ଶାହାବୁଦ୍ଦିନ ଅହମ୍ମଦ
ଶାହାବୁଦ୍ଦିନ ଅହମ୍ମଦ | |
---|---|
শাহাবুদ্দিন আহমেদ | |
11th President of Bangladesh | |
କାର୍ଯ୍ୟକାଳ 9 October 1996 – 14 November 2001 | |
ପ୍ରଧାନ ମନ୍ତ୍ରୀ | ଶେଖ ହସିନା Latifur Rahman (chief adviser) Khaleda Zia |
ପୂର୍ବ ଅଧିକାରୀ | Abdur Rahman Biswas |
ପର ଅଧିକାରୀ | A. Q. M. Badruddoza Chowdhury |
Acting 6 December 1990 – 10 October 1991 | |
ପ୍ରଧାନ ମନ୍ତ୍ରୀ | Khaleda Zia |
ପୂର୍ବ ଅଧିକାରୀ | Hussain Muhammad Ershad |
ପର ଅଧିକାରୀ | Abdur Rahman Biswas |
6th Chief Justice of Bangladesh | |
କାର୍ଯ୍ୟକାଳ 14 January 1990 – 31 January 1995 | |
Appointed by | Hussain Muhammad Ershad |
ରାଷ୍ଟ୍ରପତି | Hussain Muhammad Ershad Himself Abdur Rahman Biswas |
ପ୍ରଧାନ ମନ୍ତ୍ରୀ |
|
ପୂର୍ବ ଅଧିକାରୀ | Badrul Haider Chowdhury |
ପର ଅଧିକାରୀ | Muhammad Habibur Rahman |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Pemal, Bengal, British India | ୧ ଫେବୃଆରୀ ୧୯୩୦
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୨୨ Dhaka, Bangladesh | (ବୟସ ୯୨)
ଶିକ୍ଷା | MA (international relations) |
ଶିକ୍ଷାନୁଷ୍ଠାନ | University of Dhaka |
ଶାହାବୁଦ୍ଦିନ ଅହମ୍ମଦ (୧ ଫେବୃଆରୀ ୧୯୩୦- ୧୯ ମାର୍ଚ୍ଚ ୨୦୨୨) ଜଣେ ବାଂଲାଦେଶୀ ରାଜନେତା ଯିଏ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ବାଂଲାଦେଶର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଥିଲେ । ସେ ଏହାପୂର୍ବରୁ ୧୯୯୦–୯୧ ମସିହାରେ ଯେତେବେଳେ ହୁସେନ୍ ମହମ୍ମଦ ଇରଶାଦ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ସେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଏକ ମଧ୍ୟବର୍ତ୍ତୀ ସରକାରର ନେତୃତ୍ୱ ନେଇଥିଲେ ଏବଂ ଫେବୃଆରୀ ୧୯୯୧ ରେ ଏକ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଅହମ୍ମଦ ୧ ଫେବୃଆରୀ ୧୯୩୦ରେ କେନ୍ଦୁଆ ଜିଲ ଅନ୍ତର୍ଗତ ପାମଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତାଲୁକଦାର ରେସାଟ ଅହମ୍ମଦ ଭୁୟାଁ ଜଣେ ବଦାନ୍ୟ ବ୍ୟକ୍ତି ଥିଲେ । ମାଟ୍ରିକ୍ ଏବଂ ଇଣ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ୧୯୪୮ ମସିହାରେ ଢାକା ବିଶ୍ୱବିଦ୍ୟାଳୟରେ ଦାଖଲ ହୋଇ, ୧୯୫୧ ମସିହାରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୫୨ ମସିହାରେ ଫଜଲୁଲ ହକ୍ ହଲର ବିଦ୍ୟାର୍ଥୀ ଭାବରେ ଆନ୍ତର୍ଜାତୀୟ ସମ୍ବନ୍ଧରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ସାଧାରଣ ପ୍ରଶାସନର ଏକ ସ୍ୱତନ୍ତ୍ର ପାଠ୍ୟକ୍ରମରେ ଯୋଗ ଦେଇଥିଲେ ।[୨]
ବୃତ୍ତି
[ସମ୍ପାଦନା]ଅକସଫୋର୍ଡ ବିଶ୍ଵବିଦ୍ୟଳୟରେ ଶିକ୍ଷା ସମାପ୍ତ କରି ଏବଂ ଲାହୋର ସିଭିଲ ସର୍ଭିସ ଏକାଡେମୀରେ ତାଲିମ ସଂପନ୍ନ କରି ଅହମ୍ମଦ ୧୯୫୪ ମସିହାରେ ପାକିସ୍ତାନର ପ୍ରଶାସନିକ ସେବା (ସିଭିଲ ସର୍ଭିସ)ରେ ଯୋଗ ଦେଇଥିଲେ । ସେ ଗୋପାଳଗଞ୍ଜ ଏବଂ ନାଟୋରରେ ସବ-ଡିଭିଜନାଲ ଅଫିସର ଥିଲେ। ଏଥିସହ ସେ ଫରିଦପୁରର ଡେପୁଟି କମିଶନର ମଧ୍ୟ ଥିଲେ । ୧୯୬୦ରେ ତାଙ୍କୁ ନ୍ୟାୟିକ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ସେ ଢାକା ଏବଂ ବରିସାଲର ଅତିରିକ୍ତ ଜିଲ୍ଲା ତଥା ଦୌରା ବିଚାରପତି ଏବଂ କୋମିଲା ଏବଂ ଚିଟାଗଙ୍ଗର ଜିଲ୍ଲା ତଥା ଦୌରା ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ୧୯୬୭ ମସିହାରେ ସେ ଢାକାରେ ତତ୍କାଳୀନ ପୂର୍ବ ପାକିସ୍ଥାନର ହାଇକୋର୍ଟର ରେଜିଷ୍ଟ୍ରାର ଭାବରେ କାର୍ଯ୍ୟ କରିଥିଲେ । ସେ ୨୦ ଜାନୁୟାରୀ ୧୯୭୨ରେ ହାଇକୋର୍ଟଙ୍କ ବେଞ୍ଚକୁ ଉନ୍ନୀତ ହୋଇଥିଲେ ଏବଂ ୧୯୭୩ ଏବଂ ୧୯୭୪ ମସିହାରେ ଶ୍ରମ ଆପିଲ ଟ୍ରିବ୍ୟୁନାଲରେ ପୀଠାସୀନ ଅଧୀକାରୀ ଭାବେ ଡେପୁଟେସନରେ କାର୍ଯ୍ୟ କରିଥିଲେ ।
ଅହମ୍ମଦ ୭ ଫେବୃଆରୀ ୧୯୮୦ରେ ବାଂଲାଦେଶ ସୁପ୍ରିମକୋର୍ଟର ଆପିଲ୍ ଡିଭିଜନର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୧୫ ଏପ୍ରିଲ ୧୯୮୧ରେ ଏହି ପଦବୀରେ ସ୍ଥାୟୀ ନିଯୁକ୍ତି ପାଇଥିଲେ । ସେ ୧୯୮୪ରେ ଜାତୀୟ ବେତନ ଆୟୋଗର ଅଧ୍ୟକ୍ଷ ଥିଲେ ଏବଂ ଏକ ରିପୋର୍ଟ ଦାଖଲ କରିଥିଲେ ଯାହା ଆଧାରରେ ବେତନ ସ୍କେଲର ସଂଶୋଧନ କରାଯାଇଥିଲା ।
୭ ଫେବୃଆରୀ ୧୯୯୧ରେ ଅନୁଷ୍ଠିତ ପଞ୍ଚମ ଜାତୀୟ ସଂସଦୀୟ ନିର୍ବାଚନ ପରେ ଅହମ୍ମଦ ସଂସଦର ଶାସକ କ୍ଷମତାକୁ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଦେଇଥିଲେ । ସେ ୯ ଅକ୍ଟୋବର ୧୯୯୧ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ପରଦିନ ତାଙ୍କ ପୂର୍ବ ବିଚାରପତି ପଦକୁ ଫେରିଥିଲେ ଯେଉଁଥିରୁ ସେ ଶେଷରେ ୧ ଫେବୃଆରୀ ୧୯୯୫ରେ ଅବସର ନେଇଥିଲେ ।
ବଙ୍ଗଲାଦେଶର ରାଷ୍ଟ୍ରପତି
[ସମ୍ପାଦନା]ଅହମ୍ମଦ ୨୩ ଜୁଲାଇ ୧୯୯୬ରେ ଆୱାମୀ ଲିଗ୍ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହେବା ପରେ ଅପ୍ରତିଦ୍ଵନ୍ଦୀ ପ୍ରର୍ଥୀ ଭାବେ ନିର୍ବାଚନ ଜିତି ସେହି ବର୍ଷ ୯ ଅକ୍ଟୋବରରେ ଶପଥ ଗ୍ରହଣ କରିଥିଲେ । ସେ ୧୪ ନଭେମ୍ବର ୨୦୦୧ ରେ ରାଷ୍ଟ୍ରପତି ପଦବୀରୁ ଅବସର ନେଇଥିଲେ । ୨୦୦୧ରେ ଯେତେବେଳେ ଆୱାମୀ ଲିଗ୍ ସଂସଦୀୟ ନିର୍ବାଚନରେ ହାରିଗଲା ସେତେବେଳେ ଶେଖ ହସିନା କହିଥିଲେ ଯେ ଅହମ୍ମଦଙ୍କ ବିଶ୍ଵାସଘାତକତା ଯୋଗୁଁ ଆୱ୍ଵମୀ ଲିଗ ନିର୍ବାଚନରେ ହାରିଲା । ପ୍ରତ୍ୟୁତ୍ତରରେ ସେ ଦୁଃଖ ପ୍ରକାଶ କରି କହିଥିଲେ, "ଯଦି ସେମାନଙ୍କ ଇଚ୍ଛା ମୁତାବକ କିଛି କରାଯାଏ ତେବେ ମୁଁ ଯଦି ଜଣେ ଦେବଦୂତ, ନଚେତ୍ ମୁଁ ଶୟତାନ ଅଟେ" ।[୩]
ବ୍ୟକ୍ତିଗତ ଜୀବନ ଏବଂ ବଦାନ୍ୟତା
[ସମ୍ପାଦନା]ଅହମ୍ମଦ ଅନୋୱାରା ବେଗମ୍କୁ ବିବାହ କରିଥିଲେ । ଏହି ବିବାହିତ ଜୀବନ ୧୯୩୭ରୁ ୨୦୧୮ ପର୍ଯ୍ୟନ୍ତ ଥିଲା । ସେମାନଙ୍କର ଦୁଇ ପୁଅ ଏବଂ ତିନି ଝିଅ ଥିଲେ । ଫେବୃଆରୀ ୨୦୨୨ରେ, ଅହମ୍ମଦଙ୍କୁ ବାର୍ଦ୍ଧକ୍ୟ ଜନିତ ରୋଗ ହେତୁ ମିଳିତ ମିଲିଟାରୀ ହସ୍ପିଟାଲ (CMH) ର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) କୁ ନିଆଯାଇଥିଲା । ସେଠରେ ୧୯ ମାର୍ଚ୍ଚ ୨୦୨୨ରେ ମିଳିତ ସାମରିକ ହସ୍ପିଟାଲରେ ୯୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ତାଙ୍କ ସମ୍ମାନାର୍ଥେ ୨୦୦୮ରେ, ଢାକାର ଗୁଲଶନସ୍ଥିତ ଏକ ହ୍ରଦକୁ Rastrapati Bicharpati Shahabuddin Ahmed Park (ରାଷ୍ଟ୍ରପତି ବିଚାରପତି ଶାହାବୁଦ୍ଦିନ ଅହମ୍ମଦ ପାର୍କ) ନାମରେ ନାମିତ କରାଯାଇଥିଲା ।[୪]
ଅହମ୍ମଦ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ଅଗଷ୍ଟ ୧୯୭୮ରୁ ଏପ୍ରିଲ ୧୯୮୨ ପର୍ଯ୍ୟନ୍ତ ବାଂଲାଦେଶ ରେଡ କ୍ରସ୍ ସୋସାଇଟିର ଚେୟାରମ୍ୟାନ୍ ଥିଲେ । ସେ ଅନେକ ଗ୍ରାମୀଣ ଡାକ୍ତରଖାନା, ମାତୃତ୍ୱ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ତାଙ୍କରି କାର୍ଯ୍ୟକାଳରେ ଟେଲିଗାଟୀ ରେଡ କ୍ରସ୍ ହସ୍ପିଟାଲ୍ (ନେଟ୍ରାକୋନା) ସ୍ୱିସ୍ ରେଡ୍ କ୍ରସ୍ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା । ୧୯୭୯ରେ ମୋରୋକୋର ଫେଜରେ ଆୟୋଜିତ ଇସଲାମ ଦେଶଗୁଡିକର ବୈଦେଶିକ ମନ୍ତ୍ରୀଙ୍କ ଦଶମ ସମ୍ମିଳନୀରେ ସେ ବାଂଲାଦେଶ ସରକାରୀ ପ୍ରତିନିଧି ଦଳର ସଦସ୍ୟ ଥିଲେ ଯେଉଁଠାରେ ଏକ ଆନ୍ତର୍ଜାତୀୟ ଇସଲାମ ରେଡ କ୍ରେସେଣ୍ଟ ସୋସାଇଟି ଗଠନ ପ୍ରଶ୍ନ ଉପରେ ବିତର୍କ ହୋଇଥିଲା । ତାଙ୍କ ଉଦ୍ୟମରେ ପରିବାର ନିୟନ୍ତ୍ରଣ ଯୋଜନା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବାଂଲାଦେଶ ରେଡ କ୍ରସର ମୁଖ୍ୟ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "Ahmed, Justice Shahabuddin - Banglapedia". en.banglapedia.org (in ଇଂରାଜୀ). Retrieved 2024-11-15.
- ↑ "Special Remembrance: Justice Shahabuddin Ahmed". The Daily Star (in ଇଂରାଜୀ). 2016-02-05. Retrieved 2024-11-15.
- ↑ Islam, Sirajul (2012). "Ahmed, Justice Shahabuddin". In Islam, Sirajul; Hoque, Kazi (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
- ↑ "Justice Shahabuddin Ahmed Park: An example of an ideal city park". The Business Standard (in ଇଂରାଜୀ). 2021-11-01. Retrieved 2024-11-15.