Jump to content

ଇୟାଜୁଦ୍ଦିନ ଅହମ୍ମଦ

ଉଇକିପିଡ଼ିଆ‌ରୁ
ଇୟାଜୁଦ୍ଦିନ ଅହମ୍ମଦ
ইয়াজউদ্দিন আহম্মেদ
President Iajuddin Ahmed in 2002
13th President of Bangladesh
କାର୍ଯ୍ୟକାଳ
6 September 2002 – 12 February 2009
ପ୍ରଧାନ ମନ୍ତ୍ରୀKhaleda Zia
Himself (chief adviser )
Fazlul Haque (chief adviser)
Fakhruddin Ahmed (chief adviser)
ଶେଖ ହସିନା
ପୂର୍ବ ଅଧିକାରୀMuhammad Jamiruddin Sircar (Acting)
ପର ଅଧିକାରୀZillur Rahman
3rd Chief Adviser of Bangladesh
କାର୍ଯ୍ୟକାଳ
29 October 2006 – 11 January 2007
ରାଷ୍ଟ୍ରପତିHimself
ପୂର୍ବ ଅଧିକାରୀKhaleda Zia (as Prime Minister)
ପର ଅଧିକାରୀFazlul Haque
6th Chairman of the Bangladesh Public Service Commission
କାର୍ଯ୍ୟକାଳ
14 September 1991 – 31 January 1993
Appointed byମହମ୍ମଦ ଶାହାବୁଦ୍ଦିନ
ରାଷ୍ଟ୍ରପତିଶାହାବୁଦ୍ଦିନ ଅହମ୍ମଦ
Abdur Rahman Biswas
ପୂର୍ବ ଅଧିକାରୀS. M. Al Hussaini
ପର ଅଧିକାରୀS. M. A. Foyaz
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-02-01)୧ ଫେବୃଆରୀ ୧୯୩୧
Bikrampur, Bengal, British India
ମୃତ୍ୟୁ୧୦ ଡିସେମ୍ବର ୨୦୧୨(2012-12-10) (ବୟସ ୮୧)
ବ୍ୟାଙ୍କକ, ଥାଇ‌ଲାଣ୍ଡ
ସମାଧି ସ୍ଥଳBanani Graveyard
ରାଜନୀତିକ ଦଳIndependent
ଜୀବନ ସାଥୀAnwara Begum[]
ସନ୍ତାନସୁଜାନ ଅହମଦ, ଆଦାମ ଅହମଦ[] and Imtiaz Ahmed (Babu) (adopted)[]
ଶିକ୍ଷାନୁଷ୍ଠାନUniversity of Dhaka
University of Wisconsin–Madison

ଇୟାଜୁଦ୍ଦିନ ଅହମ୍ମଦ (୧ ଫେବୃଆରୀ ୧୯୩୧- ୧୦ ଡିସେମ୍ବର ୨୦୧୨) ୬ ସେପ୍ଟେମ୍ବର ୨୦୦୨ ରୁ ୧୨ ଫେବୃଆରୀ ୨୦୦୯ ପର୍ଯ୍ୟନ୍ତ ବାଂଲାଦେଶର ରାଷ୍ଟ୍ରପତି ଥିଲେ । ଅକ୍ଟୋବର ୨୦୦୬ରୁ ଜାନୁୟାରୀ ୨୦୦୭ ପର୍ଯ୍ୟନ୍ତ ସେ ତତକାଳୀନ ତତ୍ତ୍ଵବଧାରକ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ମୃତ୍ତିକା ବିଜ୍ଞାନରେ ଡକ୍ଟରେଟ୍ ଉପାଧୀ ସହିତ ଅହମ୍ମଦ ଢାକା ବିଶ୍ୱବିଦ୍ୟାଳୟର ସ୍ଥାୟୀ ପ୍ରଫେସର ତଥା ବିଭାଗର ଅଧ୍ୟକ୍ଷ ଥିଲେ । ୧୯୯୧ରୁ ଆରମ୍ଭ କରି ସେ ଜନସେବା ଆୟୋଗ (୧୯୯୧ରୁ ୧୯୯୩) ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (୧୯୯୫ରୁ ୧୯୯୯) ର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ ହୋଇଥିଲେ। ୨୦୦୨ରେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚନରେ ​​ଜିତିଥିଲେ । ୨୦୦୪ ରେ ସେ ବେସରକାରୀ ବିଶ୍ୱବିଦ୍ୟାଳୟ, 'ଆତିଶ ଦୀପଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ" ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ |

ପ୍ରାରମ୍ଭିକ ଜୀବନ ଓ ବୃତ୍ତି

[ସମ୍ପାଦନା]

ଅହମ୍ମଦ ଯଥାକ୍ରମେ ୧୯୫୨ ଏବଂ ୧୯୫୪ରେ ଢାକା ବିଶ୍ୱବିଦ୍ୟାଳୟରୁ ତାଙ୍କର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆମେରିକାର ୱିସ୍କନ୍ସିନ୍ - ମ୍ୟାଡିସନ ବିଶ୍ୱବିଦ୍ୟାଳୟରୁ ଯଥାକ୍ରମେ ୧୯୫୮ ଏବଂ ୧୯୬୨ରେ ଏମଏସ ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ଢାକା ବିଶ୍ୱବିଦ୍ୟାଳୟକୁ ଫେରି ଅହମ୍ମଦ ମୃତ୍ତିକା ବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ବିଭାଗରେ ସେ ସ୍ଥାୟୀ ପ୍ରଫେସର ଭାବେ ପଦୋନ୍ନତି ପାଇଥିଲେ । ସେ ଢାକା ବିଶ୍ୱବିଦ୍ୟାଳୟର ମୃତ୍ତିକା ବିଜ୍ଞାନ ବିଭାଗର ଚେୟାରମ୍ୟାନ୍ ତଥା ଢାକା ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ଡିନ୍ ଭାବରେ ଏହି ପଦବୀରେ କାର୍ଯ୍ୟ କରିଥିଲେ । ସେ ସାଲିମୁଲ୍ଲା ମୁସଲିମ ହଲର ପ୍ରୋଭୋଷ୍ଟ ମଧ୍ୟ ଥିଲେ ।

ଅହମ୍ମଦଙ୍କୁ ଏକ ବିଶେଷ ପ୍ରକ୍ରିୟାର ବିକାଶର ଶ୍ରେୟ ଦିଆଯାଏ ଯେଉଁ ଉପାୟରେ ପ୍ରଥମେ ମାଟିରେ ପୋଷକ ତତ୍ତ୍ୱ ସଂରକ୍ଷଣ ହୁଏ ​​ଏବଂ ପରେ ଉଦ୍ଭିଦର ଆବଶ୍ୟକତା ଅନୁଯାୟୀ ଏହା ମାଟିରୁ ମୁକ୍ତ ହୋଇ ଉଦ୍ଭିଦକୁ ପୋଷକ ଯୋଗାଏ ।​ ୧୯୮୪ରେ, ପ୍ରଫେସର ଅହମ୍ମଦ ଆମେରିକାର କୋରନେଲ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀର ଗୋଟିଙ୍ଗେନ୍ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପ୍ରଫେସର ମଧ୍ୟ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

୧୯୯୧ରେ ଅହମ୍ମଦ ତତକାଳୀନ ତତ୍ତ୍ଵାବଧାରକ ସରକାରରେ ଜଣେ ପରାମର୍ଶଦାତା ଥିଲେ । ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ସେ ଜନସେବା ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ । ୧୯୯୫ରୁ ୧୯୯୯ପର୍ଯ୍ୟନ୍ତ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

୧୯୯୦ ଦଶକରେ ପ୍ରଫେସର ଅହମ୍ମଦ ବାଂଲାଦେଶର ଫେଡେରେସନ୍ ଅଫ୍ ୟୁନିଭରସିଟି ଶିକ୍ଷକ ସଂଘ (FUTA) ର ସଭାପତି ଥିଲେ ।

ରାଷ୍ଟ୍ରପତିତ୍ଵ

[ସମ୍ପାଦନା]

ରାଷ୍ଟ୍ରପତି ନିର୍ବାଚନ ପାଇଁ ପଞ୍ଜୀକୃତ ହୋଇଥିବା ଏକମାତ୍ର ପ୍ରାର୍ଥୀ ହେବା ପରେ ଅହମ୍ମଦ ୨୦୦୨ ରେ ଅପ୍ରତିଦ୍ୱନ୍ଦୀ ଭାବେ ରାଷ୍ଟ୍ରପତି ହୋଇଥିଲେ । ସେତେବେଳକୁ ବାଂଲାଦେଶ ସରକାରରେ ପ୍ରଧାନମନ୍ତ୍ରୀ ପଦବୀ ସର୍ବୋଚ୍ଚ ରାଜନୈତିକ ଭୂମିକା ଭାବରେ ବିବେଚନା କରାଯାଉଥିଲା ।

ତାଙ୍କ ଅଧ୍ୟକ୍ଷତାରେ ଅହମ୍ମଦ ଦେଶ ବିଷୟରେ ଦୁଇଟି ପୁସ୍ତକ ଲେଖିବା ଏବଂ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ବହି ଦୁଇଟି ହେଲା , Hundred Years of Bangabhaban and Bangabhabaner Shatabarsha। ତାଙ୍କ ପରାମର୍ଶଦାତା ମୁଖଲେସୁର ରହମାନ ଚୌଧୁରୀଙ୍କ ଉଦ୍ୟମରେ ୨୦୦୬ରେ ବଙ୍ଗଭବନ ପ୍ରେସ ୱିଙ୍ଗ ଦ୍ୱାରା ଏଗୁଡିକ ପ୍ରକାଶିତ ହୋଇଥିଲା |

ମୁଖ୍ୟ ପରାମର୍ଶଦାତା (୨୦୦୬-୨୦୦୭ ସରକାର)

[ସମ୍ପାଦନା]

ସମ୍ବିଧାନ ଅନୁଯାୟୀ, ନିକଟ ଅତୀତରେ ସେବାନିବୃତ ହୋଇଥିବା ପ୍ରଧାନ ବିଚାରପତି ଏକ ତତ୍ତ୍ଵାବଧାରକ ସରକାର ସମୟରେ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୁଅନ୍ତି । ଜଷ୍ଟିସ୍ କେ.ଏମ୍ ହାସନ୍, ଯିଏ କି ଏହି ପଦବୀ ପାଇଁ ଉପଯୁକ୍ତ, ଅସୁସ୍ଥତା ଦର୍ଶାଇ ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରିବା ପରେ ଅନ୍ୟ ପାଞ୍ଚ ଜଣଙ୍କୁ ଏହି ପଦବୀ ପାଇଁ ବିବେଚନା କରାଯାଇଥିଲା । ଏଥି ନିମନ୍ତେ ବିରୋଧୀ ଦଳଙ୍କ ସହମତି ନ ହେବାରୁ ରାଷ୍ଟ୍ରପତିଙ୍କ ପାଇଁ ଶେଷ ବିକଳ୍ପ ଥିଲା, ସମ୍ବିଧାନରେ ଦିଆଯାଇଥିବା ପ୍ରାବଧାନ ଅନୁଯାୟୀ ସେ ନିଜେ ଏହି ପଦବୀ ଗ୍ରହଣ କରିପାରିବେ । ମୁଖ୍ୟ ପରାମର୍ଶଦାତା ଭାବରେ ଆଇଜୁଦ୍ଦିନ ଅହମ୍ମଦ ୨୯ ଅକ୍ଟୋବର ୨୦୦୬ରେ ଶପଥ ଗ୍ରହଣ କଲେ । ତେବେ ବିରୋଧୀ ଦଳ ଏହି ନିଯୁକ୍ତିକୁ ବିରୋଧ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

କିଡନୀ ସମ୍ବନ୍ଧୀୟ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇ ସେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ ସ୍ଥିତ ବୁମ୍ରଙ୍ଗ୍ରାଡ ଆନ୍ତର୍ଜାତୀୟ ଡାକ୍ତରଖାନାରେ ୧୦ ଡିସେମ୍ବର ୨୦୧୨ରେ ମୃତ୍ୟୁବରଣ କରିଥିଲେ ।[] ଏହି ଦୁଃସମ୍ବାଦ ଜଣାପଡିବା ପରେ ରାଷ୍ଟ୍ରପତି ଜିଲୁର ରହମାନ, ପ୍ରଧାନମନ୍ତ୍ରୀ ଶେଖ ହସିନା, ବିରୋଧୀ ଦଳର ନେତା ଖାଲେଦା ଜିଆ ଏବଂ ରାଷ୍ଟ୍ରପତିଙ୍କ ପୂର୍ବତନ ଉପଦେଷ୍ଟା ମୁଖଲେସ ଚୌଧୁରୀ ଶୋକସନ୍ତପ୍ତ ବିବୃତ୍ତି ପ୍ରଦାନ କରିଥିଲେ ।[] ଇୟାଜୁଦିନ ଅହମ୍ମଦଙ୍କ ମୃତଦେହ ୧୨ ଡିସେମ୍ବର ୨୦୧୨ରେ ବ୍ୟାଙ୍କକରୁ ଢାକାକୁ ଅଣା ଯାଇଥିଲା ।

ତାଙ୍କ ମୃତ୍ୟୁ ପରେ ଚାରୋଟି ନମାଜ-ଏ-ଜାନଜା (ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା) ଅନୁଷ୍ଠିତ ହୋଇଥିଲା । ତାଙ୍କର ପ୍ରଥମ ନମାଜ ଏ ଜାନଜା ବ୍ୟାଙ୍କକରେ ୧୧ ଡିସେମ୍ବର ୨୦୧୨ରେ, ଦ୍ୱିତୀୟ ନମାଜ-ଏ-ଜାନାଜା ୧୩ ଡିସେମ୍ବରରେ ମୁନ୍ସିଗଞ୍ଜରେ ଥିବା ତାଙ୍କ ପୈତୃକ ଘରେ, ତୃତୀୟ ଜାନଜା ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମସଜିଦରେ ଏବଂ ଚତୁର୍ଥ ତଥା ଶେଷଟି ଥିଲା ବୈତୁଲ ମୁକରାମ ଜାତୀୟ ମସଜିଦରେ । ଅହମ୍ମଦଙ୍କୁ ବନାନି ସମାଧିସ୍ଥଳରେ କବର ଦିଆଯାଇଥିଲା ।[]

  1. "Ex-President Dr. Iajuddin Ahmed dies". bdnews24.com. 10 December 2012. Retrieved 10 December 2012.
  2. "Bangladeshi ex-President Dr. Iajuddin Ahmed passes away". News Track India. 10 December 2012. Retrieved 10 December 2012.
  3. সাবেক রাষ্ট্রপতি ইয়াজউদ্দিন আহম্মেদকে বনানীতে দাফন : রাষ্ট্রীয়ভাবে প্রটোকল দেয়া হয়নি বলে অভিযোগ গুলশান জামে মসজিদে আজ কুলখানি. Amar Desh (in Bengali). Archived from the original on 15 February 2015. Retrieved 15 February 2015.
  4. "Ahmed, Iajuddin - Banglapedia". en.banglapedia.org (in ଇଂରାଜୀ). Retrieved 2024-11-13.
  5. "Bangladesh's controversial ex-President Iajuddin Ahmed passes away". The Times of India. 2012-12-10. ISSN 0971-8257. Retrieved 2024-11-13.
  6. "ড. ইয়াজউদ্দিন আহম্মেদের ইন্তেকালে এম মোখলেসুর রহমান চৌধুরীর শোক". web.archive.org. 2014-01-07. Archived from the original on 2014-01-07. Retrieved 2024-11-13.
  7. Correspondent, Staff (2012-12-11). "Iajuddin passes away". The Daily Star (in ଇଂରାଜୀ). Retrieved 2024-11-13.