ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିକ ପୁରପୁରା
Idiopathic thrombocytopenic purpura, idiopathic immune thrombocytopenia, primary immune thrombocytopenia, idiopathic thrombocytopenic purpura, primary immune thrombocytopenic purpura, autoimmune thrombocytopenic purpura | |
ବିଭାଗ | Hematology |
---|---|
ଲକ୍ଷଣ | Purple bruises, small red dots in the skin, bleeding gums[୧] |
ବିପଦ କାରକ | Post infection, autoimmune disease[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Platelets < 100 x 109/L, normal WBCs, normal RBCs[୧] |
ସଠିକ ରୋଗ ନିର୍ଣ୍ଣୟ | Leukemia, autoimmune hemolytic anemia, thrombotic thrombocytopenic purpura, hemolytic uremic syndrome[୧] |
ଚିକିତ୍ସା | None, medications, surgery to remove the spleen[୧] |
ପୁନଃପୌନିକ | 3 per 100,000 new cases per year[୧] |
Patient UK | [୧] |
ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ( ଆଇଟିପି ), ଅନ୍ୟ ନାମ ଇଡିଓପାଥିକ୍ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ରୋଗରେ ପ୍ଲାଟେଲେଟ ସଂଖ୍ୟା କମିଯାଏ କିନ୍ତୁ ଶ୍ୱେତ ରକ୍ତ କଣିକା ଓ ଲୋହିତ ରକ୍ତ କଣିକା ସଂଖାର ପରିବର୍ତ୍ତନ ହୁଏନାହିଁ । [୧] ଏହାର ଲକ୍ଷଣ: ଚର୍ମରେ ରକ୍ତସ୍ରାବ ଫଳସ୍ୱରୂପ ପରପୁରା (ବାଇଗଣୀ ରଙ୍ଗର କ୍ଷତ) କିମ୍ବା ପେଟେକିଆ (ଛୋଟ ଲାଲ ବିନ୍ଦୁ) କିମ୍ବା ମାଢ଼ିରୁ ରକ୍ତସ୍ରାବ ହୁଏ | [୧] ଇଣ୍ଟ୍ରାକ୍ରାନିଆଲ ରକ୍ତସ୍ରାବ ଭଳି ଅନ୍ୟାନ୍ୟ ଗମ୍ଭୀର ରକ୍ତସ୍ରାବ ଘଟଣା କମ ଦେଖାଯାଏ ।[୧]
ଅନ୍ତର୍ନିହିତ କ୍ରିୟାବିଧିରେ ସାଧାରଣତଃ ପ୍ଲାଟେଲେଟର ବାହ୍ୟ ସ୍ତରରେ ଥିବା ପୁଷ୍ଟିସାର ବା ପ୍ରୋଟିନ୍ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି ହୁଏ ।[୧] ହେପାଟାଇଟିସ୍ ସି, ସାଇଟୋମେଗାଲୋଭୂତାଣୁ କିମ୍ବା ଭାରିସେଲା ଜୋଷ୍ଟର ଭଳି ସଂକ୍ରମଣ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ ଭଳି ଅଟୋମ୍ୟୁମ୍ୟୁନ୍ ରୋଗ, କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ ଭଳି କର୍କଟ ରୋଗ, କିମ୍ବା କେତେକ ଔଷଧ ଏହି ରୋଗକୁ ସକ୍ରିୟ କରନ୍ତି ।[୧][୨] ରକ୍ତର ପ୍ଲାଟେଲେଟ ସଂଖ୍ୟା ୧୦୦x ୧୦୯/ ଲି (୧୦୦,୦୦୦/ମିମି3 )ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [୧] ବେଳେବେଳେ ଅବଶିଷ୍ଟ ପ୍ଲାଟେଲେଟ ଗୁଡ଼ିକ ଅସ୍ୱାଭାବିକ ଭାବରେ ବଡ଼ ହୋଇପାରେ | [୧] ଅସ୍ଥି ମଜ୍ଜା ବାୟୋପ୍ସି ସାଧାରଣତଃ ଆବଶ୍ୟକ ହୁଏ ନାହିଁ | [୧]
୩୦x୧୦୯/ ଲିରୁ ଅଧିକ ପ୍ଲାଟେଲେଟ୍ ଥିବା ବୟସ୍କମାନଙ୍କର ଏବଂ ସମସ୍ତ ପ୍ଲେଟଲେଟ୍ ସ୍ତରର ପିଲାମାନଙ୍କର ସାମାନ୍ୟ ରକ୍ତସ୍ରାବ ହେଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ | [୧] ଛଅ ମାସ ମଧ୍ୟରେ ୭୦% ପିଲା ଭଲ ହୋଇଯାଆନ୍ତି | [୧] ରୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲେ କର୍ଟିକୋଷ୍ଟିରଏଡ, ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ କିମ୍ବା ଆଣ୍ଟି-ଡି ଇମ୍ୟୁନୋଗ୍ଲୋବୁଲିନ ବ୍ୟବହାର କରାଯାଇପାରେ | [୧] ଏହି ଚିକିତ୍ସାରେ ଉପଶମ ନହେଲେ ଏଲଟ୍ରୋମ୍ବୋପାଗ କିମ୍ବା ରୋମିପ୍ଲୋଷ୍ଟିମ ବ୍ୟବହାର କରାଯାଇପାରେ ।[୧] ପ୍ଲିହାକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ ବେଳେବେଳେ ଆବଶ୍ୟକ ହୋଇପାରେ | [୧]
ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ ବର୍ଷକୁ ନୂତନ ଭାବରେ ପ୍ରଭାବିତ ହୁଅନ୍ତି | [୧] ପିଲା ଏବଂ ବୟସ୍କଙ୍କ ମଧ୍ୟରେ ରୋଗ ହାର ସମାନ ଥାଏ | [୧] ଏହାର ଆକ୍ୟୁଟ ବା ତୀବ୍ର ସ୍ୱରୂପ ସାଧାରଣତ ପିଲାମାନଙ୍କଠାରେ ଦେଖାଯାଏ ଓ ସ୍ତାୟୀ ବା କ୍ରନିକ୍ ସ୍ୱରୂପ ସାଧାରଣତଃ ବୟସ୍କମାନଙ୍କଠାରେ ଦେଖାଯାଏ | [୨] ଏହି ରୋଗ ସହିତ ମେଳ ଖାଉଥିବା ରୋଗର ପ୍ରାଥମିକ ବର୍ଣ୍ଣନା ୧୦୨୫ ମସିହାରେ ଆଭିସେନା କରଥିଲେ | [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Pietras, NM; Pearson-Shaver, AL (January 2020). "Immune Thrombocytopenic Purpura". PMID 32965953.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Jus2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Stasi R, Newland AC (May 2011). "ITP: a historical perspective". Br. J. Haematol. 153 (4): 437–50. doi:10.1111/j.1365-2141.2010.08562.x. PMID 21466538.