ଶେଖ ହସିନା
ଶେଖ ହସିନା | |
---|---|
শেখ হাসিনা | |
10th ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ 6 January 2009 – 5 August 2024 | |
ରାଷ୍ଟ୍ରପତି | |
ପୂର୍ବ ଅଧିକାରୀ | Fakhruddin Ahmed (as Chief Adviser) |
ପର ଅଧିକାରୀ | ମହମ୍ମଦ ୟୁନୁସ (as Chief Adviser) |
କାର୍ଯ୍ୟକାଳ 23 June 1996 – 15 July 2001 | |
ରାଷ୍ଟ୍ରପତି | |
ପୂର୍ବ ଅଧିକାରୀ | Muhammad Habibur Rahman (as Chief Adviser) |
ପର ଅଧିକାରୀ | Latifur Rahman (as Chief Adviser) |
8th Leader of the House | |
କାର୍ଯ୍ୟକାଳ 6 January 2009 – 5 August 2024 | |
ପୂର୍ବ ଅଧିକାରୀ | ଖାଲେଦା ଜିଆ |
ପର ଅଧିକାରୀ | TBA |
କାର୍ଯ୍ୟକାଳ 23 June 1996 – 15 July 2001 | |
ପୂର୍ବ ଅଧିକାରୀ | ଖାଲେଦା ଜିଆ |
ପର ଅଧିକାରୀ | ଖାଲେଦା ଜିଆ |
8th President of Awami League | |
Assumed office 16 February 1981 | |
General Secretary | |
ପୂର୍ବ ଅଧିକାରୀ | Abdul Malek Ukil |
Member of Parliament | |
କାର୍ଯ୍ୟକାଳ 12 June 1996 – 6 August 2024[୧] | |
ପୂର୍ବ ଅଧିକାରୀ | Mujibur Rahman Howlader |
ପର ଅଧିକାରୀ | TBA |
ନିର୍ବାଚନ ମଣ୍ଡଳୀ | Gopalganj-3 |
କାର୍ଯ୍ୟକାଳ 27 February 1991 – 15 February 1996 | |
ପୂର୍ବ ଅଧିକାରୀ | କାଜି ଫିରୋଜ ରଶିଦ |
ପର ଅଧିକାରୀ | ମୁଜିବର ରେହେମାନ ହାୱାଲଦାର |
ନିର୍ବାଚନ ମଣ୍ଡଳୀ | ଗୋପାଳଗଞ୍ଜ-୩ |
2nd Leader of the Opposition | |
କାର୍ଯ୍ୟକାଳ 10 October 2001 – 29 October 2006 | |
ପ୍ରଧାନ ମନ୍ତ୍ରୀ | ଖାଲେଦା ଜିଆ |
ପୂର୍ବ ଅଧିକାରୀ | ଖାଲେଦା ଜିଆ |
ପର ଅଧିକାରୀ | ଖାଲେଦା ଜିଆ |
କାର୍ଯ୍ୟକାଳ 20 March 1991 – 30 March 1996 | |
ପ୍ରଧାନ ମନ୍ତ୍ରୀ | ଖାଲେଦା ଜିଆ |
ପୂର୍ବ ଅଧିକାରୀ | Abdur Rab |
ପର ଅଧିକାରୀ | ଖାଲେଦା ଜିଆ |
କାର୍ଯ୍ୟକାଳ 7 May 1986 – 3 March 1988 | |
ରାଷ୍ଟ୍ରପତି | Hussain Muhammad Ershad |
ପୂର୍ବ ଅଧିକାରୀ | Asaduzzaman Khan |
ପର ଅଧିକାରୀ | Abdur Rab |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Hasina Sheikh[୨] ୨୮ ସେପ୍ଟେମ୍ବର ୧୯୪୭ ଟୁଙ୍ଗିପଡା ଉପଜିଲ୍ଲା, East Bengal, Dominion of Pakistan |
ରାଜନୀତିକ ଦଳ | ଆୱାମୀ ଲିଗ୍ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Grand Alliance (since 2008) |
ସନ୍ତାନ | |
ବୋଉ | Sheikh Fazilatunnesa Mujib |
ବାପା | ଶେଖ ମୁଜିବୁର ରହମାନ |
ସମ୍ପର୍କୀୟ | ଶେଖ-ୱାଜିଦ୍ ପରିବାର |
ଶିକ୍ଷା | |
ପୁରସ୍କାର | Full list |
ସନ୍ତକ |
ଶେଖ ହସିନା (ଜନ୍ମ ୨୮ ସେପ୍ଟେମ୍ବର ୧୯୪୭) ଜଣେ ବାଂଲାଦେଶୀ ରାଜନେତା ଯିଏ ଜୁନ୍ ୧୯୯୬ରୁ ଜୁଲାଇ ୨୦୦୧ ପର୍ଯ୍ୟନ୍ତ ଏବଂ ପୁନର୍ବାର ଜାନୁୟାରୀ ୨୦୦୯ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବାଂଲାଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କ ଝିଅ | ସେ ୨୦ ବର୍ଷରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହିପରି ଭାବରେ ସେ ବାଂଲାଦେଶ ଇତିହାସରେ ଦୀର୍ଘତମ ସମୟ ପ୍ରଧାନମନ୍ତ୍ରୀ ଭାବେ ରହିଥିଲେ ।[୩] ୨୦୨୪ ମସିହାରେ ହୋଇଥିବା ହିଂସାତ୍ମକ ବିରୋଧ ପରେ ସେ କ୍ଷମତାଚ୍ୟୁତ ହୋଇ ଭାରତରେ ଶରଣାପନ୍ନ ହୋଇଥିଲେ ।
ତାଙ୍କର ଦ୍ୱିତୀୟବାର ପ୍ରଧାନ ମନ୍ରୀ ଶାସନ କାଳରେ (୨୦୦୯–୨୦୨୪) ଅର୍ଥନୈତିକ ପରିଚାଳନାଗତ ତୃଟି ଏବଂ ବ୍ୟାପକ ଦୁର୍ନୀତି ଦେଖା ଦେଇଥିଲା । ଯାହାଦ୍ୱାରା ବୈଦେଶିକ ଋଣ ବୃଦ୍ଧି, ମୁଦ୍ରାସ୍ଫୀତି ବୃଦ୍ଧି, ଯୁବ ବେକାରୀ ଇତ୍ୟାଦି ଅନିୟମିତତା ହୋଇଥିଲା । ୨୦୨୨ ମସିହାରେ, ହସିନାଙ୍କ ଇସ୍ତଫା ଦାବିରେ ସରକାର ବିରୋଧୀ ପ୍ରଦର୍ଶନ ହୋଇଥିଲା। ଜୁନ୍ ୨୦୨୪ରେ, ସରକାରୀ ଚାକିରିରେ ସଂରକ୍ଷଣ ସଂସ୍କାର ଆଣିବାକୁ ଦାବି କରି ସାରା ଦେଶରେ ତାଜା ଛାତ୍ର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପୋଲିସ ଏବଂ ପାରାମିଲିଟାରୀ ଫୋର୍ସଦ୍ୱାରା ଏହି ବିକ୍ଷୋଭ ପ୍ରଦର୍ଶନକୁ ଦମନ କରାଯିବା ସମୟରେ ଅନେକ ଛାତ୍ରଛାତ୍ରୀଙ୍କ ହତ୍ୟା କରାଯାଇଥିଲା । ଅଗଷ୍ଟ ସୁଦ୍ଧା ସରକାରଙ୍କ ବିରୋଧରେ ଏକ ଜନ ଆନ୍ଦୋଳନ ତୀବ୍ର ହୋଇଥିଲା, ଯାହା ଫଳରେ ଶେଷରେ ହସିନା ଇସ୍ତଫା ଦେଇ ଭାରତକୁ ପଳାଇ ଆସିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ହସିନା ୨୮ ସେପ୍ଟେମ୍ବର ୧୯୪୭ରେ ପୂର୍ବ ବଙ୍ଗର ତୁଙ୍ଗିପାରା ନାମକ ସ୍ଥାନରେ ଏକ ବଙ୍ଗଳା ମୁସଲିମ ଶେଖ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଥିଲେ ଶେଖ ମୁଜିବୁର ରହମାନ ଏବଂ ମାତା ଥିଲେ ବେଗମ ଫାଜିଲାଟୁନେସା ମୁଜିବ । ହାସିନା ତାଙ୍କ ପିଲାଦିନେ ତାଙ୍କ ମା ଏବଂ ଜେଜେମା’ଙ୍କ ତତ୍ତ୍ୱାବଧାନରେ ଟୁଙ୍ଗିପାରାଠାରେ ବଢିଥିଲେ | ଯେତେବେଳେ ଏହି ପରିବାର ଢାକାକୁ ଚାଲିଗଲେ, ସେମାନେ ପ୍ରଥମେ ସେଗୁନବଗିଚା ନିକଟବର୍ତ୍ତୀ ସ୍ଥାନରେ ରହୁଥିଲେ।
୧୯୫୪ରେ ଯେତେବେଳେ ହସିନାଙ୍କ ପିତା ଏକ ମନ୍ତ୍ରୀ ହୋଇଥିଲେ, ହସିନା ପରିବାର ୩-ମିଣ୍ଟୋ ରୋଡରେ ରହୁଥିଲେ । ୧୯୫୦ ଦଶକରେ ତାଙ୍କ ପିତା ତାଙ୍କ ରାଜନୀତିରେ ଲିପ୍ତ ରହିବା ସହ ଆଲଫା ଇନସୁରାନ୍ସ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୬୦ ବେଳକୁ ଏହି ପରିବାର ଧାନମୋଣ୍ଡି ରୋଡ୍-୩୨ରେ ତାଙ୍କ ପିତାଙ୍କଦ୍ୱାରା ନିର୍ମିତ ଏକ ଘରକୁ ସ୍ଥାନାନ୍ତର ହୋଇଥିଲେ । ହସିନାଙ୍କର ଅନେକ ସାକ୍ଷାତକାର ଏବଂ ଭାଷଣରେ ହସିନା କହିଥିଲେ "ଅନେକ ସମୟରେ ଏମିତି ହୋଇଛି ଯେ ମୋ ପିତା ପାକିସ୍ତାନ ସରକାରଙ୍କଦ୍ୱାରା ରାଜନୈତିକ ବନ୍ଦୀ ଭାବରେ ଜୀବନ ବିତାଇଛନ୍ତି । ଆମେ ତାଙ୍କୁ ଅନେକ ସମୟରେ ଜେଲରେ ଦେଖା କରିବାକୁ ଯାଉ ଏବଂ ଆମେ ସର୍ବଦା ହୃଦୟଙ୍ଗମ କରିଥିଲୁ ଯେ ଲୋକମାନେ ଭଲ ପାଉଥିବାରୁ ତାଙ୍କୁ ଅନେକ ସମୟରେ ଜେଲରେ ରଖାଯାଇଥିଲା ।”
ହସିନା ତାଙ୍କ ଟୁଙ୍ଗିପାରା ଗାଁରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ତାଙ୍କ ପରିବାର ଢାକାକୁ ଚାଲିଗଲେ, ସେ ଆଜିମପୁର ବାଳିକା ବିଦ୍ୟାଳୟ ଏବଂ ବେଗମ୍ ବଦ୍ରୁନେସା ମହିଳା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ଇଡେନ କଲେଜରେ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଥିଲେ । ସେ ୧୯୬୬ରୁ ୧୯୬୭ ମଧ୍ୟରେ ଇଡେନ କଲେଜରେ ଛାତ୍ର ସଂଗଠନର ଉପ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୧୯୬୭ ମସିହାରେ, ସେ ଦୁର୍ହାମ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିକ୍ଷାନରେ ଡକ୍ଟରେଟ ଉପାଧୀ ଲାଭ କରିଥିବା ଏମ୍ଏ ୱାଜିଦ୍ ମିୟା ନାମକ ଏକ ବୈଜ୍ଞନିକଙ୍କ ସହ ତାଙ୍କର ବିବାହ ସଂପନ୍ନ ହୋଇଥିଲା । ହସିନା ଢାକା ବିଶ୍ୱବିଦ୍ୟାଳୟରେ ବଙ୍ଗଳା ସାହିତ୍ୟ ଅଧ୍ୟୟନ କରିଥିଲେ । ୧୯୩୮ ମସିହାରେ ରୋକିଆ ହଲରେ ହସିନା ରହୁଥିଲେ, ଯାହା ପରବର୍ତ୍ତୀ ସମୟରେ ଢାକା ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରାବାସ ଭାବରେ ପ୍ରତିଷ୍ଠିତ ହୋଇଥିଲା; ଏବଂ ପରେ ନାରୀବାଦୀ ନେତ୍ରୀ ବେଗମ୍ ରୋକିଆଙ୍କ ନାମରେ ନାମିତ ହେଲା । ସେ ଛାତ୍ର ଲିଗର ରାଜନୀତିରେ ଜଡିତ ଥିଲେ ଏବଂ ରୋକିଆ ହଲରେ ମହିଳା ୟୁନିଟର ସାଧାରଣ ସମ୍ପାଦକ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।
ହତ୍ୟା ଉଦ୍ୟମ
[ସମ୍ପାଦନା]ବିରୋଧୀ ଦଳର ନେତା ଭାବରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ବୃଦ୍ଧି ପାଇଲା । ଏହି ସମୟ ମଧ୍ୟରେ ମେ ୨୦୦୪ରେ ସାଂସଦ ଅହସାନୁଲ୍ଲା ମାଷ୍ଟରଙ୍କୁ ଗୁଳି ମାଡର ଶିକାର ହେବାକୁ ପଡିଲା । ଏହା ପରେ ୨୧ଅଗଷ୍ଟରେ ଢାକାର ଏକ ଆୱାମି ଲିଗ୍ ସମାବେଶରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା, ଯାହାଫଳରେ ଦଳର ମହିଳା ସଚିବ ଆଇଭି ରହମାନଙ୍କ ସମେତ ୨୪ ଜଣ ଦଳ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା । ଅକ୍ଟୋବର ୨୦୧୮ରେ, ଏକ ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ଦାଖଲ ହୋଇଥିବା ଦୁଇଟି ମାମଲାରେ ରାୟ ପ୍ରଦାନ କରିଥିଲେ; ଅଦାଲତ କହିଛନ୍ତି ଯେ ଏହା ଏକ ସୁଚିନ୍ତିତ ଯୋଜନା, ଯାହା ରାଜ୍ୟ କ୍ଷମତାର ଅପବ୍ୟବହାରଦ୍ୱାରା କାର୍ଯ୍ୟକାରୀ ହୋଇଛି ଏବଂ ଏହି ରାୟ ଫଳରେ ବିଏନପି ବରିଷ୍ଠ ଉପାଧ୍ୟକ୍ଷ ତାରିକ ରହମାନ (ଅନୁପସ୍ଥିତ) ଏବଂ ପୂର୍ବତନ ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ସମେତ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ । ଅଦାଲତ ଦୋଷୀ ମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଣ୍ଡବିଧାନ କରିଥିଲେ । ହାସିନାଙ୍କ ଘନିଷ୍ଠ ପରାମର୍ଶଦାତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସାମସ୍ କିବ୍ରିଆ ସେହି ବର୍ଷ (୨୦୦୪) ସିଲହଟରେ ଗ୍ରେନେଡ ଆକ୍ରମଣରେ ନିହତ ହୋଇଥିଲେ ।[୫]
ବିବାଦ ଏବଂ ସମାଲୋଚନା
[ସମ୍ପାଦନା]ଜୁଲାଇ-୨୦୨୪ ହିଂସା
[ସମ୍ପାଦନା]ଜୁଲାଇ-୨୦୨୪ରେ ଛାତ୍ରଙ୍କ ନେତୃତ୍ୱରେ ତେଜି ଉଠିଥିବା ବିରୋଧକୁ ଦମନ କରିବାକୁ ଶେଖ ହାସିନାଙ୍କ ସରକାର ଯେଉଁ କଠୋର ପଦକ୍ଷେପ ନେଇଥିଲେ ବାଂଲାଦେଶ ଇତିହାସର ସବୁଠାରୁ ହିଂସାତ୍ମକ ଆକ୍ରମଣ ଥିଲା । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଭାବରେ ଏହି ବିରୋଧ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଶୀଘ୍ର ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା । ଜୁଲାଇ ୧୫, ୨୦୨୪ରେ ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ଏବଂ ପୋଲିସ୍ ସମେତ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ବିନା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡର ଶିକାର ହୋଇଥିବା ଅଧିକାଂଶ ଛାତ୍ରଙ୍କ ବୟସ ଥିଲା ୫ରୁ ୩୦ବର୍ଷ ବୟସ ମଧ୍ୟରେ ।
ସରକାର ଆନୁଷ୍ଠାନିକ ଭାବରେ ପ୍ରାୟ ୮୭୫ ମୃତ୍ୟୁ ବିଷୟରେ ରିପୋର୍ଟ କରିଥିଲେ, କିନ୍ତୁ ନିର୍ଭରଯୋଗ୍ୟ ସ୍ରୋତ ଏବଂମାନବାଧିକାର ସଂଗଠନର ଦାବି ଅନୁଯାୟୀ ପ୍ରାୟ ୩୦୦୦ ଛାତ୍ର ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆହୁରି ଅନେକ ସଂଖ୍ୟକ ଆହତ କିମ୍ବା ଗିରଫ ହୋଇଥିଲେ ।[୬]
ଏହି ହତ୍ୟାକାଣ୍ଡକୁ ଉଭୟ ଘରୋଇ ତଥା ଆନ୍ତର୍ଜାତୀୟ ସଂସ୍ଥା ବ୍ୟାପକ ନିନ୍ଦା କରିଥିଲେ । ସରକାର ହିଂସା ଘଟଣାର ପ୍ରକୃତ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।
ନିର୍ବାଚନ ଅନିୟମିତତା
[ସମ୍ପାଦନା]କ୍ଷମତା ବଜାୟ ରଖିବା ପାଇଁ ନିର୍ବାଚନକୁ ଅସତ୍ ଉପାୟରେ ନିୟନ୍ତ୍ରଣ କରୁଥିବା ଶେଖ ହସିନାଙ୍କ ସରକାର ବାରମ୍ବାର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ବର୍ଜନ କରିବାଦ୍ୱାରା ଶାସକ ଦଳ ଏକତରଫା ଫଳାଫଳ ଆଣିଥିଲା ଏବଂ ଶାସକ ଆୱାମୀ ଲିଗ୍ ଅଧିକାଂଶ ଆସନରେ ନିର୍ଦ୍ୱନ୍ଦରେ ବିଜୟ ହୋଇଥିଲା । ୨୦୧୮ ନିର୍ବାଚନରେ ଅସତ୍ ଉପାୟରେ ନିର୍ବାଚନ ପରିଚାଳନା କରିବା ଏବଂ ବିରୋଧୀ ଭୋଟରଙ୍କ ଉପରେ ବାଧା ସୃଷ୍ଟି ହେବାର ବ୍ୟାପକ ଖବର ପ୍ରକାଶ ପାଇଥିଲା ।
ପରିବାରବାଦର ଆରୋପ
[ସମ୍ପାଦନା]ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ସମାଲୋଚନାର ଏକ ପ୍ରମୁଖ ବିଷୟ ହେଉଛି ତାଙ୍କ ପରିବାର ସଦସ୍ୟ, ବିଶେଷ କରି ତାଙ୍କ ପିତା ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନଙ୍କ ସମ୍ମାନାର୍ଥେ, ଭିତ୍ତିଭୂମି, ଅନୁଷ୍ଠାନ ତଥା ସର୍ବସାଧାରଣ ସ୍ଥାନର ପୁନଃ ନାମକରଣ କରିବା । ଶେଖ ମୁଜିବ ମେଡିକାଲ ୟୁନିଭରସିଟି ପରି ପ୍ରମୁଖ ପ୍ରକଳ୍ପଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି କିମ୍ବା ତାଙ୍କ ନାମରେ ପ୍ରତିଷ୍ଠିତ ହୋଇଛି |
ଆଧାର
[ସମ୍ପାଦନା]- ↑ "President dissolves parliament". The Daily Star (in ଇଂରାଜୀ). 6 August 2024. Archived from the original on 6 August 2024. Retrieved 6 August 2024.
- ↑ Miah, M. A. Wazed (1997). বঙ্গবন্ধু শেখ মুজিবকে ঘিরে কিছু ঘটনা ও বাংলাদেশ (in Bengali). The University Press Limited. p. 242.
- ↑ Mahmud, Faisal. "Sheikh Hasina: A critical misstep and the end of 15 years ruling Bangladesh". Al Jazeera (in ଇଂରାଜୀ). Retrieved 10 November 2024.
- ↑ Bss, Dhaka (28 September 2019). "PM's birthday today". The Daily Star (in ଇଂରାଜୀ). Retrieved 10 November 2024.
- ↑ "Eleven years on, trial of 21 Aug grenade attack still to end". web.archive.org. 26 January 2016. Archived from the original on 26 January 2016. Retrieved 10 November 2024.
- ↑ "Bangladesh: Security Forces Target Unarmed Students | Human Rights Watch". web.archive.org. 21 September 2024. Archived from the original on 21 September 2024. Retrieved 10 November 2024.
{{cite web}}
: CS1 maint: bot: original URL status unknown (link)