାଉଥିଲା ।
ତାଙ୍କ ଅଧ୍ୟକ୍ଷତାରେ ଅହମ୍ମଦ ଦେଶ ବିଷୟରେ ଦୁଇଟି ପୁସ୍ତକ ଲେଖିବା ଏବଂ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ବହି ଦୁଇଟି ହେଲା , Hundred Years of Bangabhaban and Bangabhabaner Shatabarsha। ତାଙ୍କ ପରାମର୍ଶଦାତା ମୁଖଲେସୁର ରହମାନ ଚୌଧୁରୀଙ୍କ ଉଦ୍ୟମରେ ୨୦୦୬ରେ ବଙ୍ଗଭବନ ପ୍ରେସ ୱିଙ୍ଗ ଦ୍ୱାରା ଏଗୁଡିକ ପ୍ରକାଶିତ ହୋଇଥିଲା |
ମୁଖ୍ୟ ପରାମର୍ଶଦାତା (୨୦୦୬-୨୦୦୭ ସରକାର)
[ସମ୍ପାଦନା]ସମ୍ବିଧାନ ଅନୁଯାୟୀ, ନିକଟ ଅତୀତରେ ସେବାନିବୃତ ହୋଇଥିବା ପ୍ରଧାନ ବିଚାରପତି ଏକ ତତ୍ତ୍ଵାବଧାରକ ସରକାର ସମୟରେ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୁଅନ୍ତି । ଜଷ୍ଟିସ୍ କେ.ଏମ୍ ହାସନ୍, ଯିଏ କି ଏହି ପଦବୀ ପାଇଁ ଉପଯୁକ୍ତ, ଅସୁସ୍ଥତା ଦର୍ଶାଇ ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରିବା ପରେ ଅନ୍ୟ ପାଞ୍ଚ ଜଣଙ୍କୁ ଏହି ପଦବୀ ପାଇଁ ବିବେଚନା କରାଯାଇଥିଲା । ଏଥି ନିମନ୍ତେ ବିରୋଧୀ ଦଳଙ୍କ ସହମତି ନ ହେବାରୁ ରାଷ୍ଟ୍ରପତିଙ୍କ ପାଇଁ ଶେଷ ବିକଳ୍ପ ଥିଲା, ସମ୍ବିଧାନରେ ଦିଆଯାଇଥିବା ପ୍ରାବଧାନ ଅନୁଯାୟୀ ସେ ନିଜେ ଏହି ପଦବୀ ଗ୍ରହଣ କରିପାରିବେ । ମୁଖ୍ୟ ପରାମର୍ଶଦାତା ଭାବରେ ଆଇଜୁଦ୍ଦିନ ଅହମ୍ମଦ ୨୯ ଅକ୍ଟୋବର ୨୦୦୬ରେ ଶପଥ ଗ୍ରହଣ କଲେ । ତେବେ ବିରୋଧୀ ଦଳ ଏହି ନିଯୁକ୍ତିକୁ ବିରୋଧ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]କିଡନୀ ସମ୍ବନ୍ଧୀୟ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇ ସେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ ସ୍ଥିତ ବୁମ୍ରଙ୍ଗ୍ରାଡ ଆନ୍ତର୍ଜାତୀୟ ଡାକ୍ତରଖାନାରେ ୧୦ ଡିସେମ୍ବର ୨୦୧୨ରେ ମୃତ୍ୟୁବରଣ କରିଥିଲେ ।[୫] ଏହି ଦୁଃସମ୍ବାଦ ଜଣାପଡିବା ପରେ ରାଷ୍ଟ୍ରପତି ଜିଲୁର ରହମାନ, ପ୍ରଧାନମନ୍ତ୍ରୀ ଶେଖ ହସିନା, ବିରୋଧୀ ଦଳର ନେତା ଖାଲେଦା ଜିଆ ଏବଂ ରାଷ୍ଟ୍ରପତିଙ୍କ ପୂର୍ବତନ ଉପଦେଷ୍ଟା ମୁଖଲେସ ଚୌଧୁରୀ ଶୋକସନ୍ତପ୍ତ ବିବୃତ୍ତି ପ୍ରଦାନ କରିଥିଲେ ।[୬] ଇୟାଜୁଦିନ ଅହମ୍ମଦଙ୍କ ମୃତଦେହ ୧୨ ଡିସେମ୍ବର ୨୦୧୨ରେ ବ୍ୟାଙ୍କକରୁ ଢାକାକୁ ଅଣା ଯାଇଥିଲା ।
ତାଙ୍କ ମୃତ୍ୟୁ ପରେ ଚାରୋଟି ନମାଜ-ଏ-ଜାନଜା (ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା) ଅନୁଷ୍ଠିତ ହୋଇଥିଲା । ତାଙ୍କର ପ୍ରଥମ ନମାଜ ଏ ଜାନଜା ବ୍ୟାଙ୍କକରେ ୧୧ ଡିସେମ୍ବର ୨୦୧୨ରେ, ଦ୍ୱିତୀୟ ନମାଜ-ଏ-ଜାନାଜା ୧୩ ଡିସେମ୍ବରରେ ମୁନ୍ସିଗଞ୍ଜରେ ଥିବା ତାଙ୍କ ପୈତୃକ ଘରେ, ତୃତୀୟ ଜାନଜା ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମସଜିଦରେ ଏବଂ ଚତୁର୍ଥ ତଥା ଶେଷଟି ଥିଲା ବୈତୁଲ ମୁକରାମ ଜାତୀୟ ମସଜିଦରେ । ଅହମ୍ମଦଙ୍କୁ ବନାନି ସମାଧିସ୍ଥଳରେ କବର ଦିଆଯାଇଥିଲା ।[୭]
ଆଧାର
[ସମ୍ପାଦନା]- ↑ "Ex-President Dr. Iajuddin Ahmed dies". bdnews24.com. 10 December 2012. Retrieved 10 December 2012.
- ↑ "Bangladeshi ex-President Dr. Iajuddin Ahmed passes away". News Track India. 10 December 2012. Retrieved 10 December 2012.
- ↑ সাবেক রাষ্ট্রপতি ইয়াজউদ্দিন আহম্মেদকে বনানীতে দাফন : রাষ্ট্রীয়ভাবে প্রটোকল দেয়া হয়নি বলে অভিযোগ গুলশান জামে মসজিদে আজ কুলখানি. Amar Desh (in Bengali). Archived from the original on 15 February 2015. Retrieved 15 February 2015.
- ↑ "Ahmed, Iajuddin - Banglapedia". en.banglapedia.org (in ଇଂରାଜୀ). Retrieved 2024-11-13.
- ↑ "Bangladesh's controversial ex-President Iajuddin Ahmed passes away". The Times of India. 2012-12-10. ISSN 0971-8257. Retrieved 2024-11-13.
- ↑ "ড. ইয়াজউদ্দিন আহম্মেদের ইন্তেকালে এম মোখলেসুর রহমান চৌধুরীর শোক". web.archive.org. 2014-01-07. Archived from the original on 2014-01-07. Retrieved 2024-11-13.
- ↑ Correspondent, Staff (2012-12-11). "Iajuddin passes away". The Daily Star (in ଇଂରାଜୀ). Retrieved 2024-11-13.