ପେଟେକିଆ

ଉଇକିପିଡ଼ିଆ‌ରୁ
Petechiae
Petechia
Petechia and purpura on the low limb due to medication-induced vasculitis
ଉଚ୍ଚାରଣ
ବିଭାଗRheumatology
ଲକ୍ଷଣRed spots less than 2 mm[୧]
କାରଣInfections: Enterovirus, Dengue, meningococcal disease[୨]
Injury: Non accidental trauma, coughing, vomiting[୨]
Blood disorders Leukemia, idiopathic thrombocytopenia purpura[୨]
Other Henoch-Schonlein purpura, Ehlers-Danlos syndrome, drug reactions, vitamin K deficiency[୨]
ସଠିକ ରୋଗ ନିର୍ଣ୍ଣୟPurpura, ecchymosis, hematoma[୨][୩]
ପୁନଃପୌନିକCommon[୨]

ପେଟେକିଆ (ଇଂରାଜୀ ଭାଷାରେ petechiae) ଏକ ପ୍ରକାର ଲାଲ କିମ୍ବା ବାଇଗଣୀ ରଙ୍ଗର ଦାଗ ଯାହାର ଆକାର ୨ମିମିରୁ କମ୍ ଥାଏ ଓ ଏହା ଚର୍ମରେ ଥିବା ଭଙ୍ଗା କାପିଲାରି ରକ୍ତନଳୀରୁ ସାମାନ୍ୟ ରକ୍ତସ୍ରାବ ଯୋଗୁ ଜାତ ହୁଏ । [୧] [୩] ଏହି ଦାଗକୁ ଚିପିଲେ ଧଳା ହୁଏନାହିଁ | [୨] କାଶ ଏବଂ ବାନ୍ତି ଯୋଗୁ ହେଉଥିବା ପେଟେକିଆ କେବଳ ସ୍ତନାଗ୍ର ରେଖା ଉପରେ ଦେଖାଥାଏ | [୨]

ରୋଗର କାରଣ: ଏଣ୍ଟେରୋଭୁତାଣୁ, ଡେଙ୍ଗୁ, କିମ୍ବା ମେନିଙ୍ଗୋକୋକାଲ ରୋଗ; ସାଧାରଣ ଆଘାତ (ଦୁର୍ଘଟଣା ଯୋଗୁ ନୁହେଁ), କାଶ, କିମ୍ବା ବାନ୍ତି; ରକ୍ତ ରୋଗ ଯେପରିକି ଲିଉକେମିଆ ଏବଂ ଇଡିଓପାଥିକ ଥ୍ରୋମ୍ବୋସାଇଟିକ ପରପୁରା; ଭାସ୍କୁଲାଇଟିସ ଯେପରିକି ହେନୋକ-ସନଲେନ ପରପୁରା; ସଂଯୋଜକ ତନ୍ତୁ ରୋଗ, ଯେପରିକି ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ୍ ; ଔଷଧ ପ୍ରତିକ୍ରିୟା; ଏବଂ ଜୀବସାର କେ ଅଭାବ ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ | [୨] ବିଭିନ୍ନ କାରଣରୁ ଚର୍ମରେ ରକ୍ତସ୍ରାବ ହୁଏ ଯଥା: ଅଳ୍ପ ପ୍ଲାଟେଲଟ, ଅଣକାର୍ଯ୍ୟକାରୀ ପ୍ଲାଟେଲେଟ, ରକ୍ତ ଜମାଟ ବାନ୍ଧିବା ଅସୁବିଧା ଏବଂ ରକ୍ତନଳୀ ଅଖଣ୍ଡତା ନଥିଲେ ଏହିଭଳି ଅସୁବିଧା ହୁଏ | [୨]

ଚର୍ମରେ ହେଉଥିବା ତିନି ପ୍ରକାରର ରକ୍ତସ୍ରାବ ମଧ୍ୟରୁ ପେଟେକିଆ ଅନ୍ୟତମ, ଅନ୍ୟ ଦୁଇଟି ହେଉଛି ପରପୁରା ଓ ଏକିମୋସିସ ବା ବ୍ରୁଇ | [୪] ପୁରପୁରାର ବ୍ୟାସ ୨-୧୦ ମିଲିମିଟର ହୋଇଥିବାବେଳେ ଏକିମୋସିସ ୧ ସେଣ୍ଟିମିଟରରୁ ବଡ଼ ବୋଲି ବ୍ୟାଖ୍ୟା କରାଯାଇଛି | [୩] [୧] ଏହାର ବିପରୀତ ହେଉଛି ହେମାଟୋମା ଯେଉଁଥିରେ ବ୍ରୁଇ ଗଭୀର ଥାଏ | [୩]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଏଥିରେ କେବଳ ଆଶ୍ୱାସନାଠାରୁ ଆରମ୍ଭ କରି ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ କିମ୍ବା ହସ୍ପିଟାଲ୍ ଆଡମିଶନ ମଧ୍ୟ ଆବଶ୍ୟକ ହୋଇପାରେ | [୨] ପେଟେକିଆ ଏକ ସାଧାରଣ ରୋଗ ଅଟେ | [୨] ଶିଶୁଙ୍କ ଜରୁରୀକାଳୀନ ବିଭାଗକୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨.୫% ପିଲା ଏହି ରୋଗ ଯୋଗୁ ଯାଆନ୍ତି । [୨] ପ୍ରଥମେ ୧୮୫୫ ମସିହାରେ ଅଗଷ୍ଟ ଆମ୍ବ୍ରୋଏସ ଟାର୍ଡ଼ିୟୁ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | [୫] ଲାଟିନ୍ ଭାଷାରୁ ଉତ୍ପନ୍ନ ଏହି ଶବ୍ଦର ଅର୍ଥ ସ୍ପଟ୍ ବା ଦାଗ | [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Kumar, Vinay (2017). Robbins Basic Pathology. Abbas, Abul K.; Aster, Jon C.; Perkins, James A. (10th ed.). Philadelphia, PA. p. 101. ISBN 978-0323353175. OCLC 960844656.{{cite book}}: CS1 maint: location missing publisher (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ McGrath, A; Barrett, MJ (January 2021). "Petechiae". PMID 29493956. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "Bleeding and bruising | DermNet NZ". dermnetnz.org. Retrieved 7 March 2021.
  4. "Purpura". fpnotebook.com. Retrieved 7 March 2021.
  5. Orient, Jane M.; Sapira, Joseph D. (2010). Sapira's Art & Science of Bedside Diagnosis (in ଇଂରାଜୀ). Lippincott Williams & Wilkins. p. 119. ISBN 978-1-60547-411-3.
  6. Talley, Nicholas J.; O’Connor, Simon (2013). Clinical Examination: A Systematic Guide to Physical Diagnosis (in ଇଂରାଜୀ). Elsevier Health Sciences. p. 271. ISBN 978-0-7295-8147-9.