ଆୟୋଡିନ ଅଭାବ
ଆୟୋଡିନ ଅଭାବ | |
---|---|
ବିଭାଗ | Endocrinology |
ଲକ୍ଷଣ | Goiter, low thyroid, intellectual disability, congenital iodine deficiency syndrome[୧] |
ବିପଦ କାରକ | Living far from the ocean, in mountainous regions, diet high in certain food such as cassava, smoking[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Urine iodine levels < 100 ug/L (< 150 ug/L if pregnancy)[୧] |
ପ୍ରତିକାର | Iodized salt[୨] |
ଚିକିତ୍ସା | Potassium iodide, levothyroxine[୧][୨] |
ପୁନଃପୌନିକ | 30% (2 billion people)[୧] |
ଆୟୋଡିନ ଅଭାବ ହେଉଛି ଖାଦ୍ୟରେ ଖଣିଜ ଆୟୋଡିନର ଅଭାବ ।[୧] ଏହି ଅଭାବ ଯୋଗୁ ଥାଇରଏଡ ଗଏଟର, କମ୍ ଥାଇରଏଡ୍ ସ୍ତର, ବୌଦ୍ଧିକ ଅକ୍ଷମତା ଏବଂ ଜନ୍ମଗତ ଆୟୋଡିନ୍ ଅଭାବ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଯୋଗୁ ସ୍ୱତଃ ଗର୍ଭପାତ କିମ୍ବା ଅପରିପକ୍ୱ ଗର୍ଭ ହୋଇପାରେ ।[୧] ଥାଇରଏଡର ବୃଦ୍ଧି ପାଇଁ କିଛି ମାସ କିମ୍ବା ବର୍ଷ ଲାଗିପାରେ ।[୧]
ସମୁଦ୍ରଠାରୁ ବହୁତ ଦୂରରେ ଏବଂ ପାର୍ବତ୍ୟ ଅଞ୍ଚଳରେ ବାସ କରୁଥିଲେ, କାସାଭା ଭଳି କିଛି ଅଧିକ ଖାଦ୍ୟ ଏବଂ ଧୂମପାନ କରୁଥିଲେ ଏହି ରୋଗ ସଙ୍କଟ ରହିଥାଏ ।[୨] [୧]ସାମୁଦ୍ରିକ ଖାଦ୍ୟରେ ସ୍ୱାଭାବିକ ଭାବରେ ଯଥେଷ୍ଟ ଆୟୋଡିନ ଥାଏ, ଯେତେବେଳେ ଅନ୍ୟ ଉତ୍ସଗୁଡ଼ିକରେ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଚିକେନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଆୟୋଡିନ୍ ଆବଶ୍ୟକ ହୋଇଥାଏ ।[୨] ୧୦୦ ug/ଲିରୁ ପରିସ୍ରା ଆୟୋଡିନ୍ ସ୍ତର କମ୍ ଥିଲେ କିମ୍ବା ଗର୍ଭଧାରଣ ସମୟରେ ୧୫୦ ug/ଲିରୁ କମ୍ ଥିଲେ ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] [୩] ନବଜାତ ଶିଶୁମାନଙ୍କରେ ଟିଏସଏଚ ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]
ଜନସଂଖ୍ୟା ସ୍ତରରେ ପ୍ରତିରୋଧ ନିମନ୍ତେ ଟେବୁଲ୍ ଲୁଣରେ ଅଳ୍ପ ପରିମାଣର ଆୟୋଡିନ୍ ମିଶାଯାଏ ।[୧] କାନାଡା ଭଳି ଅନେକ ଦେଶରେ ଏହା ବାଧ୍ୟତାମୂଳକ, କିନ୍ତୁ ଆମେରିକାରେ ଏହା ସ୍ୱେଚ୍ଛାକୃତ ।[୧] ଅନ୍ୟ ଖାଦ୍ୟ ଯେପରିକି ଚିନି ଏବଂ ଉଦ୍ଭିଦ ତେଲ ମଧ୍ୟ କେତେକ ସ୍ଥାନରେ ଏହା ସହିତ ମିଶ୍ରିତ ହୋଇଛି ।[୧] ପ୍ରତିରୋଧ କିମ୍ବା ଚିକିତ୍ସା ପାଇଁ ପୋଟାସିଅମ୍ ଆୟୋଡାଇଡ ଆକାରରେ ସପ୍ଲିମେଣ୍ଟେସନ୍ ଉପଲବ୍ଧ | [୧] ଲେଭୋଥାଇରକ୍ସିନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[୨]
ଆୟୋଡିନ୍ ଅଭାବର କିଛି ପରିମାଣ ପ୍ରାୟ ୩୦% ଲୋକଙ୍କୁ (୨ ବିଲିୟନ) ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।[୧] ଆୟୋଡିନ୍ ମିଶ୍ରିତ ଲୁଣ ଥିବା ସ୍ଥାନରେ ଏହା ବିରଳ ଅଟେ ।[୨] ୨୦୧୦ ମସିହାରେ ବିଶ୍ୱରେ ୧୮୭ ନିୟୁତ ଗଏଟର ରୋଗ ଥିଲା ।[୪] ଏହାଦ୍ୱାରା ୧୯୯୦ରେ ୨,୧୦୦ ମୃତ୍ୟୁହୋଇଥିଲା ବେଳେ ୨୦୧୩ ମସିହାରେ ବୃଦ୍ଧି ପାଇ ୨୭୦୦ ମୃତ୍ୟୁ ଘଟିଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Iodine". Linus Pauling Institute (in ଇଂରାଜୀ). 23 April 2014. Archived from the original on 8 February 2022. Retrieved 9 February 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Iodine Deficiency - Nutritional Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 9 February 2022. Retrieved 9 February 2022.
- ↑ "Iodine deficiency". www.who.int (in ଇଂରାଜୀ). Archived from the original on 9 February 2022. Retrieved 9 February 2022.
- ↑ Vos, T; Flaxman, A. D.; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, J. A.; Abdalla, S (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMC 6350784. PMID 23245607.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first=
has generic name (help)CS1 maint: numeric names: authors list (link)